Advertisment

ଚନ୍ଦ୍ରରେ ପହଞ୍ଚି କ’ଣ କରିବ ଚନ୍ଦ୍ରୟାନ-୩, ବିକ୍ରମ-ରୋଭରର କ’ଣ ରହିଛି ଭୂମିକା ?

ଆମେରିକା, ରୁଷିଆ, ଚୀନ ଆଗରୁ ନିଜର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲେ ମଧ୍ୟ କେହି ଦକ୍ଷିଣ ମେରୁରେ ଅବତରଣ କରିପାରି ନାହାନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Chandrayaan 3 Moon Landing Live Updates

Chandrayaan 3, ISRO

ଚନ୍ଦ୍ରଯାନ ୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ଅଛି । ପ୍ରଥମ ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲାଣ୍ଡର୍ ବିକ୍ରମର ଅବତରଣ, ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭର୍‌ର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା । ଆମେରିକା, ରୁଷିଆ, ଚୀନ ଆଗରୁ ନିଜର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲେ ମଧ୍ୟ କେହି ଦକ୍ଷିଣ ମେରୁରେ ଅବତରଣ କରିପାରି ନାହାନ୍ତି। ଯଦି ଇସ୍ରୋର ଅଭିଯାନ ସଫଳ ହେବ, ଏହା ଇତିହାସ ସୃଷ୍ଟି କରିବ।

Advertisment

ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଅଛି । ଏହାର ଅର୍ଥ ସେଠାରେ ପାଣି ଥାଇପାରେ । ତେଣୁ ବିକ୍ରମର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା । ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ। ଏହା ସହିତ ପାଣି ରହିଛି ମାନେ ହାଇଡ୍ରୋଜେନ ଓ ଅକସିଜେନ ଅଛି। ଏହାକୁ ନେଇ ଅନେକ ବୈଜ୍ଞାନିକ ଗବେଷଣା କରାଯାଇପାରେ।

ଚନ୍ଦ୍ରରେ ଛାଡ଼ିବ ତ୍ରିରଙ୍ଗା ଛାପ

ଚନ୍ଦ୍ରପୃଷ୍ଠରେ ବିକ୍ରମ ଅବତରଣ କରିବା ପରେ ପରେ ରୋଭର ପ୍ରଜ୍ଞାନ୍ ଏହା ଭିତରୁ ବାହାରକୁ ବାହାରିବ। ଏହା ଚାଲିବା ସମୟରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଓ ଇସ୍ରୋର ଲୋଗୋର ଛାପ ଛାଡ଼ିବ। ଚନ୍ଦ୍ରର ବାୟୁମଣ୍ଡଳରେ କଣ କଣ ଉପାଦାନ ଅଛି, ତାର ତଥ୍ୟ ସଂଗ୍ରହ କରିବ ବିକ୍ରମର ପ୍ଲେଲୋଡ୍। ଏହା ସହିତ ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମଧ୍ୟ ମାପିବ । ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ ମଧ୍ୟ କରିବ ।

Advertisment

ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର । ପ୍ରାୟ ୧୪ ଦିନ ଧରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ବିକ୍ରମ। ପୃଥିବୀର ୧୪ ଦିନ ହେଉଛି ଚନ୍ଦ୍ରପୃଷ୍ଠର ଗୋଟିଏ ଦିନ । ରୋଭର୍ ପ୍ରଜ୍ଞାନ କେବଳ ଲାଣ୍ଡର ବିକ୍ରମ ସହିତ ହିଁ ଯୋଗାଯୋଗ କରିପାରିବ। ଆଗରୁ ଯାଇଥିବା ଚନ୍ଦ୍ରଯାନ ୨ ଜରୁରୀ ସମୟରେ ଇସ୍ରୋ ସହିତ ଯୋଗାଯୋଗ କରିପାରିବ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରୟାନ-୩ ପାଇଁ ଭାରତ କାହିଁକି ବାଛିଲା ଚନ୍ଦ୍ରର ଦକ୍ଷିଣ ଭାଗ...

କେମିତି ଲ୍ୟାଣ୍ଡିଂ ପଏଣ୍ଟ ବାଛିଲା ISRO ?

ଅନ୍ୟପଟେ ଆଉ ମାତ୍ର କିଛି ସମୟର ଅପେକ୍ଷା। ଜହ୍ନର ଦକ୍ଷିଣ ମେରୁରେ ସଫ୍ଟଲାଣ୍ଡିଂ କରିବ ଚନ୍ଦ୍ରୟାନ-ଥ୍ରୀ । ତେବେ କିଭଳି ଭାବେ ବଛାଗଲା ଚନ୍ଦ୍ରୟାନ ଥ୍ରୀର ଲ୍ୟାଣ୍ଡିଂ ସାଇଟ୍ । କେଉଁ ପରିସ୍ଥିତିରେ ଲ୍ୟାଣ୍ଡି ପଏଣ୍ଟ ବାଛିଲା ଇସ୍ରୋ । କୁହାଯାଉଛି ପୂର୍ବ ମିଶନର ଅଭିଜ୍ଞତା ଅନୁଯାୟୀ ଇସ୍ରୋ ଏଥର ଚନ୍ଦ୍ରୟାନ-ଥ୍ରୀର ସଫ୍ଟଲ୍ୟାଣ୍ଡିଂ ପଏଣ୍ଟ ସ୍ଥିର କରିଛି ।

ଭାରତର ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ଏବଂ ଆମେରିକାର ଲୁନାର ରେକୋନେସନ୍ସ ଅର୍ବିଟର ବା LRO ମିଶନରୁ ଡାଟା ସଂଗ୍ରହ ପରେ ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚିହ୍ନଟ କରିଛି ଇସ୍ରୋ । ଇସ୍ରୋର କିଛି ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍ ଅନେକ ଅନୁଧ୍ୟାନ ପରେ ଚନ୍ଦ୍ରୟାନ ଥ୍ରୀର ଲ୍ୟାଣ୍ଡି ପାଇଁ ୪ କିଲୋମିଟର ଦୈର୍ଘ୍ୟ ଏବଂ ୨.୪ କିଲୋମିଟର ପ୍ରସ୍ଥ ବିଶିଷ୍ଟ ସ୍ଥାନ ବାଛିଛନ୍ତି ।

ପ୍ରଥମେ ବୈଜ୍ଞାନିକମାନେ ୨୦ଟି ସ୍ଥାନ ବାଛିଥିଲେ । ପରେ ଏଥିମଧ୍ୟରୁ ୮ଟିକୁ ତାଲିକାଭୁକ୍ତ କରାଯାଇଥିଲା । ପରେ ଏହା ଭିତରୁ ଏକ ନିର୍ଦ୍ଦିଷ୍ଟ ସାଇଟକୁ ସଫ୍ଟଲ୍ୟାଣ୍ଡିଂ ପାଇଁ ବଛାଯାଇଛି । ସଫ୍ଟଲ୍ୟାଣ୍ଡିଂ ଯେପରି କୌଣସି ଭାବେ ଫେଲ୍ ନମାରେ ସେଥିଲାଗି ଚନ୍ଦ୍ରୟାନ-୨ ଅପେକ୍ଷା ଚନ୍ଦ୍ରୟାନ-୩ରେ ଲ୍ୟାଣ୍ଡିଂ ସାଇଟର ଆକାରକୁ ବଢ଼ାଯାଇଛି ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ପଏଣ୍ଟ, କେମିତି ବାଛିଲା ISRO

ISRO Chandrayaan-3
Advertisment
Advertisment