Advertisment

ଚନ୍ଦ୍ରୟାନ-୩ ପାଇଁ ଭାରତ କାହିଁକି ବାଛିଲା ଚନ୍ଦ୍ରର ଦକ୍ଷିଣ ଭାଗ...

ପୂର୍ବରୁ ଚନ୍ଦ୍ରର ସାଉଥ ପୋଲ୍‌ରେ କୌଣସି ବି ଦେଶ ପହଞ୍ଚି ନାହାନ୍ତି । ଭାରତ କାହିଁକି ଏଭଳି ନିଷ୍ପତ୍ତି ନେଇଛି ?

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Chandrayaan-3 In South Pole On Moon

Chandrayaan-3 In South Pole On Moon

ଚନ୍ଦ୍ରୟାନ ୩କୁ ଆଜି ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବାର ଯୋଜନା କରିଛି ଭାରତ । ଏହା ସମସ୍ତେ ଜାଣିଛନ୍ତି । ଏନେଇ ସାରା ଦେଶରେ ଉତ୍ସବର ମାହୋଲ ଦେଖାଯାଇଛି । ସମସ୍ତେ ବ୍ୟଗ୍ରତାର ସହ ଚନ୍ଦ୍ରୟାନ ୩ର ସଫଳ ଲ୍ୟାଣ୍ଡିଂ ପାଇଁ ଚାହିଁ ରହିଛନ୍ତି । ଖାଲି ସେତିକି ନୁହେଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ବି କରୁଛନ୍ତି । ଏମିତିକି ବିଭିନ୍ନ ସ୍ଥାନରେ ଚନ୍ଦ୍ରୟାନ-୩ ପାଇଁ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ ବି ହେଉଛି ।

Advertisment

ତେବେ ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି ଯେ ଚନ୍ଦ୍ରୟାନ-୩କୁ ଭାରତ, ଚନ୍ଦ୍ରର ଦକ୍ଷିଣ ଭାଗରେ କାହିଁକି ଅବତରଣ କରିବାର ନିଷ୍ପତ୍ତି ନେଇଛି । ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ୱାଭାବିକ କଥା । କାରଣ ପୂର୍ବରୁ ଚନ୍ଦ୍ରର ସାଉଥ ପୋଲ୍‌ରେ କୌଣସି ବି ଦେଶ ପହଞ୍ଚି ନାହାନ୍ତି । ଭାରତ କାହିଁକି ଏଭଳି ନିଷ୍ପତ୍ତି ନେଇଛି ?

ଅଧିକ ପଢ଼ନ୍ତୁ: କିଭଳି ହେବ ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ ? ଜାଣନ୍ତୁ, ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରକ୍ରିୟା...

Advertisment

ତେବେ ଏହାର ପ୍ରଥମ ଉତ୍ତର ହେଲା, କୌଣସି ବି ଦେଶ ଚନ୍ଦ୍ରର ଦକ୍ଷିଣ ଭାଗରେ ପହଞ୍ଚି ନାହାନ୍ତି ସେଇଥିପାଇଁ ଭାରତ ସେଠାରେ ପହଞ୍ଚିବାକୁ ଚେଷ୍ଟା କରିଛି । ଆଉ ସେଠାରେ ଚନ୍ଦ୍ରୟାନ୍‌-୩ର ସଫଳ ଅବତରଣ ହେଲେ ଭାରତ ଇତିହାସ ରଚିବ । ଭାରତ ନାଁରେ ଏକ ବିରଳ ରେକର୍ଡ ରହିବ । ଭାରତ ହିଁ ପ୍ରଥମ ଦେଶ ଯିଏ କି ଚନ୍ଦ୍ର ଦକ୍ଷିଣ ଭାଗରେ ପହଞ୍ଚିବ ।

ଅନ୍ୟପଟେ ଚନ୍ଦ୍ରରେ ପହଞ୍ଚିଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଚତୁର୍ଥ ଦେଶ ଭାବେ ନିଜ ନାଁରେ ଇତିହାସ ଲେଖିବ । ଭାରତ ପୂର୍ବରୁ ଚନ୍ଦ୍ରରେ ଆମେରିକା, ରୁଷ ଓ ଚୀନ ପହଞ୍ଚିସାରିଛନ୍ତି ।

ତେବେ କଥା ଏତିକିରେ ସରିନାହିଁ, ଚନ୍ଦ୍ରର ଦକ୍ଷିଣ ଭାଗରେ ଫ୍ରୋଜେନ୍ ୱାଟରର ସନ୍ଧାନ ମିଳିଛି । ତେଣୁ ଭାରତ ଦକ୍ଷିଣ ଭାଗରେ ପହଞ୍ଚିବାର ନିଷ୍ପତ୍ତି ନେବା ପଛରେ ଏହା ମଧ୍ୟ ଏକ ପ୍ରମୁଖ କାରଣ । ଫ୍ରୋଜେନ୍‌ ୱାଟର ରହିଛି, ଅର୍ଥାତ୍‌ ସେଠାରେ ବରଫ ଏବଂ ଜଳ ରହିବାର ସୂଚନା ରହିଛି । ତେଣୁ ଜୀବଜଗତଙ୍କ ପାଇଁ ଏଠାରେ ଅନୁକୂଳ ପରିବେଶ ଥାଇପାରେ ବୋଲି ମଧ୍ୟ କୁହାଯାଇପାରେ । ଏହି ଆଶଙ୍କା ଥିବାରୁ ଭାରତ ଦକ୍ଷିଣ ଭାଗରେ ଚନ୍ଦ୍ରୟାନ-୩ ଲ୍ୟାଣ୍ଡ କରିବାର ନିଷ୍ପତ୍ତି ନେଇଛି ।

କୁହାଯାଏ ଚନ୍ଦ୍ରର ବୟସ ପ୍ରାୟ ୪.୫ ବିଲିୟନ ବର୍ଷ । ଅର୍ଥାତ୍ ପୃଥିବୀର ବୟସ ସହିତ ସମାନ । ପୃଥିବୀ ଏବଂ ମଙ୍ଗଳଗ୍ରହ ମଧ୍ୟରେ ଧକ୍କା ହେବା ପରେ କିଛି ଅଂଶବିଶେଷରୁ ଚନ୍ଦ୍ରର ଜନ୍ମ ବୋଲି କୁହାଯାଏ । କିନ୍ତୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ତୁଳନାରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଖୁବ୍‌ କମ୍‌ । ଅର୍ଥାତ୍‌ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ୬ ଭାଗରୁ ଭାଗେ ହେଉଛି ଚନ୍ଦ୍ରର ଶକ୍ତି । ଏହାର ଅର୍ଥ ପୃଥିବୀରେ କୌଣସି ବସ୍ତୁର ଓଜନଠାରୁ ଚନ୍ଦ୍ରରେ ଏହାର ଓଜନ କମ୍‌ ରହିବ । ଉଦାହରଣ ସ୍ୱରୂପ ପୃଥିବୀରେ ଯଦି କୌଣସି ବ୍ୟକ୍ତିର ଓଜର ୬୮ କେଜି ରହିବ, ତେବେ ଚନ୍ଦ୍ରରେ ତାହା ୧୧ କେଜି ହେବ ।

ଅଧିକ ପଢ଼ନ୍ତୁ: କାହିଁକି ଫେଲ୍ ମାରିଥିଲା ‘ଚନ୍ଦ୍ରୟାନ-୨’ର ସଫ୍ଟଲ୍ୟାଣ୍ଡିଂ ? କେଉଁଠି ରହିଲା ଭୁଲ୍ ?

କାହିଁକି ସାଉଥ୍‌ ପୋଲ୍ ?

କୁହାଯାଏ ଚନ୍ଦ୍ରର ଦକ୍ଷିଣ ଭାଗରେ ଖୁବ୍‌ ବଡ଼ ପରିମାଣର ଜଳ ଏବଂ ବରଫ ରହିଛି । ସେଗୁଡ଼ିକ ଅନ୍ଧାରରେ ରହିଛି । ଭବିଷ୍ୟତରେ ଅନ୍ତରିକ୍ଷ ପରିକ୍ଷଣ ପାଇଁ ଜଳ ଖୁବ୍‌ ଜରୁରୀ । କାରଣ ଏଥିରୁ ଅମ୍ଳଯାନ ବାହାର କରିହେବ । ଏମିତିକି ହାଇଡ୍ରୋଜେନ୍‌ ମଧ୍ୟ ଉତ୍ପାଦନ କରିହେବ । ଆଉ ଏଗୁଡ଼ିକ ରକେଟ ପାଇଁ ଇନ୍ଧନ ଭଳି କାର୍ଯ୍ୟ କରିବ । ଏହି ସ୍ଥାନ ସ୍ଥାୟୀ ଭାବେ ସୂର୍ଯ୍ୟଙ୍କ କିରଣଠାରୁ ଦୂରରେ ରହୁଛି । ଅର୍ଥାତ୍‌ ଏଠାରେ ସୂର୍ଯ୍ୟଙ୍କ କିରଣ ପଡ଼ୁନାହିଁ । ଏଠାକାର ତାପମାତ୍ରା ଶୁନରୁ ଖସି ମାଇନସ ୧୦ ରୁ ମାଇନସ୍ ୫୦ ଡିଗ୍ରୀ ମଧ୍ୟ ରହିଥାଏ । ଯାହାକି ଅନ୍ତରିକ୍ଷ ପରିକ୍ଷଣ ପାଇଁ ଖୁବ୍‌ ଉପଯୋଗୀ ।

୧୯୬୦ ଦଶକ ଆରମ୍ଭରେ, ପ୍ରଥମ ଆପୋଲୋ ଲ୍ୟାଣ୍ଡିଂର ପୂର୍ବରୁ ଚନ୍ଦ୍ରରେ ବରଫ ଅବସ୍ଥାରେ ପାଣି ଥିବା ନେଇ ଅନୁମାନ ଏବଂ ପରବର୍ତ୍ତୀ ସମୟରେ ଚନ୍ଦ୍ରର ସାଉଥ୍ ପୋଲରେ ହିଁ ସବୁଠୁ ଅଧିକ ସାନ୍ଦ୍ରତାର ବରଫ ଥିବାର ପ୍ରମାଣ ମିଳିସାରିଥିଲା । ପାଣି ଅଛି ମାନେ ହୁଏତ ଜୀବସତ୍ତା ଥାଇପାରେ। ପାଣି ଅଛି ମାନେ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ବି ଅଛି । ତେଣୁ ମିଶନ୍ ଚନ୍ଦ୍ରାୟନ ଥ୍ରୀର ପ୍ରମୁଖ କାମ ହେଉଛି ପାଣିର ସନ୍ଧାନ।

ଲ୍ୟାଣ୍ଡରରୁ ବାହାରିବା ପରେ ରୋଭର ଚନ୍ଦ୍ରପୃଷ୍ଠରେ ଗଡ଼ି ଗଡ଼ି ୧୪ ଦିନ କାଳ ଏସବୁ ପରଖିବ। ମାଟି ଓ ପଥରର ରାସାୟନିକ, ଖଣିଜ ଓ ମୌଳିକ ସଂରଚନା ଯାଞ୍ଚ କରିବ। ଏଥିସହ ଚନ୍ଦ୍ରୟାନ-ଥ୍ରୀ ଲ୍ୟାଣ୍ଡର ବି ଆଗାମୀ ୧୪ ଦିନ ଯାଏଁ ଚନ୍ଦ୍ରପୃଷ୍ଠର ତାପ ପରିବହନ କ୍ଷମତା, କଂପନ ଓ ଚନ୍ଦ୍ରପୃଷ୍ଠ ନିକଟରେ ଥିବା ପ୍ଲାଜମା ସଂପର୍କରେ ତଥ୍ୟ ସଂଗ୍ରହ କରିବ। ଯାହାକି ମାନବଜାତିର କଲ୍ୟାଣ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହେବ। ସବୁଠୁ ବଡ଼ କଥା ହେଉଛି, ରୋଭରର ୬ଟି ଚକରେ ଲାଗିଥିବା ଅଶୋକ ସ୍ତମ୍ଭ ଓ ଇସ୍ରୋ ଲୋଗୋର ଛାପ ଚନ୍ଦ୍ରରେ ସବୁଦିନ ପାଇଁ ଭାରତର ଚିହ୍ନ ଛାଡ଼ିଯିବ।

ତେବେ ଦକ୍ଷିଣ ମେରୁରେ ଚନ୍ଦ୍ରର ସଫ୍ଟଲ୍ୟାଣ୍ଡିଂ ସାଇଟ୍ ଚିହ୍ନଟ କରିବା ବି ଏତେ ସହଜ ନଥିଲା। ଏଥିପାଇଁ ଇସ୍ରୋର କିଛି ବୈଜ୍ଞାନିକଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ପୂର୍ବ ମିଶନର ଅଭିଜ୍ଞତା ଆଧାରରେ ଚନ୍ଦ୍ରୟାନ-ଥ୍ରୀର ସଫ୍ଟଲ୍ୟାଣ୍ଡିଂ ପଏଣ୍ଟ ସ୍ଥିର କରିଥିଲା। ଭାରତର ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ଏବଂ ଆମେରିକାର ଲୁନାର ରେକୋନେସନ୍ସ ଅର୍ବିଟର ବା LRO ମିଶନରୁ ଡାଟା ସଂଗ୍ରହ ପରେ ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚିହ୍ନଟ ହୋଇଥିଲା। ପ୍ରଥମେ ୨୦ଟି ସ୍ଥାନ ବଛାଯାଇଥିଲା। ଅଧିକ ପରୀକ୍ଷାନୀରିକ୍ଷା ପରେ ସେଥରୁ ୮ ଟିକୁ ସର୍ଟଲିଷ୍ଟ କରାଯାଇଥିଲା।

ଶେଷରେ ୪ କିଲୋମିଟର ଦୈର୍ଘ୍ୟ ଏବଂ ୨.୪ କିଲୋମିଟର ପ୍ରସ୍ଥ ବିଶିଷ୍ଟ ଏକ ବଡ଼ ସ୍ଥାନକୁ ଚିହ୍ନଟ କରାଯାଇ ସେଭିତରୁ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଜିର ଏ ନିର୍ଦ୍ଦିଷ୍ଟ ସାଇଟ୍‌କୁ ବଛାଯାଇଥିଲା । ସଫ୍ଟଲ୍ୟାଣ୍ଡିଂ ଯେପରି କୌଣସି ଭାବେ ଫେଲ୍ ନମାରେ ସେଥିଲାଗି ଚନ୍ଦ୍ରୟାନ-ଟୁ ଅପେକ୍ଷା ଚନ୍ଦ୍ରୟାନ ଥ୍ରୀରେ ଲ୍ୟାଣ୍ଡିଂ ସାଇଟର ଆକାରକୁ ବଢ଼ାଯାଇଥିଲା। ଯାହାର ପରିଣାମ ହେଉଛି ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ସଫ୍ଟଲ୍ୟାଣ୍ଡିଂ ।

ISRO Chandrayaan-3
Advertisment
Advertisment