/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744967116.jpg)
Illegal Coal Mining
ସୁନ୍ଦରଗଡ଼ କୋଇଲା ମହାଲୁଟ୍ ପଛରେ କିଏ ? ଜଙ୍ଗଲ ଭିତରେ କାହା ଛତ୍ରଛାୟା ତଳେ ଚାଲିଥିଲା କଳାହୀରାର ଚୋରା ବେପାର ? କେତେ ପରିମାଣର କୋଇଲା ଚୋରି ହୋଇଛି ? ବେଆଇନ କୋଇଲା ଖନନ ଓ ଏହାର ଚୋରା ଚାଲାଣ ପଛର କିଏ ସେ ମାଫିଆ ? ଗୋପାଳପୁର ଫରେଷ୍ଟ ରେଞ୍ଜ ଜଙ୍ଗଲରେ ଚାଲିଥିବା ଏହି କୋଇଲା ଖଣି ଦୁର୍ନୀତିର ତଦନ୍ତ ପୂର୍ବକ ଆଜି ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଛନ୍ତି ଖଣି ମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: ରାଜନୈତିକ ବିବାଦରୁ ଗୋଷ୍ଠୀ ସଂଘର୍ଷ, ବୋମାମାଡରେ ୭ ଜଣ ଗୁରୁତର
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଓ ବିଭାଗୀୟ ସଚିବ ଆଜି ସୁନ୍ଦରଗଡ଼ ଆସି ଘଟଣାସ୍ଥଳରେ ସରଜମିନ ଅନୁଧ୍ୟାନ କରିଛନ୍ତି । ଚୋରା କୋଇଲା ଖଣି ଅଞ୍ଚଳ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଦୁଇ ମନ୍ତ୍ରୀ ତେଲେନଡିହି, ରତନସରା, ଜାମକାନି ଅଞ୍ଚଳ ବୁଲିବେ । ତେବେ ସୁନ୍ଦରଗଡରେ କୋଇଲା ଚୋରିର ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀ ଭୋଇ ।
ଗୋପାଳପୁର ଫରେଷ୍ଟ ରେଞ୍ଜର ତେଲେନଡିହି, ରତନସରା, ଜାମକାନି, ଭୋଗ୍ରାକଛାର ଜଙ୍ଗଲରେ ବର୍ଷ ବର୍ଷ ଧରି ଚାଲିଥିଲା କୋଇଲା ଖଣି ଖନନ ଓ ପରିବହନ । ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାରଣ ପରେ ଆରମ୍ଭ ହୋଇଛି ତନାଘନା । ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସ୍ପଞ୍ଜ କାରଖାନା ସମେତ କୋଲ ୱାସେରୀରେ ଚଢ଼ାଉ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ରାଜ୍ୟ ଖଣି ବିଭାଗର ଏକ ୯ ଜଣିଆ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ବି ଗ୍ରାଉଣ୍ଡରେ ସରଜମିନ୍ ତଦନ୍ତ କରିଥିଲେ । ଏପର୍ଯ୍ୟନ୍ତ ବେଆଇନ୍ ଭାବେ ଗଚ୍ଛିତ ଥିବା ୧୦ ହଜାର ଟନ କୋଇଲା ଜବତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)