Advertisment

Ayushmann Khurrana: ଆଉ ଥରେ କ୍ୟାନ୍‌ସର୍‌ ସହ ଲଢୁଛନ୍ତି ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ

ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା ନିଶ୍ଚିତ କରିଛନ୍ତି ଯେ ସେ ପୁଣି କର୍କଟ ରୋଗରେ ପୀଡିତ ହୋଇଛନ୍ତି। ଏହା ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ସ୍ତନ କର୍କଟରେ ପୀଡିତ ହୋଇଥିଲେ। ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇଥିଲା। ପ୍ରତିବର୍ଷ ସେ ‘ବିଶ୍ୱ କର୍କଟ ଦିବସ’ରେ ଲୋକଙ୍କୁ ସଚେତନ କରାନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Ayushmann Khurrana wife shares second cancer diagnosis

Ayushmann Khurrana wife shares second cancer diagnosis

ଗୋଟିଏ ପଟେ ବଲିଉଡ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ସହିତ ଲଢୁଥିବା ବେଳେ ବର୍ତ୍ତମାନ ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତଥା ଲେଖକ-ନିର୍ଦ୍ଦେଶକ ତାହିରା କଶ୍ୟପ ଦ୍ୱିତୀୟ ଥର କର୍କଟ ରୋଗରେ ଆକ୍ରାନ୍ତ ହେବା କହିଛନ୍ତି। ସେ ଏହି ଯନ୍ତ୍ରଣାଦାୟକ ଖବରକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।

Advertisment

ତାହିରା ନିଶ୍ଚିତ କରିଛନ୍ତି ଯେ ସେ ପୁଣି କର୍କଟ ରୋଗରେ ପୀଡିତ ହୋଇଛନ୍ତି। ଏହା ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ସ୍ତନ କର୍କଟରେ ପୀଡିତ ହୋଇଥିଲେ। ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇଥିଲା। ପ୍ରତିବର୍ଷ ସେ ‘ବିଶ୍ୱ କର୍କଟ ଦିବସ’ରେ ଲୋକଙ୍କୁ ସଚେତନ କରାନ୍ତି।

ତାହିରା କଶ୍ୟପ ପୁଣି ଥରେ କର୍କଟ ଜାଲରେ ପଡିଛନ୍ତି। ଏ ଦିଗରେ ସଚେତନ କରିବା ନେଇ ପରୀକ୍ଷା ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଏବେବି ମଜବୁତ ଅଛନ୍ତି। ପୂର୍ଣ୍ଣ ଶକ୍ତି ସହିତ ଏହା ସହ ଲଢିବାକୁ ଯାଉଛନ୍ତି। ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ରେ ସେ ଏ ବିଷୟରେ ଏକ ପୋଷ୍ଟ ଲେଖିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

ସାତ ବର୍ଷ ପରେ ଦ୍ୱିତୀୟ ଥର:

ଏହି ଖବର ଶେୟାର କରି ତାହିରା ଲେଖିଛନ୍ତି, "ସାତ ବର୍ଷ ପରେ ଆଉ ଥରେ ନିୟମିତ ଚେକଅପ୍ ଦ୍ୱାରା ଏହା ସାମ୍ନାଙ୍କୁ ଆସିଛି। ମୁଁ ଏହାକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାକୁ ଚାହେଁ ଏବଂ ସମୟ ସମୟରେ ଏକ ଯାଞ୍ଚ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବି। ଏହା ମୋ ପାଇଁ ଦ୍ୱିତୀୟ ରାଉଣ୍ଡ... ଏବଂ ମୁଁ ତଥାପି ମଜବୁତ୍ ଅଛି।"

ଜୀବନର ଯନ୍ତ୍ରଣା:

କ୍ୟାପ୍‌ସନ୍‌ରେ ନିଜର ମତକୁ ନେଇ ସେ ଲେଖିଛନ୍ତି, "ଯେତେବେଳେ ଜୀବନ ଆପଣଙ୍କୁ ଲେମ୍ବୁ ଦେଉଛି, ତେବେ ଲେମ୍ବୁ ପାଣି ତିଆରି କରନ୍ତୁ। କିନ୍ତୁ ସେତେବେଳେ କ’ଣ କରିବ, ଜୀବନ ଏତେ ହୃଦୟବାନ ହୋଇଯିବ ଯେ ବାରମ୍ବାର ଲେମ୍ବୁ ଦେବ..? ତେଣୁ ଆପଣ ଶାନ୍ତ ଭାବରେ ସେଗୁଡିକୁ ନିଜର ପ୍ରିୟ ପାନୀୟ ଭାବି ପିଅନ୍ତୁ। କାରଣ ଗୋଟିଏ ପଟେ ସେହି ପାନୀୟ ତ ଭଲ ହୋଇଥାଏ ଏବଂ ଅନ୍ୟପଟେ ଆପଣ ଜାଣନ୍ତି ଯେ ଆପଣ ଏହାକୁ ପୂର୍ଣ୍ଣ ଶକ୍ତି ସହିତ ପୁନର୍ବାର ସାମ୍ନା କରିବେ।”

ସେ ଆହୁରି ମଧ୍ୟ ଲେଖିଛନ୍ତି, “ଏହା ଏକ ସଂକେତ ହେଉ କି ନହେଉ, କିନ୍ତୁ ଆଜି ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’। ତେଣୁ, ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମେ ଯାହା କରିପାରିବା ତାହା କରିବା। ମୋର ହୃଦୟରୁ ଧନ୍ୟବାଦ।”

ସାତ ବର୍ଷ ପୂର୍ବେ ତାହିରା ପ୍ରଥମ ଥର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯିଏ ସାହସର ସହିତ ଏହି ରୋଗର ସମ୍ମୁଖୀନ ହୋଇଥିଲେ। ସର୍ଜରୀର ପାଇଁ ଲଣ୍ଡା ହେବାକୁ ପଡିଲା। ତଥାପି ମଧ୍ୟ ଏହାକୁ ସାହସର ସହିତ ସାମ୍ନା କରିବାକୁ ପଡିଥିଲା।

ଅଧିକ ପଢ଼ନ୍ତୁ: ମହିଳାମାନଙ୍କଠାରେ ହେଉଥିବା ୫ କ୍ୟାନ୍‌ସର୍; କରନ୍ତୁ ଏହି ୩ ଯୋଗ, ମିଳିବ ରକ୍ଷା

Ayushmann Khurrana Bollywood Tahira Kashyap Cancer World Health Day
Advertisment
Advertisment