• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପୁଣି ଉତ୍ତେଜନା । ପ୍ରତିନିଧିଙ୍କୁ ଗାଁକୁ ଛାଡୁନାହାନ୍ତି ସପକ୍ଷବାଦୀ । ଗାଁକୁ ପ୍ରବେଶ ବେଳେ ୧୩ଟି ସଂଗଠନର ପ୍ରତିନିଧତ୍ୱଙ୍କୁ ଅଟକାଇଛନ୍ତି ସପକ୍ଷବାଦୀ । ବିଭିନ୍ନ ସଂଗଠନର ପ୍ରତିନିଧି ଆଜି ଢିଙ୍କିଆରେ ଜେଏସଡବ୍ଲୁର ପ୍ରସ୍ତାବିତ ପ୍ରକଳ୍ପ ଅଂଚଳ ଗସ୍ତ କରିବା ବେଳେ ସେମାନଙ୍କ ପ୍ରବେଶକୁ ବିରୋଧ କରିଥିଲେ ।

ଢିଙ୍କିଆ ଗାଁକୁ ପ୍ରବେଶ ବେଳେ ବି ପ୍ରତିନିଧି ଦଳଙ୍କୁ ବିରୋଧ କରାଯାଇଥିଲା । ଆମେ ଆମ କଥା ବୁଝିବୁ, ବାହାର ପ୍ରତିନିଧି ଏଠାକୁ ଆସିବା ଦ୍ୱାରା ଗାଁର ଭାଇଚାରା ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କମ୍ପାନୀ ପ୍ରତିଷ୍ଠା ହେଲେ ଗାଁରେ ଅନେକ ଲୋକ ରୋଜଗାରକ୍ଷମ ହେବେ ବୋଲି କହିଛନ୍ତି ପ୍ରସ୍ତାବିତ ପ୍ରକଳ୍ପ ସପକ୍ଷବାଦୀ । ତୀବ୍ର ବିରୋଧ ପରେ ସେଠାରୁ ଫେରିଆସିଥିଲେ ପ୍ରତିନିଧି ମଣ୍ଡଳୀ । ଏପଟେ ପୋଲିସ ଚାପରେ ଗ୍ରାମବାସୀ ବିରୋଧ କରିଥିବା କହିଛନ୍ତି ପ୍ରତିନିଧି ଟିମ୍ ସଦସ୍ୟ । ହେଲେ ଏନେଇ ପୋଲିସ କିମ୍ବା ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି । ଢିଙ୍କିଆରେ ଜେଏସଡବ୍ଲୁ ପ୍ରକଳ୍ପ ପ୍ରତିଷ୍ଠାକୁ ନେଇ ବିରୋଧୀ ଓ ସପକ୍ଷବାଦୀ ମଧ୍ୟରେ ଦୀର୍ଘଦିନ ହେବ ଛକାପଂଝା ଲାଗି ରହିଛି ।