Advertisment

ହିମାଚଳରେ ବାଦଲଫଟା ବର୍ଷା: ଅକାଳରେ ଚାଲିଗଲା ୭ ଜୀବନ, ଧୋଇଗଲା ଘର

ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ବାଦଲଫଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କନ୍ଦାଘାଟ ସବ୍‌ଡିଭିଜନ ଜାଡୋନ ଗାଁର ବୋଲି ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cloudburst in Himachal kills 7

7 Killed In Cloudburst At Himachal Pradesh

ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ବାଦଲଫଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କନ୍ଦାଘାଟ ସବ୍‌ଡିଭିଜନ ଜାଡୋନ ଗାଁର ବୋଲି ସୂଚନା ମିଳିଛି। ସେପଟେ ମାମ୍‌ଲିଗ ଗାଁରେ ବାଦଲଫଟା ବର୍ଷା ପରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ୨ଟି ଘର ମଧ୍ୟ ଧୋଇ ହୋଇଯାଇଥିବା ସୂଚନା ମିଳିଛି।

Advertisment

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପକ୍ଷେ, ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ରହିଛି। 

Advertisment


— ANI (@ANI) August 14, 2023

Heavy Rainfall
Advertisment
Advertisment