• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖାଉଟି ମୁଣ୍ଡରେ ଟମାଟୋ ଚଡ଼କ । ଲେମ୍ୱୁ ପରେ ଏବେ ହଠାତ ଆକାଶ ଛୁଆଁ ହେଲା ଟମାଟୋ ଦର । ଗତ ତିନି ଚାରି ଦିନ ତଳେ ଟମାଟୋ କିଲୋ ପିଛା ୨୫-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଦର ଆସି ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି ।

ତେବେ ସପ୍ତାହକ ମଧ୍ୟରେ ଟମାଟୋ ମୂଲ୍ୟ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି । କିଛି ଦିନ ତଳେ ଲେମ୍ବୁର ଦର ବୃଦ୍ଧି ପାଇଥିବାବେଳେ ଏବେ ଟମାଟୋ ଦର ବଢିଥିବାରୁ ଗ୍ରାହକଙ୍କ ଚିନ୍ତା ବଢିଛି ।

ଅନ୍ୟପକ୍ଷେ, ବଜାରରେ ସବୁ ପ୍ରକାର ଖାଦ୍ୟ ପଦାର୍ଥ ଯଥେଷ୍ଟ ପରିମାଣର ରହିଛି ।ସମ୍ଭାବ୍ୟ ବାତ୍ୟା ପାଇଁ ଅଯଥା ଅତ୍ୟାବଶ୍ୟକ ଜିନିଷ ମହଜୁଦ କରନ୍ତୁ ନାହିଁ ଯାହା କାରଣରୁ ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ । ଫଳରେ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦର ବୃଦ୍ଧି କରିପାରନ୍ତି ବୋଲି ଟ୍ୱିଟ୍‌ କରି ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ଗୋଟିଏ ପଟେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରଭାବ ରହିଥିବାବେଳେ ଅନ୍ୟପଟେ ଦରଦାମ୍‌ ବୃଦ୍ଧି ଲୋକଙ୍କ ପାଇଁ ଯନ୍ତ୍ରଣା ପାଲଟୁଛି । ଖାଇବା ତେଲଠାରୁ ଆରମ୍ଭ କରି ଗାଡି ତୈଳ ପର୍ଯ୍ୟନ୍ତ ସବୁ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଘଟୁଛି । ଫଳରେ ମଧ୍ୟବିତ ତଥା ଗରୀବ ବର୍ଗର ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି ।