Advertisment

Career: ବିନା କୋଚିଂରେ ଘରେ ଅଭ୍ୟାସ କରି ଆପଣ ବି ହୋଇପାରିବେ IAS

ଆପଣ IAS ଅଫିସର୍ ହେବାକୁ ଚାହୁଁଛନ୍ତି, କିନ୍ତୁ ଏନେଇ କୋଚିଂ ନେବାକୁ ଆପଣଙ୍କ ପାଖରେ ସମ୍ବଳ ନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। ଘରେ ରହି ବିନା କୋଚିଂରେ ବି ଆପଣ UPSC ଟପ୍ପର ହୋଇପାରିବେ। କିନ୍ତୁ ପ୍ରସ୍ତୁତି ପାଇଁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ହେବ। ଆସନ୍ତୁ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
How to Prepare for IAS at Home

You can prepare for IAS at home

UPSCରେ ସଫଳତା ପାଇବାକୁ କିଏ ବା ନ ଚାହେଁ। ଆଖପାଖର ଟପ୍ପରମାନକୁ ଦେଖି ଏହି ଉତ୍ସାହ ଆହୁରି ବଢିଯିବା ସ୍ୱଭାବିକ। UPSCରେ ଶୀର୍ଷ ସ୍ଥାନ ପାଇବାକୁ ସେମାନେ ପ୍ରସ୍ତୁତ ହୋଇପଡନ୍ତି। ସାଧାରଣତଃ ସମସ୍ତେ ଭାବନ୍ତି ଏହି ପ୍ରଶାସନିକ ପରୀକ୍ଷାରେ ସଫଳ ହେବାକୁ ହେଲେ ସହରର ବଡ ବଡ ସେଣ୍ଟର ଯାଇ କୋଚିଂ ନେବାକୁ ପଡିବ। ବିନା କୋଚିଂରେ ଏହା ଅସମ୍ଭବ।

Advertisment

ଏହା କିନ୍ତୁ ସେମିତି ନୁହେଁ। ଅନେକ ସଫଳ ପ୍ରାର୍ଥୀଙ୍କ ଅନୁଭୂତି ଉପରେ ଆଧାର କରି ଏହା କୁହାଯାଇପାରେ ଯେ ଯେକୌସି ଛୋଟ ସହରରେ ଘରେ ବସି ମଧ୍ୟ ପ୍ରସ୍ତୁତି କରାଯାଇପାରିବ। ଏ କ୍ଷେତ୍ରରେ ଅନଲାଇନର ମଧ୍ୟ ସହଯୋଗ ନିଆଯାଇ ପାରିବ। କିନ୍ତୁ ପ୍ରସ୍ତୁତି ପାଇଁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ହେବ। ଆସନ୍ତୁ ସେ ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: ଆପଣ UPSC ପରୀକ୍ଷାରେ ଏକାଥରେ ସଫଳ ହେବାକୁ ଚାହାନ୍ତି କି… ଆପଣଙ୍କ ପାଇଁ ଟିପ୍ସ

Advertisment

ବହି କିଣିବା:

ଯଦି ଆପଣ UPSC ପାଇଁ ପ୍ରସ୍ତୁତ ହେବାକୁ ଚାହାଁନ୍ତି, ତେବେ NCERT ରୁ ଆରମ୍ଭ କରନ୍ତୁ। ୟୁଟ୍ୟୁବ୍‌ରେ ଟପ୍ପରମାନଙ୍କ ପରାମର୍ଶ କ୍ରମେ ଉଲ୍ଲେଖ କରାଯାଇଥିବା ଷ୍ଟାଣ୍ଡାର୍ଡ ବହି କିଣନ୍ତୁ।

ନୋଟ୍ କିଣି ପଢନ୍ତୁ:

UPSC ପ୍ରସ୍ତୁତି ପାଇଁ, ଯଦି ଆପଣ କୌଣସି କାରଣରୁ କୋଚିଂ ନେଇ ପାରିବେ ନାହିଁ ଏବଂ ବହିଗୁଡ଼ିକୁ ବୁଝିପାରିବେ ନାହିଁ, ତେବେ କୋଚିଂ ବଜାରରେ ଉପଲବ୍ଧ ନୋଟ୍ କିଣନ୍ତୁ ଏବଂ ଘରେ ସିଲାବସ୍ ଅନୁଯାୟୀ ବିଷୟ ପ୍ରସ୍ତୁତ କରନ୍ତୁ।

ଫ୍ରି ପରୀକ୍ଷା ସମାଧାନ:

ଆଜିକାଲି ମାର୍କେଟରେ ପରୀକ୍ଷା ପୂର୍ବରୁ ଅନେକ କୋଚିଂର ମାଗଣା ଟେଷ୍ଟ୍‌ ପ୍ରାକ୍ଟିସ୍ ପେପର ମିଳୁଛି। ଏହାକୁ ଘରକୁ ଆଣି ସେସବୁକୁ ନିଜେ ପରୀକ୍ଷା ଦିଅନ୍ତୁ ଆଉ ଉତ୍ତରଗୁଡିକ ସହିତ ମେଳ କରି ଆପଣଙ୍କ ପ୍ରସ୍ତୁତି କରନ୍ତୁ।

ଟାଇମ୍ ଟେବୁଲ୍ ପ୍ରସ୍ତୁତ:

ଯଦି ଆପଣ ମାର୍ଗଦର୍ଶନ କିମ୍ବା କୋଚିଂ ବିନା ଅଧ୍ୟୟନ କରୁଛନ୍ତି, ତେବେ ସିଲାବସ୍‌କୁ କଭର କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଆପଣଙ୍କର। ଏକ ନିର୍ଦ୍ଦିଷ୍ଟ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରନ୍ତୁ ଯେଉଁଥିରେ କିଛି ଦିନ ମଧ୍ୟରେ ଏକ ବିଷୟ ସମାପ୍ତ କରିବାର ଲକ୍ଷ୍ୟ ସ୍ଥିର କରନ୍ତୁ। ଏହି ଟାଇମ୍ ଟେବୁଲ୍ ସଂପୂର୍ଣ୍ଣ କରନ୍ତୁ।

GS ଏବଂ ଅପସନ୍‌ ଏକାବେଳେ ପ୍ରସ୍ତୁତି:

UPSC GSର ସିଲାବସ୍ ଏତେ ଅଧିକ ଯେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ସବୁ ସମୟ ଲାଗିଯିବ ଏବଂ ଅପସନାଲ୍‌ରୁ ବଞ୍ଚିତ ହେବେ, ଯାହା ମେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏନେଇ ପ୍ରତିଦିନ ଗୋଟିଏ GS ସହିତ ଅପ୍‌ସନାଲ୍‌କୁ ବି କଭର୍ କରନ୍ତୁ।

ସାପ୍ତାହିକ ପରୀକ୍ଷା:

ନିଜ ପ୍ରସ୍ତୁତି ବିଷୟରେ ଜାଣିବାର ଏହା ହେଉଛି ସର୍ବୋତ୍ତମ ଉପାୟ। ସପ୍ତାହ ସାରା ଯାହା ବି ଅଧ୍ୟୟନ କରିଛ, ନିଶ୍ଚିତ ଭାବରେ ଏହାକୁ ଦିନେ ଟେଷ୍ଟ୍ ପେପର ସହିତ ସମାଧାନ କରନ୍ତୁ। ଏହା ସହିତ, ପୂର୍ବ ବର୍ଷର ପ୍ରଶ୍ନଗୁଡିକ ନିଶ୍ଚିତ ଭାବରେ ଦେଖନ୍ତୁ।

ପ୍ରତିଦିନ ଖବରକାଗଜ ଏବଂ ୱେବ୍‌ସାଇଟ୍ ଦେଖନ୍ତୁ:

UPSCରେ କରେଣ୍ଟ୍ ଆଫେୟର୍ସଗୁଡ଼ିକର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଏହାର ପ୍ରସ୍ତୁତିକୁ ଅଣଦେଖା କରନ୍ତୁ ନାହିଁ। ନିଜ ଟାଇମ୍ ଟେବୁଲ୍‌ରେ ଦୈନିକ ଖବରକାଗଜ କିମ୍ବା କୌଣସି ଦୁଇଟି ୱେବସାଇଟ୍‌ରୁ କରେଣ୍ଟ୍ ଆଫେୟର୍ସଗୁଡ଼ିକର ପ୍ରସ୍ତୁତି କରନ୍ତୁ।

Govt Jobs Career Tips
Advertisment
Advertisment