Advertisment

ପୁଣି ଚର୍ଚ୍ଚାରେ କାସିମ୍‌ ଚାଚା; ମାଗଣା ଖାଦ୍ୟ ସହ ବାଣ୍ଟୁଛନ୍ତି ଶାଢ଼ୀ, ଲୁଙ୍ଗି ଓ ଧୋତି

କାସିମ ଚାଚାଙ୍କୁ ନେଇ ବଢିଲା ଚର୍ଚ୍ଚା। ଏଥର କେବଳ ମାଗଣା ଖାଇବା ନୁହେଁ ବରଂ ଶାଢୀ, ଧୋତି ସାଙ୍ଗକୁ ଦେଉଛନ୍ତି ୫୦ ଟଙ୍କା। ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ। ଚିକେନ୍‌ ଦୋକାନ କରି ଲୋକଙ୍କୁ ଏମିତି ଭାବରେ କରୁଛନ୍ତି ସାହାଯ୍ୟ..

author-image
Otv Khabar Bureau
ଅଦ୍ୟତନ ହୋଇଛି
Qasim Chacha

Qasim Chacha

ପୁଣି ଚର୍ଚ୍ଚାରେ କାସିମ୍‌ ଚାଚା । ପୂର୍ବରୁ ମାଗଣା ଖାଇବା ଦେଉଥିଲେ ଏବେ ଶାଢୀ, ଲୁଙ୍ଗି ସହ ବାଣ୍ଟୁଛନ୍ତି ୫୦ ଟଙ୍କା । କାସିମ୍‌ ଚାଚାଙ୍କ ନାଁ ପ୍ରାୟ ସମସ୍ତେ ଜାଣିଥିବେ । କାରଣ ସାରା ରାଜ୍ୟରେ ଏଇ ନା ବେଶ୍‌ ପରିଚିତ। ନିଜର କମ୍‌ ରୋଜଗାରରେ ସେ ଗରିବ ଲୋକଙ୍କୁ ଯେମିତି ମାଗଣାରେ ଖାଇବାକୁ ଦେଉଛନ୍ତି ସେନେଇ ଅନେକ ସମୟରେ ବେଶ୍‌ ଚର୍ଚ୍ଚା ହୋଇଥାଏ । ହେଲେ ଏବେ ପୁଣି କାସିମଙ୍କୁ ନେଇ ବଢିଛି ଚର୍ଚ୍ଚା । କାରଣ ସେ ଏବେ କେବଳ ଖାଇବା ନୁହେଁ ବରଂ ଶାଢୀ, ଲୁଙ୍ଗି ସହ ବାଣ୍ଟିଛନ୍ତି ୫୦ ଟଙ୍କା।

Advertisment

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା କାସିମ୍ ଚାଚ଼ାଙ୍କ ମାଗଣା ହୋଟେଲକୁ ପ୍ରାୟ ୪ ବର୍ଷ ପୁରିଲାଣି। ପବିତ୍ର ରମଜାନ୍‌ ମାସକୁ ଦୃଷ୍ଟିରେ ରଖି ଅସହାୟଙ୍କୁ ପ୍ରତିମାସରେ ୪ ଥର ଖାଦ୍ୟ ଦେବା ପରିବର୍ତ୍ତେ ଏହି ମାସରେ ୮ ଥର ଖାଈବାକୁ ଦେଇଛନ୍ତି କାସିମ୍‌ ଚାଚା । ଶେଷରେ ଶୁକ୍ରବାର ଦିନ ଶାଢ଼ୀ ଓ ଲୁଙ୍ଗି ସହିତ ୫୦ ଟଙ୍କା ଲେଖାଏଁ ମଧ୍ୟ ଗରିବ ଲୋକଙ୍କୁ ଦେଇଛନ୍ତି। ଏଥର ଖିଆପିଆ ସହିତ ବଣ୍ଟା ଚାଳିଛି ମାଗଣା ଶାଢ଼ୀ, ଲୁଙ୍ଗି ଓ ନଗର ୫୦ ଟଙ୍କା। ମାଛ, ଡାଲି ଓ ଭାତ ଖାଇବାକୁ ଦେଇ ମହିଳାଙ୍କୁ ଖଣ୍ଡିଏ ଶାଢୀ ଓ ପୁରୁଷଙ୍କୁ ଗୋଟାଏ ଲେଖାଏଁ ଲୁଙ୍ଗି ସହିତ ୫୦ ଟଙ୍କା ଲେଖାଏଁ ବାଣ୍ଟିଛନ୍ତି କାସିମ୍‌।

କାସିମ ଚାଚାଙ୍କ ଏପରି କାମକୁ ନେଇ ଏବେ ପୂରା ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି। କାରଣ ୨୨ବର୍ଷ ପୂର୍ବେ କାସିମ ଚାଚାଙ୍କ ପରିସ୍ଥିତି ଏପରି ନଥିଲା। ସେ ଦୁଇ ବେଳା ଖାଇବାକୁ ମଧ୍ୟ ପାଉନଥିଲେ। ପରେ ପୂରା ପରିବାର ସହ ଆନ୍ଧ୍ରପ୍ରଦେଶରୁ କଲ୍ୟାଣସିଂହପୁର ଚାଲି ଆସିଥିଲେ । ଆଉ କଲ୍ୟାଣସିଂହପୁର ବସଷ୍ଟାଣ୍ଡ ପାଖରେ ଚିକେନ୍‌ ଦୋକାନ କରିଥିଲେ। ଧୀରେ ଧୀରେ ଆର୍ଥିତ ସ୍ଥିତି ସୁଧୁରିବା ପରେ ନିଜ ପୁରୁଣା ଅବସ୍ଥାକୁ କିନ୍ତୁ ଭୁଲିନଥିଲେ କାସିମ୍‌। ତେଣୁ ପ୍ରତି ସପ୍ତାହରେ ସେ ଗରୀବ ଲୋକଙ୍କୁ ଥରେ ଖାଇବାକୁ ଦିଅନ୍ତି।

Advertisment

ଏଥର କିନ୍ତୁ ଖାଇବା ସହ ଶାଢୀ ଓ ଲୁଙ୍ଗି ମଧ୍ୟ ଦେଇଛନ୍ତି କାସିମ୍‌ ଚାଚା । ଗୁରୁତ୍ୱପୂର୍ଣ୍ଣ କଥା ହେଲା କାସିମଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ନାହିଁ। ଗୋଡରେ ଅସ୍ତ୍ରୋପଚାର ହୋଇଛି। ହେଲେ ଲୋକଙ୍କୁ ମାଗଣା ଖାଇବାକୁ ଦେବା କଥା ଭୁଲିନାହାନ୍ତି କାସିମ୍‌। ଯାହାକୁ ନେଇ ଅଞ୍ଚଳବାସୀଙ୍କ ସହ ପୂରା ପରିବାର ବେଶ୍‌ ଖୁସି ଅଛନ୍ତି।

Special Story Qasim Chacha
Advertisment
Advertisment