Advertisment

ଦଶମ ଓ ଦ୍ୱାଦଶରେ ଫେଲ୍ ହୋଇ ବି ପ୍ରଥମ ପ୍ରୟାସରେ ହୋଇଗଲେ IAS

ପରିଶ୍ରମ କରୁଥିବା ବ୍ୟକ୍ତି କୌଣସି ପରିସ୍ଥିତିରେ ବି ହାର୍ ମାନେନା ବୋଲି ପ୍ରମାଣିତ କରିଛନ୍ତି IAS ଅଞ୍ଜୁ ଶର୍ମା। ଦଶମ ଦ୍ୱାଦଶରେ ଫେଲ୍ ହୋଇବି ହାରିଯାଇ ନଥିଲେ ସେ। ପରିଶ୍ରମକୁ କରିଥିଲେ ଦୁଇଗୁଣ। ମାତ୍ର ୨୨ ବର୍ଷରେ ହୋଇଗଲେ IAS ଅଫିସର୍।

author-image
Pramod Behera
ଅଦ୍ୟତନ ହୋଇଛି
Success story of IAS Anju Sharma

Success story of IAS Anju Sharma

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ପ୍ରମାଣ କରିଦେଇଛନ୍ତି ଆଇଏଏସ୍ ଅଞ୍ଜୁ ଶର୍ମା। ଯିଏ ପରିଶ୍ରମ କରେ କୌଣସି ପରିସ୍ଥିତିରେ ବି ସେ କେବେ ହାର୍ ମାନେନା। କୌଣସି ବିଫଳତାକୁ ନେଇ ଡରି ହାରିଯିବା ବା ପଛଘୁଞ୍ଚା ଦେବା କୌଣସି ସମାଧାନର ବାଟ ନୁହେଁ। ଦଶମ ଓ ଦ୍ୱାଦଶରେ ଫେଲ୍ ହୋଇ ମଧ୍ୟ ଅଞ୍ଜୁ ଶର୍ମା ହାରିଯାଇ ନଥିଲେ। ସେ ତାଙ୍କ ପରିଶ୍ରମକୁ ଦୁଇ ଗୁଣା କରିଥିଲେ ଆଉ UPSC ପରୀକ୍ଷାରେ ସଫଳତା ପାଇଥିଲେ। ତେବେ ଆସନ୍ତୁ ତାଙ୍କ ସଫଳତାର କାହାଣୀ ବିଷୟରେ ଜାଣିନେବା।

Advertisment

ଜୀବନୀ:

IAS ଅଞ୍ଜୁ ଶର୍ମା ୧୯୬୯ରେ ରାଜସ୍ଥାନରେ ଜନ୍ମ ହୋଇଥିଲେ। ସେ ଗୁଜୁରାଟ କ୍ୟାଡରର ୧୯୯୧ ବ୍ୟାଚ୍ IAS ଅଧିକାରୀ। ବିଦ୍ୟାଳୟରେ ଦଶମ ଓ ଦ୍ୱାଦଶରେ କମ ନମ୍ବର ରଖି ବିଫଳ ହେବା ସତ୍ତ୍ୱେ ସେ ହାର ମାନିନଥିଲେ ଏବଂ ପରିଶ୍ରମକୁ ଦୁଇଗୁଣା କରି ଦେଶର କଠିନ ପରୀକ୍ଷା UPSCରେ ପାସ୍ କରିଥିଲେ।

ବୋର୍ଡ ପରୀକ୍ଷା:

ଅଞ୍ଜୁ ଶର୍ମା ପାଠପଢାରେ ସ୍ମାର୍ଟ ଥିଲେ କିନ୍ତୁ ବିଚଳିତ କାରଣରୁ ସେ ପରୀକ୍ଷାରେ ଭୁଲଭାଲ କରିଦିଅନ୍ତି। ସେ ଦଶମ ପ୍ରି ବୋର୍ଡ ପରୀକ୍ଷାରେ ରସାୟନ ବିଜ୍ଞାନରେ ଫେଲ୍ ହୋଇଯାଇଥିଲେ। ତା’ପରେ ଦ୍ୱାଦଶରେ ମଧ୍ୟ ତାଙ୍କ କ୍ଷେତ୍ରରେ ଏମିତି ହୋଇଥିଲା। ଇଣ୍ଟର୍‌ମିଡିଏଟ୍‌ରେ ମଧ୍ୟ ସେ ଅର୍ଥନୀତିରେ ଫେଲ୍ ହୋଇଥିଲେ, କିନ୍ତୁ ଅନ୍ୟ ସମସ୍ତ ବିଷୟଗୁଡ଼ିକରେ ସେ ଭଲ ରେଜଲ୍ଟ କରିଥିଲେ। ତେବେ ଏସବୁ ସତ୍ତ୍ୱେ ସେ ହାର ମାନିନଥିଲେ।

Advertisment

କଲେଜ ଜୀବନ:

ଏତେ ବଡ ଅସଫଳତା ସତ୍ତ୍ୱେ ଅଞ୍ଜୁ ଶର୍ମା ଦୃଢ ଆତ୍ମବିଶ୍ୱାସର ସହ ଆଗକୁ ଚାଲିଲେ। ଏହି ସମୟରେ ତାଙ୍କ ମା’ ତାଙ୍କୁ ବହୁତ ସମର୍ଥନ କରୁଥିଲେ। ଅଞ୍ଜୁ ଏହା ମଧ୍ୟ ବୁଝିଥିଲେ ଯେ ତାଙ୍କ ପାଠପଢା ଶୈଳୀ ଠିକ୍ ନୁହେଁ। ସେଥିପାଇଁ କଲେଜ୍‌ରେ ସେ ଆରମ୍ଭରୁ ପାଠପଧା ଉପରେ ଧ୍ୟାନ ଦେଇଥିଲେ। ଏହା ତାଙ୍କ ପରୀକ୍ଷା ଚାପକୁ ଦୂର କରିଥିଲା। ଜୟପୁରରୁ ବିଏସ୍‌ସି କରିବା ପରେ ସେ ଏମ୍‌ବିଏ କରିଥିଲେ। ସେ କଲେଜରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ବୃତ୍ତି ଓ ବୈବାହୀକ ଜୀବନ:

ଅଞ୍ଜୁ ଶର୍ମା ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାକୁ ପାସ୍ କରିଥିଲେ। ସେତେବେଳେ ତାଙ୍କର ବୟସ ମାତ୍ର ୨୨ ବର୍ଷ ଥିଲା। ସେ ୧୯୯୧ରେ ରାଜକୋଟରେ ଆସିଷ୍ଟାଣ୍ଟ କଲେକ୍ଟର ପଦରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ଗାନ୍ଧିନଗରରେ କଲେକ୍ଟର ସମେତ ଅନ୍ୟାନ୍ୟ ପୋଷ୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ଧର୍ମେନ୍ଦ୍ର ଶର୍ମାଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ଅଞ୍ଜୁ ଶର୍ମା ଗାନ୍ଧିନଗରର ସରକାରୀ ଶିକ୍ଷା ବିଭାଗ ସଚିବାଳୟରେ ମୁଖ୍ୟ ସଚିବ ଭାବରେ କାମ କରୁଛନ୍ତି।

IAS Officer Inspirational Story Prerana
Advertisment
Advertisment