/odishatv-khabar/media/post_attachments/uploadimage/library/16_9/16_9_0/heavy_rain_1744954000.jpg)
heavy rain
ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା । ସକାଳୁ ହଠାତ୍ ବଦଳିଗଲା ପାଗର ମିଜାଜ୍ । ଘୋଟିଆସିଲା କଳାହାଣ୍ଡିଆ ମେଘ । ଅନ୍ଧାର ହୋଇଗଲା ଆକାଶ । ଦିନରେ ସୃଷ୍ଟି ହେଲା ସନ୍ଧ୍ୟାର ଭ୍ରମ । କାଳବୈଶାଖୀ ପ୍ରଭାବରେ ହେଉଛି ପ୍ରବଳ ବର୍ଷା, ପବନ । ବର୍ଷାରେ ଭିଜୁଛି ଟ୍ୱିନସିଟି ଭୁବନେଶ୍ୱର-କଟକ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି ।
#କଳା_ହାଣ୍ଡିଆ_ମାଡ଼ିଆସିଲା
ଭୁବନେଶ୍ବରରେ କାଳବୈଶାଖୀ ବର୍ଷା। କାଳବୈଶାଖୀ ପ୍ରଭାବରେ ହେଉଛି ପ୍ରବଳ ବର୍ଷା ସାଙ୍ଗକୁ ପବନ । ସକାଳୁ ସକାଳୁ ହଠାତ୍ ବଦଳିଗଲା ପାଗର ମିଜାଜ୍ । ଘୋଟିଆସିଲା କଳାହାଣ୍ଡିଆ ମେଘ । ବର୍ଷାରେ ଭିଜୁଛି ଟୁଇନସିଟି ଭୁବନେଶ୍ବର-କଟକ ।#Norwester#HeavyRain#ThunderStorm#Weather#Bhubaneswar#Odisha… pic.twitter.com/Yc6MAmQCel— ଓଟିଭି (@otvkhabar) April 18, 2025
ପ୍ରବଳ ବର୍ଷା ଯୋଗୁଁ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଜମିଛି ବର୍ଷା ପାଣି । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାକୁ ଆସନ୍ତା ୨ ଘଣ୍ଟା ପାଇଁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ସେହିଭଳି କଟକ ଜିଲ୍ଲା ଆଗାମୀ ଘଣ୍ଟାଏ ପାଇଁ କାଳବୈଶାଖୀ ସତର୍କତା ଜାରି ହୋଇଛି । ଢେଙ୍କାନାଳ, କଟକ ଓ ବାଲେଶ୍ବରରେ ମଧ୍ୟ ବିଶେଷ କାଳବୈଶାଖୀ ପ୍ରଭାବ ରହିବା ନେଇ ପାଣିପାଗ ବିଭିଗ ସତର୍କତା ଜାରି କରିଛି ।
ଅଧିକ ପଢ଼ନ୍ତୁ ଆହୁରି ୨ ଦିନ କାଳବୈଶାଖୀ ! ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ କାଳବୈଶାଖୀ ଜାରି ରହିଛି । କେଉଁଠି ତାଣ୍ଡବ ରଚୁଛି ଝଡ଼ବର୍ଷା ତ କେଉଁଠି ଝିପିଝିପି ବର୍ଷୁଛି । ୨୦ ଯାଏଁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ । ୨୦ ପରେ ପାଗରେ ପରିବର୍ତ୍ତନ ହେବ । ଆଜି ଟ୍ୱିନସିଟିରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୫ ଜିଲ୍ଲାକୁ ୟେୱୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)