• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପ୍‌ରେ ବାପ୍‌ ଏତେ ରାଗ ! ଛୋଟ କଥାକୁ ନେଇ ତୁମୁଳ କାଣ୍ଡ ! ଠିଆ କରିଦେଲେ ବୁଲଡୋଜର । ୟାକୁ ହିଁ କୁହାଯାଏ, କ୍ଷମତାର ଦୁରୁପୋଯୋଗ । ୟାକୁ ହିଁ କୁହାଯାଏ ଅହଙ୍କାର । 

ଆପଣ ଭାବୁଥିବେ ଆମେ ଏସବୁ କ’ଣ କହୁଛୁ । ଲକ୍ଷ୍ନୌରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଯିଏ କେହି ବି କହିବ ଏହା କ୍ଷମତାର ଦୂରୁପୋଯୋଗ । ଆଉ ଏହା ହିଁ କ୍ଷମତାର ଅହଙ୍କାର ।

ଆଜ୍ଞା ହଁ, ଲକ୍ଷ୍ନୌର ଜଣେ ମେୟର ଏକ ଘରୋଇ ହସ୍ପିଟାଲ ଭିତରକୁ ଯାଉଥିଲେ । ଏହି ସମୟରେ କିଛି ଡାକ୍ତର ତାଙ୍କୁ ଚପଲ କାଢ଼ି ଭିତରକୁ ଯିବା ପାଇଁ କହିଥିଲେ । ଆଉ ଏତିକିରେ ହିଁ ରାଗିଗଲେ ମେୟର ସୁଷମା ଖାରାକୱାଲ । ଆଉ ସଙ୍ଗେ ସଙ୍ଗେ ତାଙ୍କ ସହ ନାନା ପ୍ରକାର ଯୁକ୍ତି କରିବା ଆରମ୍ଭ କରିଥିଲେ । ମେୟରଙ୍କ ସହ ଥିବା ସମର୍ଥକ ମଧ୍ୟ ହୋ-ହଲ୍ଲା କରିଥିଲେ । ମେଡିକାଲ ଭିତରେ ପରିସ୍ଥିତି ଉତ୍ତେଜନା ମୂଳକ ହୋଇଥିଲା । ତାପରେ ସଙ୍ଗେ ସଙ୍ଗେ ପ୍ରଶାସନ ପକ୍ଷରୁ ମେଡିକାଲ ବାହାରେ ଏକ ନୋଟିସ ଲାଗିଲା । ଆଉ ତାଙ୍କୁ ଭାଙ୍ଗିବା ପାଇଁ ବୁଲ୍‌ଡୋଜର ମଧ୍ୟ ଛିଡ଼ା ହେଲା ।

ପରିସ୍ଥିତି ଏମିତି ହେଲା ଯେ, ଶେଷରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । 

 

ମିଳିଥିବା ସୂଚନାନୁସାରେ, ସୋମବାର ଦିନ ମେୟର ଚପଲ ପିନ୍ଧି ICU ଭିତରକୁ ଯିବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ଡାକ୍ତର ତାଙ୍କୁ ବାରଣ କରିଥିଲେ । ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ତାଙ୍କର ବଚସା ହୋଇଥିଲା । ସୁରେନ୍‌ କୁମାର ନାମକ ଜଣେ ଆର୍ମି ବ୍ରିଗେଡ୍‌ ଯିଏ ସେହି ମୁନିସିପାଲ ଅଞ୍ଚଳରେ ରୁହନ୍ତି, ସେ ସେହି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଦେଖା କରିବାକୁ ଯାଇଥିଲେ ମେୟର । 

ଅନ୍ୟପଟେ ମେଡିକାଲ ନିର୍ଦ୍ଦେଶକ ମୁଦ୍ରିକା ସିଂହ ଏହି ଘଟଣାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇଛନ୍ତି । ସେ କହିଛନ୍ତି ଏଭଳି କିଛି ଅଘଟଣ ଘଟିନାହିଁ । ମେୟରଙ୍କ ସହ ମେଡିକାଲ ଷ୍ଟାଫ୍‌ଙ୍କ ସହ କୌଣସି ପ୍ରକାର ଯୁକ୍ତିତର୍କ ହୋଇନାହିଁ । ଏହା ଏକ ମିଥ୍ୟା ପ୍ରଚାର । ସେ ଆହୁରି କହିଛନ୍ତି ମେୟର ଆସିଥିଲେ, ଆଉ ଡାକ୍ତରଙ୍କ ସହ ମେଡିକାଲ ବିଷୟରେ ଆଲୋଚନା କରି ଯାଇଛନ୍ତି । ମିଡିଆ ଓ ସୋସିଆଲ ମିଡିଆରେ ଯେଉଁସବୁ ଖବର ପ୍ରଚାର ହେଉଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ।