/odishatv-khabar/media/post_attachments/uploadimage/library/16_9/16_9_0/s_1691985241.jpg)
Row Over Mission Shakti Cafe Inauguration
ଉଦ୍ଘାଟନୀ ଫଳକକୁ ନେଇ ବିବାଦ ଘେରରେ ମିଶନ ଶକ୍ତି କାଫେ। ଗତକାଲି ମଧ୍ୟାହ୍ନରେ ଉଦ୍ଘାଟନ କଲେ ବିଧାୟିକା, ଆଉ ସନ୍ଧ୍ୟା ବେଳେ ତାଲା ପକାଇଦେଲେ ମହିଳା ସରପଞ୍ଚ।ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ମିଶନ ଶକ୍ତି କାଫେରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନାଥାଉ କି, ଗତକାଲି ପଞ୍ଚାୟତ ମାର୍କେଟ୍ କମ୍ପ୍ଲେକ୍ସରେ ମିଶନ ଶକ୍ତି କାଫେର ଉଦ୍ଘାଟନ କରିଥିଲେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ। ଏହାପରେ ଏକ ସଭାର ମଧ୍ୟ ଆୟୋଜନ ହୋଇଥିଲା। ହେଲେ ଉଦ୍ଘାଟନୀ ଫଳକରେ ନିଜ ନାଁ ନଥିବାରୁ ଏବଂ ସଭାମଞ୍ଚରେ ତାଙ୍କ ପାଇଁ ଜାଗା ନଥିବା ଅଭିଯୋଗ କରି, ସନ୍ଧ୍ୟାରେ କାଫେ ଫାଟକରେ ତାଲା ପକାଇ ଦେଇଥିଲେ ଲଇକେରା ସରପଞ୍ଚ ପ୍ରିୟମ୍ବଦା ବେହେରା।
#ଉଦ୍ଘାଟନୀ_ଫଳକକୁ_ନେଇ_ବିବାଦ_ଘେରରେ_ମିଶନ_ଶକ୍ତି_କାଫେ
ମଧ୍ୟାହ୍ନରେ ଉଦ୍ଘାଟନ କଲେ ବିଧାୟିକା, ସନ୍ଧ୍ୟାରେ ତାଲା ପକାଇଦେଲେ ସରପଞ୍ଚ...#MissionShaktiCafe#Odishapic.twitter.com/ERVhKFUoCJ— ଓଟିଭି (@otvkhabar) August 14, 2023
ତେବେ ଏନେଇ ବିଧାୟିକାଙ୍କ ପ୍ରତିକ୍ରିୟା ଜାଣିବାକୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)