Advertisment

ବେକାର ଯୁବକଯୁବତୀଙ୍କୁ ମୋଦିଙ୍କ ବଡ଼ ଉପହାର : ଆଗାମୀ ଦେଢ଼ ବର୍ଷରେ ୧୦ ଲକ୍ଷ ନିଯୁକ୍ତି

ବେକାରୀଙ୍କୁ ମିଳିବ ସରକାରୀ ଚାକିରି ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ବେକାରୀଙ୍କୁ ମିଳିବ ରୋଜଗାର । ରୋଜଗାର ପ୍ରସଙ୍ଗରେ ସର୍ବଦା ବିରୋଧୀ ଦଳର ପ୍ରଶ୍ନର ସମ୍ମୁଖୀନ ହେଉଥିବା ମୋଦି ସରକାର ସେମାନଙ୍କୁ ଉଚିତ ଉତ୍ତର ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟରେ ଖାଲିଥିବା ପଦବୀ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମିଶନ ମୋଡରେ ଏକ ନିଯୁକ୍ତି ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ବିଭିନ୍ନ ବିଭିନ୍ନ ବିଭାଗରେ ୧୦ଲକ୍ଷ ନିଯୁକ୍ତି କରିବେ ବୋଲି ସୂଚନା ମିଳିଛି ।

Advertisment

ପିଏମଓ ଇଣ୍ଡିଆର ଟ୍ୱିଟର ଆକାଉଣ୍ଟରେ ଏସମ୍ପର୍କରେ ଟୁଇଟ୍ କରାଯାଇଛି । 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ଥିବା କର୍ମଚାରୀଙ୍କ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଆଗାମୀ ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ନିଯୁକ୍ତି କରାଯିବା ଉଚିତ୍ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚାକିରି ଘୋଷଣା ପରେ ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଆଉ ଏକ ପଦକ୍ଷେପ ବୋଲି କୁହାଯାଇଛି ।

କରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାରୀ ବିଭାଗରେ ଅଧିକ ନିଯୁକ୍ତି ହୋଇପାରି ନାହିଁ । ଏଭଳି ସ୍ଥିତିରେ ମୋଦିଙ୍କ ଏହି ଘୋଷଣା ଯୁବପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହେବ। କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ ବିଭାଗରେ ଖାଲିଥିବା ପଦବୀ ପୂରଣ ପ୍ରସଙ୍ଗରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଶ୍ୱାସ ରହିଛି ।

Advertisment
PMModi 10 Lakh Jobs
Advertisment
Advertisment