Advertisment

ମିଶିଲା ମନ; ବଲିଉଡ୍‌ରେ ପୁଣି ଜମିବ ରବୀନା-ଅକ୍ଷୟ ଯୋଡ଼ି

ଦୀର୍ଘ ୧୯ ବର୍ଷ ପରେ ଅକ୍ଷୟ କୁମାର ତାଙ୍କ ପ୍ରେମିକା ରବୀନା ଟଣ୍ଡନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସୁଛି ନୂଆ ଫିଲ୍ମ। ଖୁବ୍ ଶୀଘ୍ର ସେମାନଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।

author-image
Pramod Behera
ଅଦ୍ୟତନ ହୋଇଛି
Akshay kumar and raveena tendon to be come reunite on big screen

Akshay kumar and raveena tendon to be come reunite on big screen

୯୦ ଦଶକରେ ବଲିଉଡରେ ବେଶ ଚର୍ଚ୍ଚିତ ଯୋଡି ଥିଲେ ରବୀନା ଟଣ୍ଡନ୍ ଏବଂ ଅକ୍ଷୟ କୁମାର। ସେମାନଙ୍କ କେମେଷ୍ଟ୍ରୀକୁ ଲୋକେ ଖୁବ ପସନ୍ଦ କରୁଥିଲେ। ଏହି ଯୋଡି ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତେବେ ହଠାତ୍ ଦୁହେଁ ସେମାନଙ୍କର ମାର୍ଗ ବଦଳାଇଦେଲେ ଏବଂ ପରସ୍ପର ସହିତ ଫିଲ୍ମ ନ କରିବାକୁ ମନସ୍ଥ କରିନେଲେ।

Advertisment

ଉଭୟଙ୍କ ଶତ୍ରୁତା ଏତେ ବଢିଗଲା ଯେ ଦୁହେଁ ପରସ୍ପରଙ୍କ ମୁହଁ ବି ଦେଖିବାକୁ ପସନ୍ଦ କଲେନି। ତେବେ ବର୍ତ୍ତମାନ ଲାଗୁଛି ଯେ ବଲିଉଡର ଏହି ପୂର୍ବତନ ଯୋଡି ଖୁବ୍ ଶୀଘ୍ର ଏକାଠି ହେବାକୁ ଯାଉଛନ୍ତି। ଦୁହେଁ ସେମାନଙ୍କର ଶତ୍ରୁତାକୁ ଭୁଲି ଏକାଠି କାମ କରିବାକୁ ରାଜି ହୋଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ଅକ୍ଷୟ କୁମାର ତାଙ୍କ ପ୍ରେମିକା ରବୀନା ଟଣ୍ଡନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କ ଯୋଡି 'ୱେଲ୍‌କମ୍‌ ୩' ରେ ଦେଖିବାକୁ ମିଳିବ।

ଫିଲ୍ମଫେୟାର ରିପୋର୍ଟ ଅନୁଯାୟୀ, ରବିନା ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କ ଫିଲ୍ମ 'ୱେଲ୍‌କମ ୩' ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଯୋଗଦେବେ। ତେବେ ଏପର୍ଯ୍ୟନ୍ତ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ। କିନ୍ତୁ ଯଦି ଏହି ରିପୋର୍ଟ ସତ ହୋଇଯାଏ ଏବଂ ରବୀନା ଓ ଅକ୍ଷୟ 'ୱେଲ୍‌କମ ୩' ପାଇଁ ଏକାଠି ହୁଅନ୍ତି, ତେବେ ଏହା ଦୀର୍ଘ ୧୯ ବର୍ଷ ପରେ ସେମାନଙ୍କର ଅନ-ସ୍କ୍ରିନ୍ ରୋମାନ୍ସ ହେବ। ୨୦୦୪ର ଫିଲ୍ମ 'ଆନ୍: ମେନ୍ ଆଟ୍ ୱାର୍କ'ରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା।

Advertisment

୧୯୯୦ ଦଶକରେ ରବୀନା ଟଣ୍ଡନ୍ ଏବଂ ଅକ୍ଷୟ କୁମାରଙ୍କ ସମ୍ପର୍କ ସମସ୍ତଙ୍କ ମୁହଁରେ ଥିଲା। ଚଳଚ୍ଚିତ୍ର ସହିତ ତାଙ୍କ ପ୍ରେମ କାହାଣୀକୁ ନେଇ ମଧ୍ୟ ଖୁବ ଆଲୋଚନା ହେଉଥିଲା। ଏହି ଯୋଡି ପ୍ରଥମେ ୧୯୯୪ର ଚଳଚ୍ଚିତ୍ର 'ମୋହରା'ରେ ନଜର ଆସିଥିଲେ। ଏହା ପରେ ରବୀନା ଏବଂ ଅକ୍ଷୟ 'ଖିଲାଡିୟୋଁ କା ଖିଲାଡି', 'ବାରୁଦ' ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ‘ମୋହରା’ ଫିଲ୍ମର ସୁଟିଂ ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଦୁହେଁ ପରସ୍ପରକୁ ନେଇ ଏତେ ବିଶ୍ୱାସୀ ଥିଲେ ଯେ ସେମାନଙ୍କ ନିର୍ବନ୍ଧ ମଧ୍ୟ ହୋଇଗଲା। କିନ୍ତୁ ପରେ କ’ଣ ହେଲା କେଜାଣି ଉଭୟ ଅଲଗା ହୋଇଗଲେ। ଏହା ପରେ ଉଭୟଙ୍କୁ କେବେ ବି ଏକାଠି ଦେଖାଯାଇ ନଥିଲା ଏବଂ ଏହି ଯୋଡିଙ୍କର ଫିଲ୍ମ କେବେ ବି ଆସି ନଥିଲା।

ତେବେ ସର୍ବଶେଷ ରିପୋର୍ଟ ଅନୁସାରେ ବଲିଉଡ୍‌ର ଏହି ପୂର୍ବତନ ଯୋଡି ବହୁ ବର୍ଷ ପରେ ଏକାଠି ନଜର ଆସିବେ। ଏହି କାରଣରୁ, ବଲିଉଡରେ ଲିଭିଯାଇଥିବା ସେମାନଙ୍କର ପ୍ରେମ-କାହାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି।

Bollywood Akshay Kumar Actress Raveena Tandon Welcome
Advertisment
Advertisment