Advertisment

iPhone Obsession: ଘାରିଲା ଦେଢ଼ଲକ୍ଷ ଟଙ୍କିଆ ଆଇଫୋନ୍ ନିଶା, ନମିଳିବାରୁ ହାତ କାଟି ଦେଲା ଝିଅ

ମାର୍ଚ୍ଚ ୨୪ ତାରିଖ। ପୁଣି ନିଜ ମା’ଙ୍କୁ ଫୋନ୍‌ କିଣିଦେବାକୁ ଅଝଟ କରିଥିଲେ ଝିଅ ଖୁସବୁ। ତେବେ ଏଥିରେ ମନା କରିଦେଇଥିଲେ ତାଙ୍କ ମା’। ବାସ୍‌ ଏତିକିରେ ରାଗିଯାଇଥିଲେ ଖୁସ୍‌ବୁ। ନିଜକୁ ରୁମ୍‌ ରେ ବନ୍ଦ କରି ବ୍ଲେଡ୍‌ ସାହାଯ୍ୟରେ ନିଜ ହାତକୁ କାଟିବା ଆରମ୍ଭ କରିଦେଇଥିଲେ । ଥରେ କିମ୍ବା ଦୁଇଥର ନୁହେଁ ବରଂ ବ୍ଲେଡରେ ଶହେରୁ ଅଧିକ ଥର ହାତ କାଟିଥିଲେ ଖୁସ୍‌ବୁ।

author-image
Prasan Subudhi
ଆଇଫୋନ୍ ନିଶା

ଆଇଫୋନ୍ ନିଶା

ମୋତେ ଆଇ ଫୋନ୍‌ ଦିଅ। ନହେଲେ ମୁଁ ମରିଯିବି। ଖାଇବିନି କି ପିଇବିନି। ଏଭଳି କିଛି ଜିଦ୍‌ ଧରିଲେ ଯୁବତୀ। ପାଗଳ କଲା ଆଇ ଫୋନ୍‌ ପ୍ରେମ। ଆଉ ଜିଦ୍‌ ପୂରଣ ନହେବାରୁ ନେଲେ ଚରମ ନିଷ୍ପତ୍ତି। ବ୍ଲେଡ୍‌ରେ ହାତକୁ କାଟି ପକାଇଲେ। ଥରେ କି ଦୁଇ ଥର ନୁହେଁ ୧୦୦ ଥର ନିଜକୁ ଆଘାତ ଦେଲେ। ଘରେ ଗୁରୁତର ଅବସ୍ଥାରେ ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଛି। ଏପରି କିଛି ଘଟଣା ସାମ୍ନାକୁ ବିହାରର ମୁଙ୍ଗେର ଅଞ୍ଚଳରୁ।

Advertisment

ବିହାରର ମୁଙ୍ଗେରର ଜମାଲପୁର। ଏଠାକାର ମୋହନପୁର ଖଲାସୀ କଲୋନୀରେ ବାପା-ମା’ଙ୍କ ସହ ରହୁନ୍ତି ଖୁସବୁ କୁମାରୀ। ପାଠ ପଢ଼ା ସହ ଆଜିର ଆଧୁନିକ ଯୁଗରେ ତାଳ ଦେଇ ଚାଲିବା ପାଇଁ ରଖିଥିଲେ ସେ ଇଚ୍ଛା। ଭଲ ଲାଗେ ତାଙ୍କୁ ନୂଆ ନୂଆ ଫ୍ୟାଶନ୍ ଓ ଫୋନ୍‌। ଏଥିପାଇଁ ଗତ ତିନି ମାସ ହେବ ବାପା ମାଙ୍କୁ ଦେଢଲକ୍ଷ ଟଙ୍କାର ଆଇଫୋନ୍‌ କିଣିଦେବାକୁ ସେ ଜିଦ୍‌ କରିଆସୁଥିଲେ।

ହେଲେ ଏତେ ଟଙ୍କାର ଫୋନ୍‌ କିଣି ତାଙ୍କ ବାପା-ମା’ଙ୍କ ପକ୍ଷେ ସମ୍ଭବ ନଥିଲା। ଅନେକ ଥର ନିଜର ଆର୍ଥିକ ପରିସ୍ଥିତି ବିଷୟରେ କହି ଝିଅକୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୁଝିବାକୁ ନାରାଜ ଥିଲେ ଖୁସବୁ।

Advertisment

ମାର୍ଚ୍ଚ ୨୪ ତାରିଖ। ପୁଣି ନିଜ ମା’ଙ୍କୁ ଫୋନ୍‌ କିଣିଦେବାକୁ ଅଝଟ କରିଥିଲେ ଝିଅ ଖୁସବୁ। ତେବେ ଏଥିରେ ମନା କରିଦେଇଥିଲେ ତାଙ୍କ ମା’। ବାସ୍‌ ଏତିକିରେ ରାଗିଯାଇଥିଲେ ଖୁସ୍‌ବୁ। ନିଜକୁ ରୁମ୍‌ ରେ ବନ୍ଦ କରି ବ୍ଲେଡ୍‌ ସାହାଯ୍ୟରେ ନିଜ ହାତକୁ କାଟିବା ଆରମ୍ଭ କରିଦେଇଥିଲେ । ଥରେ କିମ୍ବା ଦୁଇଥର ନୁହେଁ ବରଂ ବ୍ଲେଡରେ ଶହେରୁ ଅଧିକ ଥର ହାତ କାଟିଥିଲେ ଖୁସ୍‌ବୁ। ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଯୁବତୀଙ୍କ ଚିକିତ୍ସା ଜାରି ରହିଛି।

ଆଜି କାଲିର ପିଲାମାନେ ଛୋଟି ଛୋଟି ଜିନିଷ ପାଇଁ ଧରି ବସନ୍ତି ଜିଦ୍‌। ଆଉ ନେଇ ଯାଆନ୍ତି ବଡ଼ ବଡ଼ ଷ୍ଟେପ୍‌। ନିଜ ଜୀବନକୁ ଶେଷ କରିବାକୁ ବି ପଛାନ୍ତି ନାହିଁ। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।

Bihar IPhone Suicidal Risk
Advertisment
Advertisment