Advertisment

ୟୁଟ୍ୟୁବ୍‌ରୁ ପଢି UPPSC ପରୀକ୍ଷାରେ ପାଇଗଲେ ୩୦ ତମ ରାଙ୍କ୍

ପିଲାଦିନରୁ ଥିଲା IAS ହେବାର ସ୍ୱପ୍ନ। ତାଙ୍କର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଗରିମା କରିଥିଲେ ଅଦମ୍ୟ ପରିଶ୍ରମ। ପ୍ରସ୍ତୁତି ପାଇଁ କେବେ ବି ଯାଇ ନଥିଲେ କୌଣସି କୋଚିଂ ସେଣ୍ଟର। କେବଳ ନେଇଥିଲେ ୟୁଟ୍ୟୁବ୍‌ର ସାହାରା ଆଉ ପ୍ରଥମ ଚେଷ୍ଟାରେ ହିଁ ପାଇଗଲେ ସଫଳତା।

author-image
Pramod Behera
ଅଦ୍ୟତନ ହୋଇଛି
Taking help of youtube Garima Sonkiya got 30th rank in uppcs exam

Taking help of youtube Garima Sonkiya got 30th rank in uppcs exam

ଯଦି ମନରେ କିଛି କରିବାକୁ ଇଚ୍ଛା ଥାଏ ତେବେ ଯେକୌଣସି କଷ୍ଟଦାୟକ ଯାତ୍ରା ମଧ୍ୟ ସହଜ ହୋଇଯାଏ। ଉତ୍ତରପ୍ରଦେଶ ଝାନ୍ସୀର ଝିଅ ଗରିମା ସୋନାକିଆ ଏହା କରି ଦେଖେଇଛନ୍ତି। ସେ ନିଜର ପରିଶ୍ରମ ଏବଂ ନିଷ୍ଠା ବଳରେ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରି ସହରର ନାମକୁ ଉଜ୍ଜ୍ୱଳ କରିଛନ୍ତି। ଗରିମା ତାଙ୍କର ପ୍ରଥମ ପ୍ରୟାସରେ UPPSC ପରୀକ୍ଷାରେ ୩୦ ତମ ରାଙ୍କ୍ ପାଇଛନ୍ତି।

Advertisment

ଝାନ୍ସୀର ଗରୌଠା ତହସିଲର ବିରୁନା ଗାଁର ବାସିନ୍ଦା ଗରିମା ଆରମ୍ଭରୁ ମେଧାବୀ ଛାତ୍ରୀ ଥିଲେ। ସେ ହାଇସ୍କୁଲ୍‌ରେ ୯୦% ମାର୍କ ପାଇଥିଲେ। ଦ୍ୱାଦଶରେ ସେ ୯୪ ପ୍ରତିଶତ ମାର୍କ ହାସଲ କରିଥିଲେ। ଗରିମାଙ୍କ ପ୍ରାଥମିକ ଶିକ୍ଷା ଝାନ୍ସୀରୁ ଆରମ୍ଭ ହୋଇଥିଲା। ତେବେ ଆସନ୍ତୁ ଗରିମାଙ୍କ ସଫଳତାର କାହାଣୀ ବିଷୟରେ ଜାଣିନେବା।

ପିଲାଦିନରୁ ଥିଲା IAS ହେବାର ସ୍ୱପ୍ନ:

ଗରିମା କହିଛନ୍ତି ଯେ ପିଲାଦିନରୁ ସେ ଆଇଏଏସ୍ ହେବାର ସ୍ୱପ୍ନ ଦେଖିଥିଲେ। ୨୦୧୯ରେ ଗଣିତରେ B.Sc ସମାପ୍ତ କରିବା ପରେ, ସେ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ପ୍ରସ୍ତୁତି ପାଇଁ ସେ କୌଣସି କୋଚିଂ ସେଣ୍ଟରରେ ଆଡମିଶନ ନେଇ ନଥିଲେ। ସେ ଆତ୍ମଅଧ୍ୟୟନ ବଳରେ ତାଙ୍କର ପ୍ରସ୍ତୁତି ଜାରି ରଖିଥିଲେ।

Advertisment

ଗରିମା କହିଛନ୍ତି ଯେ ସେ ସିଭିଲ୍ ସର୍ଭିସ୍‌ର୍ ସିଲାବସ୍ ଅନୁଯାୟୀ ପ୍ରସ୍ତୁତ ହୋଇ ରଣନୀତି ପ୍ରସ୍ତୁତ କରିଥିଲେ। ତେବେ ବିଜ୍ଞାନ କ୍ଷେତ୍ରରୁ ଆସିଥିବାରୁ ଏନେଇ ପ୍ରାଥମିକ ଅବସ୍ଥାରେ ତାଙ୍କ ପାଇଁ କିଛି ଅସୁବିଧା ହୋଇଥିଲା, କିନ୍ତୁ ତାଙ୍କ କଠିନ ପରିଶ୍ରମ ଏହାକୁ ସହଜ କରିଦେଇଥିଲା।

ପ୍ରସ୍ତୁତି ପାଇଁ ୟୁଟ୍ୟୁବ୍‌ର ସାହାଯ୍ୟ:

ଗରିମା କହିଛନ୍ତି ଯେ ପ୍ରସ୍ତୁତି ସମୟରେ ସେ ୟୁଟ୍ୟୁବ୍‌ର ସାହାଯ୍ୟ ନେଇଥିଲେ। ସେ ୟୁଟ୍ୟୁବ୍‌ରେ ଅନେକ ଅନ୍‌ଲାଇନ୍ ଭିଡିଓ ଦେଖୁଥିଲେ ଯାହା ତାଙ୍କୁ ଅଧ୍ୟୟନରେ ସାହାଯ୍ୟ କରିଥିଲା। ଅନ୍‌ଲାଇନ୍ ଶିକ୍ଷା ଉପରେ ସେ କହିଛନ୍ତି ଯେ ଇଣ୍ଟର୍‌ନେଟ୍‌ରେ ବହୁତ କିଛି ଉପଲବ୍ଧ ଅଛି, କିନ୍ତୁ୍ ଆମକୁ ଆମର ଲକ୍ଷ ସ୍ଥିର କରିବାକୁ ପଡିବ। ସବୁକିଛି ନୋଟ୍ କରିବାକୁ ହେବ।

ପରିବାରର ସହଯୋଗ:
ଗରିମାଙ୍କ ବାପା ଝାନ୍ସୀରେ ଜଣେ ଓକିଲ ଭାବେ କାମ କରୁଥିବା ବେଳେ ତାଙ୍କ ମା’ ଜଣେ ଶିକ୍ଷୟିତ୍ରୀ। ପରିବାର ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ ବୋଲି ଗରିମା କହିଛନ୍ତି। ଅଧିକାଂଶ ସାହାଯ୍ୟ ସେ ତାଙ୍କ ଭାଇଙ୍କ ଠାରୁ ପାଉଥିଲେ। ତାଙ୍କ ଭାଇ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ।

YouTube Success Story
Advertisment
Advertisment