• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଧ୍ୟ ପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ୨ ଚିତା ଶାବକଙ୍କ ମୃତ୍ୟୁ । ଦୁଇ ଚିତା ଶାବକ ଦୁର୍ବଳ ହୋଇଥିବାରୁ ଚିକିତ୍ସାଧୀନ ଥିଲେ । ନ୍ୟାସନାଲ ପାର୍କରେ ଚିତା ଶାବକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । ମାର୍ଚ୍ଚ ୨୪ରେ ୪ଟି ଚିତା ଛୁଆ ଜନ୍ମ ହୋଇଥିଲେ । 

ଆଫ୍ରିକାର ନାମିବ୍ୟାରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାବାଘ ମଧ୍ୟରୁ ଗୋଟିଏ ଚିତା ୪ଟି ଛୁଆ ଜନ୍ମ ଦେଇଥିଲା । ଚିତାବାଘ ଛୁଆ ଦେବା ସମ୍ପର୍କରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୂଚନା ଦେଇଥିଲେ । ଭାରତରେ ଚିତାବାଘ ଛୁଆ ଦେବାକୁ ଭାରତର ବନ୍ୟପ୍ରାଣୀ ସଂରକ୍ଷଣ ଇତିହାସର ଅମୃତକାଳ ବୋଲି ଭୂପେନ୍ଦ୍ର କହିଥିଲେ । ଗତବର୍ଷ ସେପ୍ଟେମ୍ବରରେ ଭାରତ ସରକାର ନାମିବ୍ୟାରୁ ୮ଟି ଚିତାବାଘ ଆଣି କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏଥିରୁ ୫ଟି ମାଈ ଓ ୩ଟି ଅଣ୍ଡିରା ବାଘ ଥିଲେ । 

ମାର୍ଚ୍ଚ ୨୭ରେ ଭାରତର ଚିତା ମିଶନକୁ ପ୍ରଥମ ଝଟକା ଲଗାଇଥିଲା । ନାମିବ୍ୟାରୁ ଆସିଥିବା ମାଇ ଚିତା ବାଘ ଶାଶାର ମୃତ୍ୟୁ ଘଟିଥିଲା । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶାଶା ଗୁରୁତର କୀଡନି ରୋଗରେ ପୀଡିତ ଥିଲା। ଏପରିକି ଶାଶା ଭାରତ ଆସିବା ପୂର୍ବରୁ ହିଁ ସଂକ୍ରମିତ ଥିବା ସୂଚନା ମିଳିଥିଲା । ଗତବର୍ଷ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ମଧ୍ୟପ୍ରଦେଶର କୁନୋ ନାସନାଲ ପାର୍କକୁ ୮ଟି ଚିତା ଆସିଥିଲେ।

ସେହିଭଳି ଗତ ଏପ୍ରିଲ ୨୩ ତାରିଖରେ ପ୍ରାଣ ହରାଇଥିଲା ଆଉ ଏକ ଚିତା । ଯାହାର ନାଁ ରହିଥିଲା ଉଦୟ । ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଉଦୟର କେମିତି ମୃତ୍ୟୁ ଘଟିଲା, ତାହା ପ୍ରଥମେ ସ୍ପଷ୍ଟ ହୋଇନଥିଲା ।

ଚିତା ପ୍ରୋଜେକ୍ଟ ଅଧୀନରେ ୨ଟି ପର୍ଯ୍ୟାୟରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋରେ ଛଡ଼ାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୮ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଆସିଥିଲା । ତେବେ ମାର୍ଚ୍ଚ ୨୭ରେ କିଡନୀ ସଂକ୍ରମଣ ଯୋଗୁଁ ନାମିବ୍ୟାରୁ ଆସିଥିବା ଶାଶାର ମୃତ୍ୟୁ ଘଟିଥିଲା ।