• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pradeep
ଆଜି ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ନେଇ ଆଜି ଶୁଣାଣି ହେବ। ଗତ ସୋମବାର ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍‌ସି କୋର୍ଟ ଓ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ତେବେ ମହାରଥୀଙ୍କ ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। କିନ୍ତୁ ସେ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ପୁଣି ଥରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ସୂଚନା […]

evm
ପୁରୀରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ପୁରୀ(ମଧୁସୂଦନ ମିଶ୍ର): ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପୁରୀ ଜିଲ୍ଲା ସତ୍ୟବାଦୀ ଓ ବ୍ରହ୍ମଗିରିରେ ଇଭିଏମ୍‌ ଭଙ୍ଗା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ବ୍ରହ୍ମଗିରି କମାଶାସନର ବୁଥ ନମ୍ବର ୨୨୨ରେ ଗୋଟିଏ ଇଭିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ବେଳେ ସତ୍ୟବାଦୀ ବୀରକିଶୋରପୁରରେ ୨ଟି ଇଭିଏମ୍‌ ଭାଙ୍ଗି ଦେଇଛନ୍ତି।  ଏନେଇ ଦୁଇ ବୁଥ୍‌ର ପ୍ରିଜାଇଡିଂ ଅଫିସର ଥାନାରେ ଏତଲା ଦେଇଛନ୍ତି। ପ୍ରିଜାଇଡିଂ ଅଫିସର ଜିଲ୍ଲା […]

election
ସରିଲା ତୃତୀୟ ପର୍ଯ୍ୟାୟ ଭୋଟ୍, ୨୯ରେ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର ଧରିଛି। ଆସନ୍ତା ୨୯ ତାରିଖରେ ଭୋଟ୍‌ ଗ୍ରହଣ ହେବ।  ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ। ତେବେ କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନକୁ ସ୍ଥଗିତ ରଖାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଏଠାରେ ଭୋଟ୍‌ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏଠାରେ […]

RP Sharma
ଭୋଟ୍‌ ଦେଲେ ପୁଲିସ୍‌ ଡିଜି ଆର୍‌.ପି. ଶର୍ମା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟରେ ଆଜି ଓଡ଼ିଶାରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଗଣତନ୍ତ୍ରର ଏହି ମହାପର୍ବରେ ସବୁ ବର୍ଗର ଲୋକ ସାମିଲ ହେଉଛନ୍ତି। ପୁଲିସ୍‌ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ସରକାରୀ ସ୍କୁଲରେ ମତଦାନ କେନ୍ଦ୍ରରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ତା’ସହ ନିର୍ଭୟରେ ଭୋଟରଙ୍କୁ ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ […]

pm narendra modi
‘ନବୀନ ବାବୁ ଆପଣ ବିଦା ହେଉଛନ୍ତି, ଆପଣଙ୍କ ଯିବା ନିଶ୍ଚିତ’

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ନିର୍ବାଚନୀ ସଭାରେ ସେ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେଇ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ଓ ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ଆସିବ ବୋଲି ପ୍ରଧାନମନ୍ତ୍ରୀ  ମୋଦି […]

heavy weight
ଇଭିଏମ୍‌ରେ ସିଲ୍‌ ହେବ ହେଭିୱେଟ୍‌ଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହେବ। ସେମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ଗାନ୍ଧିନଗରରୁ ଏଥର ଲୋକସଭା ନିର୍ବାଚନ ଲଢୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେହିଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦକ୍ଷିଣ ଅଭିଯାନ କେତେ ଫଳପ୍ରଦ ସାବ୍ୟସ୍ତ ହେବ ତାହା ମଧ୍ୟ ଜଣାପଡ଼ିବ। ଆମେଥି […]

election-..
ହେଭିୱେଟ୍‌ଙ୍କ ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ଆଜି ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦଳର ବଡ଼ ନେତାମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଥିବା ବେଳେ ତାଳଚେର ଦେଉଳବେଡ଼ା ତେଲିସାହି ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ  ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି […]

vote
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: କେଉଁଠି ଇଭିଏମ୍‌ ଅଚଳ ତ ଆଉ କେଉଁଠି ତ୍ରୁଟି

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ତେବେ କିଛି ସ୍ଥାନରେ ଇଭିଏମ୍ ଅଚଳ ଓ ଆଉ କିଛି ସ୍ଥାନରେ ତ୍ରୁଟି ଦେଖାଦେଇଥିବାର ଖବର ଆସିଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ୩୬ନମ୍ବର ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଛି। କରଞ୍ଜିଆ ନିର୍ବାଚନମଣ୍ଡଳୀର ୩୬ନମ୍ବର ମତଦାନ କେନ୍ଦ୍ରର ଇଭିଏମ୍‌ରେ […]

pm-modi-11
ଭୋଟ୍‌ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦ ସ୍ଥିତ ଏକ ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସକାଳେ ମୋଦି ନିଜ ଘରକୁ ଯାଇ ମା’ ହୀରାବେନ୍‌ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାପରେ ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିଲେ। ଭୋଟ୍ ଦେବା ପରେ […]

pandian
ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନ ପାଇଁ ୟୁନିଟ୍-୬ ସରକାରୀ ହାଇସ୍କୁଲରେ ସେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।  ପାଣ୍ଡିଆନ୍‌ଙ୍କ ଧର୍ମପତ୍ନୀ ସୁଜାତା ଆର୍‌ କାର୍ତ୍ତିକେୟନ ମଧ୍ୟ […]

election
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଆଜି ୬ଟି ଲୋକସଭା ସହ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ଏହି ୬ଟି ଲୋକସଭା ଆସନ ହେଲା- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱର। […]