/odishatv-khabar/media/post_attachments/uploadimage/library/16_9/16_9_0/murder_1685010596.jpg)
murder
ଚରିତ୍ରକୁ ସନ୍ଦେହ କରି ଶ୍ୱଶୁର ଘରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ରାତିରେ ମୁହଁରେ ତକିଆ ରଖି ଶ୍ୱାସରୁଦ୍ଧ କରିବା ପରେ ତଣ୍ଟି କାଟିଦେଲା ଅଭିଯୁକ୍ତ । ତେବେ ହତ୍ୟା ପରେ ଉଭୟଙ୍କ ଫଟୋକୁ ମୋବାଇଲରେ ଷ୍ଟାଟସ ରଖିବା ପରେ ଫେରାର ହୋଇଯାଇଥିଲା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ହଜାରି ସାହିରେ ।
ସୂଚନାଯୋଗ୍ୟ ହଜାରି ସାହିର ଲକ୍ଷ୍ମୀ ସିଂ ଆଗ୍ରାର ରବୀନ୍ଦ୍ର ସିଂଙ୍କୁ ବିବାହ କରିଥିଲେ । ଭାଇ ବାହାଘର ପାଇଁ ୨ ପୁଅଙ୍କୁ ନେଇ ଉଭୟ ସ୍ୱାମୀସ୍ତ୍ରୀ ଦିଲ୍ଲୀରୁ ଗାଁକୁ ଆସିଥିଲେ । ତେବେ ପରକୀୟା ସନ୍ଦେହରେ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା । ଗତକାଲି ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ରବୀନ୍ଦ୍ର ଲକ୍ଷ୍ମୀଙ୍କ ମୁହଁରେ ତକିଆ ଦେଇ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ଏତିକିରେ ମନ ବୁଝିଲା ନାହିଁ ଯେ ଛୁରିରେ ତଣ୍ଟି କାଟି ଦେଇଥିଲା । ପରେ ମୋବାଇଲରେ ଉଭୟଙ୍କ ଫଟୋକୁ ଷ୍ଟାଟସ ରଖି ଫେରାର ହୋଇଯାଇଥିଲେ ।
ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ହାଣି ମୁଣ୍ଡ, ଗଣ୍ଡି ଅଲଗା କଲା ସ୍ୱାମୀ
ସେପଟେ ଘରେ ଝିଅକୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ଆଗରପଡା ପୋଲିସକୁ ଖବର ଦେଇଥିଲେ ପରିବାର ଲୋକ । ପରେ ଖୋଜାଖୋଜି ପରେ ପାଖ ଗାଁ ଲୁଚିଥିବା ରବୀନ୍ଦ୍ର ସିଂକୁ ପୋଲିସ ଅଟକ ରଖିଛି ଓ ହତ୍ୟାରେ ବ୍ୟବହୃତ ଛୁରି ମଧ୍ୟ ଜବତ କରିଛି । ଘଟଣାସ୍ଥଳରେ ତଦନ୍ତ ପାଇଁ ଡଗ ସ୍କ୍ୱାର୍ଡ ସହ ଫରେନସିକ ଟିମ ଯାଉଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)