ଦୁବାଇ: ମୁମ୍ବାଇ ମୁଣ୍ଡରେ ଆଇପିଏଲ ମହାମୁକୁଟ। ଆଇପିଏଲ ସିଜିନ୍ ୧୩ ଫାଇନାଲ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ(Delhi Capitals) ହରାଇ ଲଗାତର ଦ୍ୱିତୀୟ ଓ ସିରିଜରେ ସର୍ବାଧିକ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ କରିଛି ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians)। ଫାଇନାଲ ଲଢେଇରେ ଦିଲ୍ଲୀକୁ ୫ ୱିକେଟ୍ରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ। ୧୫୭ ରନ୍ର ବିଜୟ ଲକ୍ଷ୍ୟକୁ ଦଳ ୮ ବଲ୍ ବାକି ଥାଇ ହାସଲ କରିଥିଲା। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଟାଇଟଲ ଜିତିବା ସ୍ୱପ୍ନ […]
ସମ୍ବଲପୁର: ସମ୍ବଲପୁର ବୁର୍ଲାର ସେଣ୍ଟ୍ରାଲ୍ ଲାଇନ୍ ଅଞ୍ଚଳରେ ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସେଣ୍ଟ୍ରାଲ୍ ଲାଇନ୍ ଅଞ୍ଚଳରେ ଥିବା ଜଣକ ଘରକୁ ଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପରିବାରର ସଦସ୍ୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ଏହି ଘଟଣାରେ […]
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ନିକଟରେ ରାଇଜିଙ୍ଗ୍ ଷ୍ଟାର ଫେମ୍ ରୋହନପ୍ରୀତ୍ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବିବାହ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଶେଆର କରୁଥିବା ନଜର ଆସିଛି। ନେହାଙ୍କୁ ନେଇ ତାଙ୍କର ଏକ୍ସ ବୟଫ୍ରେଣ୍ଡ୍ ହିମାଂଶ କୋହଲି ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କଥାଟା ହେଲା, ହିମାଂଶ ନେହାଙ୍କୁ ଭୁଲ୍ ମାଗୁଥିବାର ଏକ ଫେକ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ହିମାଂଶ […]
ରେଢ଼ାଖୋଲ: ଟାଙ୍ଗିଆରେ ସ୍ତ୍ରୀର ମୁଣ୍ଡକୁ ହାଣି ହତ୍ୟା କଲା ସ୍ୱାମୀ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଘୁସୁରୀଆବାହାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ପ୍ରମୋଦ ଭଏସା। ଗତକାଲି ରାତିରେ କୌଣସି କାରଣରୁ ପ୍ରମୋଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରମୋଦ ସ୍ତ୍ରୀଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଏହି ସମୟରେ ପ୍ରମୋଦ ନିଶାସକ୍ତ ଅବସ୍ଥାରେ ଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସହ ପ୍ରମୋଦଙ୍କୁ ଅଟକ ରଖି […]
ଭୁବନେଶ୍ୱର: ରାଜ୍ୟରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ତଳେ ଥିବାବେଳେ ଆଜି ତାହା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ୩୦ ଜିଲ୍ଲାରୁ ୧୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୦୩ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୫୧୭ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ପୁଣି ବଢିଛି। ଆଜି ଖୋର୍ଦ୍ଧରୁ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୬୯ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ବାଲେଶ୍ୱରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି କଟକରୁ ୩ଜଣ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରୁ ୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଅନୁଗୁଳ, ଭୁବନେଶ୍ୱର, ସମ୍ବଲପୁର, ମୟୂରଭଞ୍ଜରୁ ଜଣେ ଲେଖାଏ ରୋଗୀଙ୍କ […]
ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଏକ ତିନି ମହଲା କୋଠାରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପିପିଲିର ଜାଜୁଲ୍ୟ ନାଥ। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଜାଜୁଲ୍ୟ ଏକ କନଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରୁଥିଲେ। ସହିଦନଗର ପ୍ଲଟ୍ ନମ୍ୱର ୫୩୭ରେ ଥିବା ଏକ ଆପାର୍ଟମେଣ୍ଟରେ ସେ ରହୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ ୩ ମହଲା କୋଠାରେ ଲାଗିଥିବା ଲୁହା ରେଲିଂରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍କୁ ଖବର ଦେଇଥିଲେ। […]
ପାଟନା: ସଜେଇ ହେଲାଣି ଜେଡିୟୁ କ୍ୟାମ୍ପ। ବିହାର ପାଟନାର ଗଳି କନ୍ଦିରେ ଲାଗିଛି ନୀତିଶ କୁମାରଙ୍କ ପୋଷ୍ଟର। ବିହାରରେ ପୁଣି ଥରେ ନୀତିଶ କୁମାର ହେବେ ମୁଖ୍ୟମନ୍ତ୍ରୀ। ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ପରେ ଏବେ ବିଜେପି, ଜେଡିୟୁ କ୍ୟାମ୍ପରେ ଖୁସିର ଲହରି ଖେଳିଯାଇଛି। ଆଜି ଦିଲ୍ଲୀ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ରାଜ୍ୟର ମୋଟ୍ ୨୪୩ରୁ ୧୨୫ ସିଟକୁ ଅକ୍ତିଆର କରିଛି ଏନଡିଏ। ବିଜେପି ୭୪ ଆସନରେ […]
ପାଟଣାଗଡ଼: ଘର ଭିତରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତଦେହ ଉପରେ କମ୍ବଳ ଘୋଡ଼ା ହୋଇଥିବା ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ, ୩ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ୬ ଜଣଙ୍କ ସଦସ୍ୟ ପଡ଼ି ରହିଥିବା ନେଇ ସ୍ଥାନୀୟ ଲୋକ ପୋଲିସ୍କୁ ଖବର ଦେଇଥିଲେ। ସମସ୍ତ […]
ବ୍ରହ୍ମପୁର: ସାଢ଼େ ୬ କେଜି ସୁନା ଜବତ କରିଛି ଗଞ୍ଜାମ ପୋଲିସ। ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ। ସୂଚନାଥାଉ କି, ଅକ୍ଟୋବର ୧୨ରେ ସ୍ଥାନୀୟ ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି ସୁନା ଲୁଟ୍ ହୋଇଥିଲା। ଏ ନେଇ ସେ ପୋଲିସରେ ଏତଲା ଦେଇଥିଲେ। ଏହି ଘଟଣାର ତଦନ୍ତ ପରେ ୧୦ ଚୋର ଓ ୫ କ୍ରେତାଙ୍କୁ ପୋଲିସ ଗିରଫ […]
ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍ବ୍ରାଞ୍ଚ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି। ବର୍ତ୍ତମାନ ସୁଦ୍ଧା ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା କ୍ରାଇମ୍ବ୍ରାଞ୍ଚ କୋର୍ଟଙ୍କୁ ଜଣାଇଛି। ଏହାସହ ଅପ୍ ଟୁ ଡେଟ୍ ଷ୍ଟାଟସ ରିପୋର୍ଟ ପାଇଁ କ୍ରାଇମ୍ବ୍ରାଞ୍ଚ ସମୟ ମାଗିଛି। ତଦନ୍ତ ଅଧିକାରୀଙ୍କୁ କରୋନା ହୋଇଥିବା ଯୋଗୁ କ୍ରାଇମ୍ବ୍ରାଞ୍ଚ ଏହି ସମୟ ମାଗିଛି। ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି। ସୂଚନାଥାଉ କି, ପୂର୍ବରୁ […]
ନୂଆଦିଲ୍ଲୀ: ୧୧ଟି ରାଜ୍ୟର ୫୯ଟି ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଯାଇଛି । ଅଧିକାଂଶ ରାଜ୍ୟରେ ବିଜେପି ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ମଧ୍ୟପ୍ରଦେଶରେ ୨୮ଟି ଆସନରୁ ୧୯ଟି ଆସନରେ ବିଜୟୀ ହୋଇଛି ବିଜେପି । ୯ଟି ଆସନରେ ଜିତିଛି କଂଗ୍ରେସ । ସେହିପରି ଗୁଜରାଟରେ ୮ଟି ଆସନକୁ କ୍ଲିନ୍ ସୁଇପ୍ କରିଛି ଦଳ। ମଣିପୁର ବିଧାନସଭା ଉପ ନିର୍ବାଚନରେ ବିଜେପିକୁ ୪ ସିଟ୍ ମିଳିଥିବା ବେଳେ ସ୍ୱାଧୀନକୁ ଗୋଟିଏ ମିଳିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ […]
ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଫଳାଫଳକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବିସ୍ଫୋରକ ବୟାନ ଦେଇଛନ୍ତି। କଂଗ୍ରେସ ହାରିବା ପଛରେ ଦଳର କିଛି ନେତା ହିଁ ଦାୟୀ। ସେମାନଙ୍କ ଅନ୍ତର୍ଘାତୀ କାମ ପାଇଁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ କଂଗ୍ରେସ ହାରିଲା ବୋଲି ସୁର ରାଉତରାୟ କହିଛନ୍ତି। ସୁର ଅଭିଯୋଗ କରିଛନ୍ତି, ନେତାମାନେ ଠିକ୍ରେ ପ୍ରଚାର କଲେନାହିଁ। ଉପର ଠାଉରିଆ ଭାବେ ପ୍ରଚାର କଲେ ଓ ହୋଟେଲରେ ଶୋଇଲେ। ନିରଞ୍ଜନ […]
ପୁରୀ: କେଉଁ ଡିଜାଇନରେ ନିର୍ମାଣ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାରର ରୂପା କବାଟ ? ଏଥିପାଇଁ ୧୦ ଜଣିଆ ଟିମ୍ ପୁରୀ ଜିଲ୍ଲାର ଶିଳ୍ପୀ ଗ୍ରାମ ରଘୁରାଜପୁର ଯାଇ ଡିଜାଇନର ଅନୁଧ୍ୟାନ କରିଛନ୍ତି। ଏଥି ସହ କିଛି ନମୂନା ମଧ୍ୟ ସଂଗ୍ରହ କରିଛନ୍ତି । ନମୂନା ମଧ୍ୟରେ ରହିଛି ଶତଦଳ ପଦ୍ମ, ଓଲଟା ପଦ୍ମ, ଫୁଟା ପଦ୍ମ, ଅବର୍ଣ୍ଣନୀୟ ପଦ୍ମ ଓ ଶହସ୍ରଦଳ ପଦ୍ମ ଇତ୍ୟାଦି। ରଘୁରାଜପୁର ଯାଇଥିବା ଟିମ୍ ସହ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ […]
ଭୁବନେଶ୍ୱର: ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍ଡାଉନ୍ କଟକଣା ଅବଧିକୁ ବଢ଼ା ଯାଇଥିବା ବେଳେ ଆଜିଠୁ ନୂଆ ନିୟମ ଲାଗୁ ହୋଇଛି। କାଟାଗୋରୀ-‘A’ରେ ଆସୁଥିବା ୨୦ ଜିଲ୍ଲାରେ ଏଣିକି ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର…
ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କାହାର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ନ୍ୟାୟକୁ ଉପହାସ କରିବା ସହ ସମାନ। ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଗିରଫ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ୍ ଧନଞ୍ଜୟ ଭାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, […]
ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନ୍ଡିଏ ମେଣ୍ଟ ଏଠାରେ ବହୁମତ ପାଇଛି। ନୀତିଶ କୁମାରଙ୍କ ନେତୃତ୍ୱରେ ଏଠାରେ ସରକାର ଗଠନ ହେବାର ସମ୍ଭାବନା ରହିଛି। ତେବେ ନିର୍ବାଚନ ଫଳାଫଳରୁ ଅନେକ ରୋଚକ ଖବର ସାମ୍ନାକୁ ଆସିଛି। ଏଠାରେ ହିଲାଶା ବିଧାନସଭା ଆସନ ଜେଡିୟୁ ହାତକୁ ଯାଇଛି। ମାତ୍ର ୧୨ ଖଣ୍ଡ ଭୋଟ ଅଧିକ ପାଇ ଜେଡିୟୁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ସୁତ୍ରରୁ ଜଣାଯାଇଛି, ଏହି ସିଟ୍ରୁ ବିଜୟୀ ହୋଇଛନ୍ତି ଜେଡିୟୁର […]