Advertisment

ମୋବାଇଲ୍‌ ଟର୍ଚ୍ଚରେ ରୋଗୀଙ୍କ ଚିକିତ୍ସା, ପଦାରେ ପଡ଼ିଲା ଉନ୍ନତ ସ୍ୱାସ୍ଥ୍ୟସେବାର ଅବ୍ୟବସ୍ଥା

ଏବେବି ବିଦ୍ୟୁତ୍‌ ଚାଲିଗଲେ ଚିକିତ୍ସା କରିବାକୁ ମୋବାଇଲ ଲାଇଟ୍‌ର ସାହାରା ନେଉଛନ୍ତି ଡାକ୍ତର। ବିଦ୍ୟୁତ୍‌ ଚାଲି ଯିବା ପରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ମୋବାଇଲ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Doctors Treat Patients On Mobile Torch Light

Doctors Treat Patients On Mobile Torch Light

ରାଜ୍ୟ ସରକାର ଉନ୍ନତ ସ୍ୱାସ୍ଥ୍ୟସେବାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏବେବି ବିଦ୍ୟୁତ୍‌ ଚାଲିଗଲେ ଚିକିତ୍ସା କରିବାକୁ ମୋବାଇଲ ଲାଇଟ୍‌ର ସାହାରା ନେଉଛନ୍ତି ଡାକ୍ତର। କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ମିଳିଛି। ବିଦ୍ୟୁତ୍‌ ଚାଲି ଯିବା ପରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ମୋବାଇଲ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। 

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ୍‌ ନଥିଲା। ମେଡିକାଲ୍‌ରେ ଲାଇଟ୍‌ ଚାଲିଯିବା ପରେ ବିଭିନ୍ନ ଓ୍ୱାର୍ଡରେ ମୋବାଇଲ ଲାଇଟ୍‌ରେ ଡାକ୍ତର ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ହାତରେ ବିଞ୍ଚଣା ଧରି ଡାକ୍ତର ରୋଗୀଙ୍କ ଚିକିତ୍ସା କରୁଥିବା ନଜର ଆସିଥିଲା। 

କେବଳ ମହିଳା ଓ୍ୱାର୍ଡ ନୁହେଁ ପୁରୁଷ ଓ୍ୱାର୍ଡରେ ମଧ୍ୟ ରୋଗୀଙ୍କୁ ମୋବାଇଲ ଲାଇଟ୍‌ରେ ଡାକ୍ତର ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲ ଆସିଥିବା ୨ ରୋଗୀଙ୍କୁ ମଧ୍ୟ ମୋବାଇଲ ଲାଇଟ୍‌ରେ ଚିକିତ୍ସା କରାଯାଇଥିଲା। ମେଡିକାଲରେ ଇନଭର୍ଟର ଓ ଏକ ବଡ଼ ଡିଜି ଅଛି। ହେଲେ ଏହା ଅଚଳ ହୋଇ ପଡିଛି। ଫଳରେ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ଏବଂ ଡାକ୍ତରଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। 

Advertisment
Medical Negligence
Advertisment
Advertisment