/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744949122.jpg)
Subarnapur Firing
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ଫୁଟିଲା ଗୁଳି । ଯୁବକଙ୍କୁ ଗୁଳି ମାରି ଲୁଟ୍ ଉଦ୍ୟମ । ଗତକାଲି ରାତିରେ ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କଲେଜ ନିକଟରେ ଏହି ଗୁଳିମାଡ଼ ହୋଇଛି । କିଛି ଦୁର୍ବୃତ୍ତ ଡୁଙ୍ଗୁରିପାଲିର ଧୀରେନ ଭୋଇ ଓ ସଞ୍ଜୟ ସେଠଙ୍କୁ ଗୁଳି ମାରି ଲୁଟ୍ ଉଦ୍ୟମ କରିଛନ୍ତି । ଧୀରେନଙ୍କ ଦେହରେ ବାଜିଛି ଗୁଳି । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ଧୀରେନ ଓ ସଞ୍ଜୟ ଏକ ବାଇକ୍ ଯୋଗେ ରାତିରେ ଘରକୁ ଫେରୁଥିବାବେଳେ ଡୁଙ୍ଗୁରିପାଲି କଲେଜ ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ କରିଥିଲେ । ସେମାନଙ୍କ ପାଖରୁ ୨୦ ହଜାର ଲୁଟ୍ କରି ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲେ । ଗୁଳିମାଡ଼ ପରେ ଫେରାର୍ ହୋଇଯାଇଥିଲେ ଦୁର୍ବୃତ୍ତ । ଘଟଣାରେ ଧୀରେନଙ୍କ ଜଙ୍ଘରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ: ରାଜନୈତିକ ବିବାଦରୁ ଗୋଷ୍ଠୀ ସଂଘର୍ଷ, ବୋମାମାଡରେ ୭ ଜଣ ଗୁରୁତର
ଏହି ଗୁଳିକାଣ୍ଡ ସମ୍ପର୍କରେ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଚଳାଇଛି । ଲୁଟ୍ ପାଇଁ ଏହି ଗୁଳିମାଡ଼ ହୋଇଥିବା ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)