• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଲ୍‌ରେ ଚାଲିଥିଲା ବଡ଼ ଧରଣର ସେକ୍ସ ରାକେଟ୍‌ । ପର୍ଦ୍ଦାଫାସ୍‌ କଲା ପୋଲିସ । ଘଟଣାସ୍ଥଳରୁ ୬୯ଜଣ ଯୁବତୀଙ୍କ ସହ ମୋଟ୍‌ ୧୦୦ ଜଣଙ୍କୁ ପୋଲିସ ଗିରଫ କରିଛି । ଏପରି ଏକ ଘଟଣା ଗାଜିଆବାଦରୁ ଆସିଛି । ସୂଚନା ଅନୁସାରେ ଗାଜିଆବାଦ୍‌ର ଲିଙ୍କ୍ ରୋଡ୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ ପ୍ରଶାନ୍ତ ମଲ୍‌ରେ ଥିବା ଏକ ସ୍ପାରେ ସେକ୍ସ ରାକେଟ୍‌ ଚାଲିଥିଲା ।

ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବହୁ ସଂଖ୍ୟକ ଯୁବକ ଓ ଯୁବତୀଙ୍କୁ ଧରିଥିଲା ପୋଲିସ । ପରେ ସେମାନଙ୍କୁ ପୋଲିସ ଗିରଫ କରିବା ସହ ଅଭିଯୁକ୍ତମାନଙ୍କୁ ଥାନାକୁ ନେବାକୁ ଏକ ବସ୍‌ ଡକାଇଥିଲା । ବସ୍‌ ଆସିବା ପରେ ସେଥିରେ ୬୧ଜଣ ମହିଳା ଏବଂ ୩୯ ଜଣ ଯୁବକଙ୍କୁ ଥାନାକୁ ନେଇ ଅଟକ ରଖିଥିଲା ପୋଲିସ । ତାହା ସହ ସ୍ପାରୁ କିଛି ଆପତ୍ତିଜନକ ଜିନିଷ ମଧ୍ୟ ପୋଲିସ ଜବତ କରିଥିଲା ।

ଅଧିକ ପଢ଼ନ୍ତୁ: ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଚାଲିଥିଲା ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌, ଧରାପଡ଼ିଲେ ଅଭିନେତ୍ରୀ ଓ ମଡେଲ୍‌

ଗାଜିଆବାଦ୍‌ରେ ଚାଲିଥିବା ଏହି ବଡ଼ ଧରଣର ସେକ୍ସ ରାକେଟ୍‌କୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସର କହିବା ଅନୁସାରେ ପ୍ରଶାନ୍ତ ମଲ୍‌ରେ ଥିବା ସ୍ପାରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଡିସିପି ସ୍ୱତନ୍ତ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ମଲ୍‌ରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୬୧ଜଣ ମହିଳା ଏବଂ ୩୯ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି ।

ଏହି ମାମଲାରେ ଡିସିପି ଆହୁରି କହିଛନ୍ତି କି, ପ୍ରଶାନ୍ତ ମଲ୍‌ର ମୋଟ୍‌ ୮ଟି ସ୍ପାରେ ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ପୋଲିସ ୧୦୦ ଜଣଙ୍କୁ ଧରି ପଚରାଉଚରା କରିବା ସହ ଥାନାକୁ ଆଣିଥିଲା । ଥାନାକୁ ଅଣାଯାଇଥିବା ସମସ୍ତ ଲୋକ ଗାଜିଆବାଦ, ନୋଏଡା ଓ ଦିଲ୍ଲୀ ଏନସିଆର ବାସିନ୍ଦା ବୋଲି ଜଣାପଡ଼ିଛି । ଗ୍ରାହକମାନେ ସ୍ପା ବାହାନାରେ ଖରାପ କାର୍ଯ୍ୟ କରୁଥିଲେ । ଗିରଫ କରାଯାଇଥିବା ୬୯ଜଣ ଯୁବତୀଙ୍କ ମଧ୍ୟରୁ କିଛି ଯୁବତୀ ବିଦେଶୀ ରହିଥିବା ପୋଲିସ କହିଛି । ଏଥିସହିତ ଏହାର ମାଷ୍ଟର ମାଇଣ୍ଡକୁ ପୋଲିସ ଖୋଜୁଛି ।