Advertisment

ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସା ଦରରେ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Rajalaxmi Sahoo
Orissa High Court Order Jindal Power To Provide 120 Megawatt Electricity To GRIDCO

Orissa High Court Order Jindal Power To Provide 120 Megawatt Electricity To GRIDCO

ଗ୍ରୀଡକୋକୁ ପ୍ରତିଦିନ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇ ଦେବାକୁ ଜିନ୍ଦଲ ପାଓ୍ୱାରକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସା ଦରରେ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜୁଲାଇ ମାସ ଶେଷ କିମ୍ବା ମାମଲାର ଫଇସଲା ପର୍ଯ୍ୟନ୍ତ ଏହି ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିବ। ଏନେଇ କୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ହୋଇଛି। ତେବେ ଜିନ୍ଦଲକୁ ମହାନଦୀ କୋଲଫିଲଡ଼ସ ଲିମିଟେଡ଼ ବା MCLରୁ କୋଲ ଲିଂକେଜ ଦେବା ପାଇଁ କୋର୍ଟ ସର୍ତ୍ତ ରଖିଛନ୍ତି। 

ସୂଚନାଥାଉ କି, ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ କିଛିଦିନ ପୂର୍ବେ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଥିଲେ। ଏହାସହ ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

NTPC ଦର୍ଲିପାଲି ପାଓ୍ୱାର ଷ୍ଟେସନରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବା ପରେ ବିଦ୍ୟୁତ୍‌ ଶକ୍ତିର ଅଭାବ ଦେଖାଦେଇଛି। ଆବଶ୍ୟକ ବିଦ୍ୟୁତ୍‌ ଉତ୍ପାଦନ ହେଉ ନଥିବାରୁ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ଜଳ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୨ ହଜାର ୯୯ ମେଗାଓ୍ୱାଟ୍ ଥିବାବେଳେ ମୋଟ୍ ୭ଟି ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ଏବେ ମାତ୍ର ୫ ଶହ ୫୬ ମେଗାଓ୍ୱାଟ୍ ଉତ୍ପାଦିତ ହେଉଛି। ମୋଟ୍‌  କ୍ଷମତାର ପ୍ରାୟ ୪ ଭାଗରୁ ୧ ଭାଗ ଜଳ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରୁଛି।

Orissa High Court Gridco Odisha Power Supply Electricity Power Crisis Power Supply Jindal Steel Power
Advertisment
Advertisment