Advertisment

୭୦ ବର୍ଷ ପରେ ଭାରତକୁ ଫେରିଲା ଚିତା: ସ୍ୱତନ୍ତ୍ର ବିମାନରେ ଗ୍ୱାଲିୟରରେ ପହଞ୍ଚିଲେ ୮ ବାଘ

ଦୀର୍ଘ ୭୦ ବର୍ଷ ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିଛି। ଗ୍ୱାଲିୟରରେ ସ୍ୱତନ୍ତ୍ର ବିମାନରେ ଚିତା ବାଘ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଅଣାଯାଇ  ପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
8 Cheetahs Land In Gwalior

8 Cheetahs Land In Gwalior

ସ୍ୱତନ୍ତ୍ର ଚାଟାର୍ଡ କାର୍ଗୋ ବିମାନରେ ନାମିବ୍ୟାରୁ ୮ ଚିତା ବାଘ ଭାରତରେ ପହଞ୍ଚିଛନ୍ତି। ଆଜି ସକାଳେ ସ୍ୱତନ୍ତ୍ର ବିମାନଟି ମଧ୍ୟପ୍ରଦେଶର ଗ୍ୱାଲିୟର ସ୍ଥିତ ଭାରତୀୟ ବାୟୁ ସେନା ଷ୍ଟେସନରେ ଳ୍ୟାଣ୍ଡ୍‌ କରିଥିଲା। ଏହାସହ ଦୀର୍ଘ ୭୦ ବର୍ଷ ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିଛି। ଗ୍ୱାଲିୟରରେ ସ୍ୱତନ୍ତ୍ର ବିମାନରେ ଚିତା ବାଘ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଅଣାଯାଇ  ପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ।  

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଜନ୍ମଦିନ ଅବସରରେ କୁନୋ ଜାତୀୟ ଉଦ୍ୟାନରେ ଏହି ୮ ଚିତାଙ୍କୁ ସ୍ୱାଗତ କରିବେ। ୮ ଚିତା ମଧ୍ୟରେ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତା ରହିଛି। ସୂଚନାଥାଉ କି, ଦୀର୍ଘ ୭ ଦଶନ୍ଧି ପରେ ଭାରତରୁ ଚିତା ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିବା ବେଳେ ଏବେ ଭାରତୀୟ ଜଙ୍ଗଲରେ ବୁଲିବେ ଚିତା ବାଘ। ଚିତା ବାଘ ଗୁଡ଼ିକ ବିମାନ ଯାତ୍ରା ବେଳେ ବାନ୍ତି କରିବା ଯୋଗୁ ସ୍ୱାସ୍ଥ୍ୟ ବିଗିଡ଼ିବାର ଭୟ ଥିବାରୁ ସେମାନଙ୍କୁ ଖାଲି ପେଟରେ ଭାରତ ଅଣାଯାଇଛି। 

Advertisment

ଜାଣନ୍ତୁ, ଚିତା ବାଘ ସ୍ଥାନାନ୍ତରଣର ପୂରା ପ୍ରକ୍ରିୟା ସମ୍ପର୍କରେ...

  • ପ୍ରୋଟୋକୋଲ୍ ଅନୁସାରେ, ନାମିବ୍ୟାରେ ମାସେ ହେଲା ଏନ୍‌କ୍ଲୋଜର୍‌ ଭିତରେ ୮ଟି ଯାକ ଚିତାକୁ ରଖାଯାଇ, ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିଲା। 
  • ସେମାନଙ୍କୁ ଟିକା ଦିଆଯିବା ସହ ବେକରେ ରେଡିଓ କଲାର୍ ଲଗାଯାଇଛି
  • ବିମାନଯାତ୍ରା ବେଳେ ବାନ୍ତି ହେବାର ଓ ସ୍ୱାସ୍ଥ୍ୟ ବିଗିଡ଼ିବାର ଭୟ ଥିବାରୁ ସେମାନଙ୍କୁ ଖାଲି ପେଟରେ ଭାରତ ଅଣାଯାଇଛି
  • ଟ୍ରାଙ୍କୁଲାଇଜ୍ ନକରି ସଚେତ ଅବସ୍ଥାରେ ସେମାନଙ୍କୁ ଉଚ୍ଚ ପିଞ୍ଜରାରେ ବିମାନରେ ଲୋଡ୍ କରାଯାଇଛି। ଏଥିପାଇଁ ବୋଇଂ-747ର ସବୁ ଇକୋନୋମିକ୍ ସିଟ୍‌କୁ ହଟାଯାଇଛି।

ଚିତାମାନଙ୍କୁ ଜାତୀୟ ଉଦ୍ୟାନରେ ଛଡ଼ାଯିବା ପରେ ମାସେ ପାଇଁ ସେମାନଙ୍କୁ ୬ଟି ଆବଦ୍ଧ ସ୍ଥାନରେ କ୍ୱାରେଣ୍ଟିନ୍ କରି ରଖାଯିବ। ମାସେ ପରେ ସେମାନଙ୍କୁ ୬ ବର୍ଗ କିଲୋମିଟରର ଆଉ ଏକ ବିଶାଳ କ୍ୱାରେଣ୍ଟିନକୁ ଛଡ଼ାଯିବ। ସେଠାରେ ସେମାନେ ଶିକାର କରିବାର ସୁଯୋଗ ପାଇବେ। ଶେଷରେ କ୍ୱାରେଣ୍ଟିନରୁ ମୁକ୍ତି ପାଇ ୭୪୦ ବର୍ଗ କିଲୋମିଟର କୁନୋ ଜାତୀୟ ଉଦ୍ୟାନ ଓ ଆଖପାଖ ୫ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ଅବାଧ ବିଚରଣ କରିବେ ୮ଟି ଯାକ ଚିତା ବାଘ। ଏଥିପାଇଁ ପ୍ରାୟ ୨୫ଟି ଗାଁର ୫ ହଜାର ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି।

PM Modi Cheetah African Cheetahs
Advertisment
Advertisment