/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674395685.jpg)
IAS akshita gupta success story
IAS ବା IPS ପାଇବା ସହଜ କଥା ନୁହେଁ। ଏନେଇ ଅତି କମରେ ୪-୫ ବର୍ଷ ପାଇଁ ପ୍ରସ୍ତୁତ ହେବାକୁ ପଡେ ବୋଲି ଅନେକ କୁହନ୍ତି। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହି କଥାକୁ ମିଥ୍ୟା ପ୍ରମାଣିତ କରିଛନ୍ତି। ସେମାନେ କଠିନ ପରିଶ୍ରମ ଦ୍ୱାରା ଏ ସମାଜକୁ କହିଦେଇଛନ୍ତି, ଯଦି ସ୍ମାର୍ଟ ଭାବରେ ପ୍ରସ୍ତୁତ କରାଯାଏ ତେବେ ଚାକିରି କରିବା ସହିତ UPSC ସିଭିଲ୍ ପରୀକ୍ଷା ମଧ୍ୟ ପାସ୍ କରାଯାଇପାରିବ।
ଏଭଳି ପରିସ୍ଥିତିରେ ଆଜି ଆମେ ଆଇଏଏସ୍ ଅକ୍ଷିତା ଗୁପ୍ତାଙ୍କ କାହାଣୀ କହିବୁ, ଯିଏ ଚାକିରି କରିବା ସହିତ UPSC ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲେ।
ଅଧିକ ପଢ଼ନ୍ତୁ: ୟୁଟ୍ୟୁବ୍ରୁ ପଢି UPPSC ପରୀକ୍ଷାରେ ପାଇଗଲେ ୩୦ ତମ ରାଙ୍କ୍
ଏହା ହେଉଛି ଅକ୍ଷିତା ଗୁପ୍ତାଙ୍କ କାହାଣୀ, ଯିଏ ୨୦୨୦ରେ UPSC ପାସ୍ କରି ୬୯ ରାଙ୍କ୍ ପାଇଥିଲେ। ପ୍ରଥମ ପ୍ରୟାସରେ ଅକ୍ଷିତା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ୫୦୦ ମାର୍କରୁ ୨୯୯ ପାଇଥିଲେ। ତେବେ ଆସନ୍ତୁ ଜାଣିବା ଅକ୍ଷିତାଙ୍କ ପ୍ରେରଣାଦାୟକ କାହାଣୀ ଯିଏ ୨୩ ବର୍ଷ ବୟସରେ IAS ହୋଇଥିଲେ।
ଅକ୍ଷିତା ଡାକ୍ତରଖାନାରେ ଦିନକୁ ୧୪ ଘଣ୍ଟା କାମ କରିବା ସହିତ IAS ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଯେତେବେଳେ ସେ ସମୟ ପାଉଥିଲେ ପାଠପଢାରେ ଲାଗିଯାଉଥିଲେ। ଏମିତିକି ଡାକ୍ତରଖାନାରେ ଯେତେବେଳେ ତାଙ୍କୁ ୧୫ ମିନିଟ୍ ବି ସମୟ ମିଳୁଥିଲା ସେ ପଢିବସି ଯାଉଥିଲେ ବୋଲି ସେ କୁହନ୍ତି।
ସାଧାରଣତଃ ଏକ ଅପ୍ସନାଲ ବିଷୟ ବାଛିବା UPSC ପରୀକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର ପ୍ରସ୍ତୁତି ପାଇଁ ସେ ଏକ ମାଷ୍ଟର ଟ୍ରିକ୍ ଗ୍ରହଣ କରିଥିଲେ। ସେ ଏପରି ବିଷୟ ବାଛିଥିଲେ, ଯାହା ଚିକିତ୍ସା ସହିତ ଜଡିତ ଥିଲା। ଯାହା ତାଙ୍କୁ ପ୍ରସ୍ତୁତିରେ ସାହାଯ୍ୟ କରିଥିଲା।
- ଡାକ୍ତରୀ ପୁସ୍ତକରୁ UPSC ସିଲାବସ୍ ସହିତ ଜଡିତ ପୃଷ୍ଠାକୁ ସେ ଉଠେଇଥିଲେ। ସମସ୍ତ ପୃଷ୍ଠାଗୁଡ଼ିକୁ ଷ୍ଟାପଲ କରି ସେଥିରୁ ଚାପ୍ଟର ତିଆରି କରିଥିଲେ, ଏହା ଅଧ୍ୟୟନରେ ସାହାଯ୍ୟ କଲା।
- ପ୍ରଥମ ପ୍ରୟାସରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସେ ରଣନୀତି ପ୍ରସ୍ତୁତ କରିଥିଲେ।
- ଅପ୍ସନାଲ୍ ବିଷୟଗୁଡ଼ିକୁ ପ୍ରାଥମିକତା ଦିଆଯାଇଥିଲା।
- ସ୍ମାର୍ଟ ଭାବରେ ଅଧ୍ୟୟନ।
- ଚାକିରି ସହିତ UPSC ସିଭିଲ ସର୍ଭିସ ପରୀକ୍ଷାରେ ପାସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)