ବାମାକୋ (ମାଲି): ଆଫ୍ରିକୀୟ ରାଷ୍ଟ୍ର ମାଲିରେ ସାମରିକ ବିଦ୍ରୋହ ଉଗ୍ର ରୂପ ନେଇଛି। ବିଦ୍ରୋହୀମାନେ ସେନା ରାଷ୍ଟ୍ରପତି Ibrahim Boubacar Keita ଓ ପ୍ରଧାନମନ୍ତ୍ରୀ Boubou Cisseଙ୍କୁ ବନ୍ଦୀ କରିଛନ୍ତି । ବନ୍ଧୁକ ମୁନରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ବନ୍ଦୀ କରାଯାଇଥିବା ସୂଚନା ମିଳିଛି। ଦୁଇ ରାଷ୍ଟ୍ରମୁଖ୍ୟ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରି ସେନା ଏହି ବିଦ୍ରୋହ କରିଥିବାର ସୂଚନା ମିଳିଛି । ବିଦ୍ରୋହୀମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି। ବନ୍ଦୀ ହେବା ପରେ […]
ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ହେଲେ କରୋନା ଲକ୍ଡାଉନ୍ ପାଇଁ ପୂରା ପ୍ଲାନିଂ ଫେଲ୍ ମାରିଥିଲା। ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ହରିୟାଣା ଫରିଦାବାଦ ପୋଲିସ୍। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ଜଣେ ସାର୍ପସୁଟରଙ୍କ ସମେତ ୪ଜଣକୁ ଗିରଫ କରିଛି। ସାର୍ପସୁଟର ଜଣକ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗ୍ର ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍ ହରିୟାଣା ଓ ଅନ୍ୟ ରାଜ୍ୟମାନଙ୍କରେ ସକ୍ରିୟ ଥିବା ଜଣାଯାଇଛି। ଅଗଷ୍ଟ ୧୫ […]
ପୁରୀ: ଆଜି ସପ୍ତପୁରୀ ଆମାବସ୍ୟା। ସପ୍ତପୁରୀ ଅମାବାସ୍ୟାରେ ମହାପ୍ରଭୁଙ୍କୁ ସାତ ପୁର ଦିଆ ସପ୍ତପୁରୀ ଲାଗି କରାଯାଇଥାଏ। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ କୁମ୍ଭକାରଙ୍କ ସହ ଘଣ୍ଟୁଆ, ଲେଙ୍କା ସେବକ, ପ୍ରତିନିଧି ଦଳ ସତପୁରୀ ତାଡ଼ ନେଇ ମା ଅଲାମଚଣ୍ଡୀ ମନ୍ଦିରରୁ ବାହାରିଥିଲେ। ନୂଆ ଲୁଗା ଲାଗି ପରେ ସତପୁରୀ ତାଡ଼ ପଟୁଆର ସହ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ବାହାରି ଶ୍ରୀମନ୍ଦିରରେ ବେଢ଼ା ପରିକ୍ରମା ପରେ ପ୍ରତିହାରୀ ନିଯୋଗ ଘରେ ତାଡ଼ ବସାଣ ହୋଇଥିଲା । ଆଜି […]
ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୧୫ କରୋନା ଟେଷ୍ଟ ହୋଇଥିବା ବେଳେ ୨,୫୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ୍ ହୋଇଛି। RTPCR-୫,୦୬୮, ଆଣ୍ଟିଜେନ୍-୪୭,୮୩୪ ଓ ଟ୍ରୁନଟ୍ ମାଧ୍ୟମରେ- ୧୧୩ ଟେଷ୍ଟ୍ ହୋଇଛି।
ଭୁବନେଶ୍ୱର: ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ। ଚଳିତ ବର୍ଷ +୨ ବାଣିଜ୍ୟରେ ପାସ୍ ହାର ୭୪.୯୫% ରହିଛି। ଚଳିତ ବର୍ଷ ମୋଟ୍ ୨୫, ୭୭୨ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯, ୩୧୮ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୧୨, ୨୧୫ ଜଣ ପୁଅ ( ୭୩.୩୭%) ଓ ୭,୧୦୩ଜଣ ଝିଅ ପାସ୍ (୭୭.୮%) କରିଛନ୍ତି। ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪,୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ ଜଣ […]
ଚଣ୍ଡିଗଡ଼: ସନ୍ତାନକୁ ନେଇ ପ୍ରତ୍ୟେକ ବାପା-ମା’ଙ୍କ ମନରେ ଅନେକ ଆଶା, ସ୍ୱପ୍ନ। ତାଙ୍କର ପିଲା ଭଲ ପାଠ ପଢିବ, ଭଲ ଚାକିରୀ କରିବ, ଭଲ ମଣିଷ ହେବ ଆଉ ବାର୍ଦ୍ଧକ୍ୟର ତାଙ୍କର ସହାରା ହେବ…ଏମିତି ଅନେକ। ନିଜର ଅପୂରଣୀୟ ସ୍ୱପ୍ନ ସନ୍ତାନ ଆଖିରେ ଦେଖିବାକୁ ଚାହାନ୍ତି ପ୍ରତ୍ୟେକ ବାପା-ମା’। ଏଥିପାଇଁ ସେମାନେ ସବୁ କଷ୍ଟକୁ ହସି ହସି ବରି ନେଇଥାନ୍ତି। ହେଲେ ସେମାନଙ୍କ ସ୍ୱପ୍ନ ଅପୂରଣୀୟ ରହିଯାଏ। ବାର୍ଦ୍ଧକ୍ୟରେ ଅଲୋଡ଼ା ହୋଇ ଯାଆନ୍ତି ଠିକ୍ ଚଣ୍ଡୀଗଡ଼ର ଏଇ […]
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସ୍କୁ ନିର୍ଦ୍ଦେଶ ଦେବାସହ ମୃତ୍ୟୁ ସମ୍ପର୍କିତ ସମସ୍ତ ତଥ୍ୟ CBIକୁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଯଦି କୌଣସି ନୂଆ ଏତଲା ଦାୟର ହୁଏ, ତେବେ CBI ଏହାର ତଦନ୍ତ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତଦନ୍ତ ପାଇଁ ସିବିଆଇର SIT ଟିମ୍ ଆଜି […]
ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୧୫ କରୋନା ଟେଷ୍ଟ ହୋଇଥିବା ବେଳେ ୨,୫୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୨,୫୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୭୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୦୧୫ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ (Khordha) ସର୍ବାଧିକ ୪୬୬ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ କରୋନା ରୋଗୀ ଆଖି ବୁଜିଲେ। ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୩୭୨ ଛୁଇଁଛି। ମୃତକଙ୍କ ମଧ୍ୟରୁ ସର୍ବାଧିକ ୪ ଜଣ ଗଞ୍ଜାମ (Ganjam) ଜିଲ୍ଲାରୁ ଅଛନ୍ତି। ଏଥିସହିତ ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏ ଏବଂ ଭଦ୍ରକ ଓ ବରଗଡ଼ରୁ ଜଣେ ଲେଖାଏ କରୋନା ରୋଗୀଙ୍କ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଉଡ଼ନ୍ତା ଆତଙ୍କକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ । ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ । କେବଳ ଉଡ଼ାଣ ନୁହେଁ, ଡ୍ରୋନ୍ ରଖିବା, ବିକାକିଣା ଓ ପରିବହନ ଉପରେ ବି ନିଷେଧା ଦେଶ ଲାଗିଛି । ଯେଉଁମାନଙ୍କର…
ମୁମ୍ବାଇ: ଚିକିତ୍ସା ପାଇଁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲ ଗଲେ କର୍କଟ ରୋଗରେ ଆକ୍ରାନ୍ତ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ।ଆଜି ପତ୍ନୀ ମାନ୍ୟତା, ଦୁଇ ଭଉଣୀ ପ୍ରିୟା ଓ ନମ୍ରତା ତଥା ପରିବାରର ଅନ୍ୟ କିଛି ସଦସ୍ୟଙ୍କ ସହ ହସ୍ପିଟାଲ ଯାଇଛନ୍ତି । ସଞ୍ଜୁ ବାବା ଫୁସ୍ଫୁସ୍ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ଆଗାମୀ ୩ ମାସ ଲାଗି ଚିକିତ୍ସା ପାଇଁ ସେ ଆମେରିକା ଯିବାର ଥିଲା। ହେଲେ ବର୍ତ୍ତମାନ ସମୟରେ ପ୍ରାଥମିକ ଚିକିତ୍ସା […]
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଗତ ରାତିରୁ ହିଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱରେ ମୋଟ ୩୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ହେଲା- ଅନୁଗୁଳ, ଦେବଗଡ଼ ଏବଂ ସମ୍ବଲପୁର। […]
ନୂଆଦିଲ୍ଲୀ: ଗତ ସୋମବାରଠାରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (Pranab Mukharjee) ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ବ୍ରେନ ସର୍ଜରୀ ଏବଂ କରୋନା ଆକ୍ରାନ୍ତ ହେବା ପରେ ପ୍ରଣବ ଦା’ଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଏବେ ବି ଭେଣ୍ଟିଲେଟରରେ ରଖା ଯାଇଛି। ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ଚିକିତ୍ସା ବୁଝୁଥିବା ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେବ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ […]
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିଲା ବେଳେ ଆସନ୍ତା ୨୩ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏବେ ଜାରି ରହିଥିବା ଲଘୁଚାପ ଜନିତ ବର୍ଷା ୨୧ରେ ସାମାନ୍ୟ କମିବାର ସମ୍ଭାବନା ରହିଛି। ହେଲେ ୨୩ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ, ଲଘୁଚାପ ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା […]
ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୫୩୧ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୨୪ ଘଣ୍ଟାରେ ୧୦୯୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୨ ହଜାର ୮୮୯କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦ ହଜାର […]
ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି। ଏ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଜାତୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ମଧ୍ୟ ଟୁଇଟ୍ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ବଲିଉଡ୍ର ଜଣେ ଉଦୀୟମାନ ତାରକା ଏବଂ ତାଙ୍କ ପୂର୍ବତନ ମ୍ୟାନେଜରଙ୍କ ମୃତ୍ୟୁକୁ ନେଇ ଅନେକ ବିବାଦ ଲାଗି ରହିଛି। ତଦନ୍ତ ଫାଇଲ୍ ଉଭାନ ହୋଇଯିବା, ଠିକ୍ରେ ତଦନ୍ତ […]
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ ନେବାକୁ ଯାଉଛି। ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତରେ ବିହାର ପୋଲିସକୁ ମୁମ୍ବାଇ ପୋଲିସ ଓ ପ୍ରଶାସନ ସହଯୋଗ କରୁନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ କ୍ଷେତ୍ରରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସ୍କୁ […]