ଅସମ୍ଭବ ଭିତରେ ଲୁଚି ରହିଥାଏ ସମ୍ଭବ । ଏହି କଥାକୁ ବାରମ୍ବାର ପ୍ରମାଣ କରୁଛି ପ୍ରଯୁକ୍ତିବିଦ୍ୟା ଏବଂ ଟୋକ୍ନୋଲୋଜି । ସମୟ ସହ ତାଳ ଦେଇ ବଢ଼ୁଛି ଟୋକ୍ନୋଲୋଜିର ପ୍ରଭାବ । ଏହା ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତ୍ୟେକ କ୍ଷେତ୍ରରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି । ପାଠପଢ଼ା ଠାରୁ ଆରମ୍ଭ କରି ଚାଷ କିମ୍ବା ଘରୋଇ କାମ ସବୁଠି ଟେକ୍ନୋଲୋଜି ଜୀବନକୁ ଦ୍ରୁତ, ସହଜ ଏବଂ ସ୍ମାର୍ଟ କରିଛି ।
ପ୍ରଯୁକ୍ତିର ଏହି ଯୁଗରେ, AIର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ଲୋକମାନେ ଏହାକୁ ପଢ଼ିବା, ଲେଖିବା, ତଥ୍ୟ ସୃଷ୍ଟି କରିବା ଭଳି କାମ ପାଇଁ ବ୍ୟବହାର କରୁଥିବା କଥା ଆପଣ ଜାଣିଥିବେ । କିନ୍ତୁ, ଏହା ଏବେ ଆଉ ପାଦେ ଆଗେଇ ପିଲା ଜନ୍ମ କରିବା ପାଇଁ ମଧ୍ୟ ବ୍ୟବହୃତ ହେଲାଣି ।
Also Read
ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ନିକଟରେ, AI ସାହାଯ୍ୟରେ ଜନ୍ମ ହୋଇଛି ବିଶ୍ୱର ପ୍ରଥମ ଶିଶୁ । ଆସନ୍ତୁ ଜାଣିବା ଏହି ନୂଆ IVF ଚିକିତ୍ସା କ’ଣ?
ଅଧିକ ପଢ଼ନ୍ତୁ: ମାଗଣାରେ କରିପାରିବେ Ghibli ଷ୍ଟାଇଲ୍ AI ଇମେଜ୍; ଆପଣଙ୍କ ପାଇଁ ୫ ଟୁଲ୍ସ
କୁହାଯାଉଛି AI ସହାୟତାରେ IVF ସିଷ୍ଟମ ବ୍ୟବହାର କରି ବିଶ୍ୱର ପ୍ରଥମ ଶିଶୁ ଜନ୍ମ ହୋଇଛି । ଏହି ସିଷ୍ଟମ IVF ରେ ବ୍ୟବହୃତ ଏକ ସାଧାରଣ ପଦ୍ଧତି, ଯେଉଁଥିରେ ଗୋଟିଏ ଶୁକ୍ରାଣୁ ସିଧାସଳଖ ଡିମ୍ବାଣୁରେ ଇଞ୍ଜେକ୍ସନ କରାଯାଏ । ଏହା ପାରମ୍ପରିକ ମାନୁଆଲ ପ୍ରକ୍ରିୟା ଇଣ୍ଟ୍ରାସାଇଟୋପ୍ଲାଜମିକ ସ୍ପର୍ମ ଇଞ୍ଜେକ୍ସନ (ICSI) କୁ ବଦଳାଇଥାଏ । ଏହି ନୂତନ ପ୍ରକ୍ରିୟା ଏବେ AI କିମ୍ବା ରିମୋଟ ଡିଜିଟାଲ ନିୟନ୍ତ୍ରଣ ମାଧ୍ୟମରେ କୌଣସି ମାନବ ହାତ ବିନା ICSI ପ୍ରକ୍ରିୟାର ସମସ୍ତ ୨୩ଟି ପଦକ୍ଷେପ ସମାପ୍ତ କରିପାରିବ ।
AI କିପରି ସାହାଯ୍ୟ କଲା?
ଆମେରିକୀୟ ପ୍ରଜନନ କ୍ଲିନିକ୍ରେ AI ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସର୍ବଶ୍ରେଷ୍ଠ ଭ୍ରୁଣ ଚୟନ କରାଯାଇଥିଲା । ଏହାପରେ ଚୟନ କରାଯାଇଥିବା ଭ୍ରୁଣକୁ ମହିଳାଙ୍କ ଗର୍ଭାଶୟରେ ପ୍ରତିରୋପଣ କରାଯାଇଥିଲା । ପରିଣାମସ୍ବରୂପ ଏକ ସଫଳ ଗର୍ଭଧାରଣ ସହିତ ଏକ ସୁସ୍ଥ ଶିଶୁର ଜନ୍ମ ହୋଇଥିଲା ।
IVF ପ୍ରକିୟାରେ, ଅନେକ ଭ୍ରୁଣ ସୃଷ୍ଟି ହୁଏ । କିନ୍ତୁ କେଉଁ ଭ୍ରୁଣ ସବୁଠାରୁ ସୁସ୍ଥ ଏବଂ ସଫଳ ଗର୍ଭଧାରଣ କରିବ ତାହା ବାଛିବା ବହୁତ କଷ୍ଟକର । ଯେଉଁ ମାଇକ୍ରୋସ୍କପ ଚିତ୍ରଗୁଡ଼ିକର ବିଶ୍ଳେଷଣ ଡାକ୍ତରଙ୍କ ପାଇଁ କଷ୍ଟକର ବ୍ୟାପାର ତା'କୁ ବିଶ୍ଳେଷଣ କରି AI ଆଲଗୋରିଦମ ସବୁଠାରୁ ଉପଯୁକ୍ତ ଭ୍ରୁଣକୁ ଚୟନ କରିଥିଲା ।
AI ପ୍ରଯୁକ୍ତିବିଦ୍ୟା ଭ୍ରୁଣର ବୃଦ୍ଧି, କୋଷ ବିଭାଜନର ଗତି ଏବଂ ଅନ୍ୟାନ୍ୟ ଜୈବିକ ସଙ୍କେତଗୁଡ଼ିକୁ ସ୍କୋର କରିଥିଲା । ଏହା IVF ର ସଫଳତା ହାରକୁ ପୂର୍ବ ଅପେକ୍ଷା ଉନ୍ନତ କରିଥିଲା ।
IVF ପ୍ରାୟତଃ ଏକ ବ୍ୟୟବହୁଳ ଏବଂ କ୍ଳାନ୍ତିକର ପ୍ରକ୍ରିୟା । ତେବେ ଏହି ପ୍ରକ୍ରିୟାକୁ ଦ୍ରୁତ ଏବଂ ସଠିକ କରି AI ସମୟ ଏବଂ ଟଙ୍କା ଉଭୟ ସଞ୍ଚୟ କରିବାକୁ ସକ୍ଷମ ହୋଇଥାଏ ।