Advertisment

ମାଲିକ ପାଇଁ ଜୀବନ ଦେଲା ‘ଟାଇସନ୍‌’

୩ ଜଣ ସାଥୀ ଦୂରକୁ ଚାଲି ଗଲେ, ହେଲେ "ଟାଇସନ୍‌" କିନ୍ତୁ ତାର ମାଲିକ ପାଇଁ ବିଷଧର ନାଗ ସାପ ସହ ଲଢ଼ିଲା । ଶେଷରେ ନାଗ ସାପ ଚୋଟରେ ଟାଇସନ୍‌ର ପ୍ରାଣ ବାୟୁ ଉଡ଼ି ଯାଇଥିଲା।

author-image
Rajalaxmi Sahoo
Taisan Dog Saves Owner Life

Taisan Dog Saves Owner Life

ହତା ଭିତରକୁ ପଶି ଆସିଥିଲା ଏକ ସାଢ଼େ ୩ ଫୁଟିଆ ନାଗ ସାପ। ଯଦିଓ  ଅନ୍ୟ ୩ ଜଣ ସାଥୀ ଦୂରକୁ ଚାଲି ଗଲେ, ହେଲେ "ଟାଇସନ୍‌" କିନ୍ତୁ ତାର ମାଲିକ ପାଇଁ ବିଷଧର ନାଗ ସାପ ସହ ଲଢ଼ିଲା । ଶେଷରେ ନାଗ ସାପ ଚୋଟରେ ଟାଇସନ୍‌ର ପ୍ରାଣ ବାୟୁ ଉଡ଼ି ଯାଇଥିଲା। ଟାଇସନ୍‌ ହେଉଛି ଏକ ଅଢେଇ ବର୍ଷର ବକ୍ସର ବ୍ରିଡ୍‌ର କୁକୁର। କୋରାପୁଟ ଜିଲ୍ଲା ସୁନାବେଡା ପବ୍ଲିକ ସ୍କୁଲରେ ଅନ୍ୟ ୩ଟି ବକ୍ସର ବ୍ରିଡ୍‌ର କୁକୁର ସହ ଟାଇସନ୍‌ ମଧ୍ୟ ରହୁଥିଲା।

Advertisment

ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୯ଟାରେ ଏକ ନାଗ ସାପକୁ ଗ୍ୟାରେଜ ନିକଟରେ ଦେଖି ଟାଇସନ୍ ତାସହ ଲଢିଥିଲା। ବାରମ୍ବାର ତା’ ଉପରେ କୁଦି ପଡ଼ିବା ସହ ତାକୁ ଅଟକାଇଥିଲା ଟାଇସନ୍‌। ଟାଇସନ୍‌ ଭୁକିବା ଶୁଣି ସ୍କୁଲ କର୍ମଚାରୀ ନାଗ ସାପକୁ ଦେଖି ସ୍ନେକ ହେଲ୍‌ପ୍‌ ଲାଇନକୁ ଉଦ୍ଧାର ପାଇଁ ସୂଚନା ଦେଇଥିଲେ।  ସ୍ନେକ୍ ହେଲ୍‌ପ୍‌ ଲାଇନ୍‌ ସଦସ୍ୟ ପହଞ୍ଚି ଦେଖିବାକୁ ପାଇଥିଲେ ଚଟାଣରେ ପଡିଛି କିଛି ରକ୍ତ। ଏହାପରେ କୁକୁରମାନଙ୍କୁ ଭିତରୁ ଟାଇସନ୍ ତଳେ ପଡିଥିବା ସହ ତା ମୁହଁରେ ରକ୍ତଛିଟା ଦେଖିବାକୁ ମିଳିଥିଲା। 

କୁକୁରଟି ବିଷ ଜ୍ୱାଳାରେ ଛଟପଟ ହେଉଥିବା ବେଳେ ତାକୁ ପ୍ରାଣୀ ଚିକିତ୍ସାଳୟ ନିଆଯାଇଥିଲା। ହେଲେ ନାଗସାପ କାମୁଡାରେ ଟାଇସନ୍ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା।  ଏହି ଗୋଟିଏ ଘଟଣା ନୁହେଁ, ଏହା ପୂର୍ବରୁ ମାଲିକଙ୍କ ଜୀବନ ରକ୍ଷା କରିଛନ୍ତି ଅନେକ ସାହାସୀ କୁକୁର।   

Advertisment
Advertisment
Advertisment