• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ଅଭିଯାନ ପାଇଁ ସଜବାଜ ହୋଇଛି ଭାରତ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏନେଇ ପ୍ରସ୍ତୁତି ଚଳାଉଛି । ସୂର୍ଯ୍ୟ ଉପରେ ଅଧିକ ଗବେଷଣା ପାଇଁ ଇସ୍ରୋ ପକ୍ଷରୁ ଆଦିତ୍ୟ-L1 ଲଂଚ କରିବାକୁ ଯୋଜନା ରଖାଯାଇଛି । ଏନେଇ ଇସ୍ରୋ ପକ୍ଷରୁ ଆଦିତ୍ୟ-L1ର ପ୍ରଥମ ଚିତ୍ର ଜାରି କରାଯାଇଛି ।

ଆଦିତ୍ୟ-L1 ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ଜାଣିହେବ । ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ଏହାର ନିର୍ମାଣ କରାଯାଇଥିବା ବେଳେ ଶ୍ରୀହରିକୋଟାକୁ ଅଣାଯାଇଛି । ଅଗଷ୍ଟ ଶେଷ ସପ୍ତାହରେ ଏହାର ଲଞ୍ଚିଂ କରିବାକୁ ଯୋଜନା ରହିଛି । ସାଟେଲାଇଟ ଲଂଚି ଭେହିକିଲ PSLV-C57 ଦ୍ୱାରା ଆଦିତ୍ୟ-L1ର ଉତକ୍ଷେପଣ କରାଯିବ ।

ସୂଚନା ଥାଉ କି ବର୍ତ୍ତମାନ ଚନ୍ଦ୍ରୟାନ-୩କୁ ନେଇ ବେଶ ଚର୍ଚ୍ଚାରେ ରହିଛି ଇସ୍ରୋ । ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମ୍ଭାବନା ରହିଛି । ଏବେ ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରୟାନ-୩ । ଚନ୍ଦ୍ରୟାନ କ୍ରମଶଃ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି । ଧୀରେ ଧୀରେ କକ୍ଷପଥକୁ ଆହୁରି ହ୍ରାସ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: PSLV C56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ

ଗତ କିଛି ଦିନ ତଳେ ଏହାର ପ୍ରଥମ କକ୍ଷହ୍ରାସ ହୋଇଥିଲା । ଏବେ ଚନ୍ଦ୍ରୟାନ ଚନ୍ଦ୍ରର ନିକଟତର ହେଉଛି । ଅଗଷ୍ଟ ୧୮-୧୯ ଆଡକୁ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର ପଥରେ ଚନ୍ଦ୍ରକୁ ପରିକ୍ରମା କରିବ ।

ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି । ଏହାରି ଭିତରେ ପୁଣି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସୂର୍ଯ୍ୟ ଉପରେ ଅଧିକ ଗବେଷଣା ପାଇଁ ଆଦିତ୍ୟ-L1 ଲଂଚ କରିବାକୁ ଯୋଜନା କରୁଥିବା ସୂଚନା ଦିଆଯାଇଛି ।