/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746967100.jpg)
Huge black anaconda seen in amazon forest
ଆନାକୋଣ୍ଡାର ନାଁ ଶୁଣିବା ମାତ୍ରେ ପାଦ ତଳୁ ମାଟି ଖସିଯାଏ। ଏହା ସାପ ପ୍ରଜାତିର ସବୁଠାରୁ ବଡ଼ ସାପ, ଯାହାକୁ ଦେଖିଲେ ଯେକୌଣସି ଲୋକର ଶ୍ୱାସ ଅଟକିଯିବ। ବିଶ୍ୱରେ ଆନାକୋଣ୍ଡାର କେବଳ ଗୋଟିଏ ନୁହେଁ, ବରଂ ଅନେକ ପ୍ରଜାତି ଅଛି, ଯାହା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି।
ବର୍ତ୍ତମାନ ପୃଥିବୀରେ ବିଶ୍ୱର ସବୁଠାରୁ ବଡ଼ ଆନାକୋଣ୍ଡା ଦେଖାଯାଇଥିଲ। ଏହି ଆନାକୋଣ୍ଡା ଇକ୍ୱେଡରର ଘନ ଜଙ୍ଗଲରେ ଦେଖାଯାଇଥିଲା। ଏବେ ଆମାଜନ ଜଙ୍ଗଲରେ ଆଉ ଏକ ବିଶାଳ ଆନାକୋଣ୍ଡା ଦେଖାଯାଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ, ଆମାଜନ ଜଙ୍ଗଲରେ ନିର୍ମିତ ଏକ କେନାଲରେ ହେଲିକପ୍ଟରରୁ ଏହି ବିଶାଳ କଳା ଆନାକୋଣ୍ଡାକୁ ଦେଖାଯାଉଛି।
ଅଧିକ ପଢ଼ନ୍ତୁ:ଗଛ ଉପରେ ଝୁଲୁଛି କାର୍; ଏହା କ’ଣ ଦୁର୍ଘଟଣା…
ଭାଇରାଲ୍ ହେଉଛି ଭିଡିଓ:
ପାଣିରେ ପହଁରୁଥିବା ଏହି ଆନାକୋଣ୍ଡାକୁ ବହୁ ଉଚ୍ଚରୁ ହେଲିକପ୍ଟରରୁ ଦେଖିଲେ ବି ବହୁତ ବଡ଼ ଦେଖାଯାଉଛି। ତେବେ କଳ୍ପନା କରନ୍ତୁ, ଏହାକୁ ନିକଟରୁ ଦେଖିଲେ ଏହା କେତେ ବଡ଼ ଦେଖାଯିବ।
एक बार फिर से अमेजन के जंगलों में बड़े एनाकोंडा सांप को देखा गया। pic.twitter.com/ssn0AjihQB
— Dr. Sheetal yadav (@Sheetal2242) May 8, 2025
ଡାକ୍ତର ଶୀତଲ ଯାଦବ ନାମକ ଜଣେ ମହିଳା ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ଭିଡିଓଟିକୁ ଶେୟାର କରିଛନ୍ତି ଏବଂ ଏହି ଭିଡିଓର କ୍ୟାପ୍ସନ୍ରେ ଲେଖିଛନ୍ତି, ଆମାଜନ ଜଙ୍ଗଲରେ ପୁଣି ଥରେ ଏକ ବଡ଼ ଆନାକୋଣ୍ଡା ସାପ ଦେଖାଯାଇଛି। ଏହି ଆଠ ସେକେଣ୍ଡର ଭିଡିଓରେ ଆନାକୋଣ୍ଡାର ଏତେ ବିଶାଳ ରୂପ ଦେଖିବା ପରେ, ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ, ଏହି ଆନାକୋଣ୍ଡା ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ପ୍ରକାଶ ପାଇନାହିଁ। ଏହା AI ଦ୍ୱାରା ପ୍ରସ୍ତୁତ ହୋଇଥିବା ମଧ୍ୟ X ଆକାଣ୍ଟରେ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ନର୍ଦର୍ନ ଗ୍ରୀନ୍ ଆନାକୋଣ୍ଡା ସାପ ଦେଖାଯାଇଥିଲା, ଯାହାର ଲମ୍ବା ୨୬ ଫୁଟ ବୋଲି କୁହାଯାଉଥିଲା। ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ଲମ୍ବା ଆନାକୋଣ୍ଡା ବୋଲି ବିବେଚନା କରାଯାଏ। ବୈଜ୍ଞାନିକମାନଙ୍କ ଏକ ଟିମ୍ ଆମାଜନ ରେନ୍ ଫରେଷ୍ଟରେ ଏହି ନୂତନ ପ୍ରଜାତିର ଆନାକୋଣ୍ଡା ପାଇଥିଲେ।
ବୈଜ୍ଞାନିକମାନଙ୍କ ଏହି ଆବିଷ୍କାରରେ ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଏବଂ ଏହା ଦର୍ଶାଉଛି ଯେ ଆମାଜନ ଜଙ୍ଗଲରେ ଏବେ ବି ଅନେକ ରହସ୍ୟମୟ ଜୀବ ଏବଂ ପ୍ରାଣୀ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)