Advertisment

Career Tips: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ଯଦି ଆପଣ ପ୍ରଥମ ଚାକିରି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଲେଖାଟି ଉପରେ ନଜର ପକାଇବା ନିହାତି ଜରୁରୀ। ତେବେ ଏମିତି କିଛି ଟିପ୍ସ ଜାଣି ନିଅନ୍ତୁ, ଯାହା ଆପଣଙ୍କୁ ଚାକିରି ସାକ୍ଷାତକାରକୁ ପାସ୍ କରିବା ପାଇଁ ସହଜ କରିବ।

author-image
Pramod Behera
ଅଦ୍ୟତନ ହୋଇଛି
Know how to crack job interview in first attempt

Know how to crack job interview in first attempt

ବୃତ୍ତିଗତ ଡିଗ୍ରୀ ହାସଲ କରିବା ପରେ ଅଧିକାଂଶ ଯୁବକ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ଆଜିକାଲି ଚାକିରି ବଜାରରେ ପ୍ରତିଯୋଗିତାର ସ୍ତର ବହୁତ ଉଚ୍ଚରେ ଅଛି। ଯେକୌଣସି କମ୍ପାନୀରେ ଗୋଟିଏ ପୋଷ୍ଟ ପାଇଁ ଅନେକ ପ୍ରତିଯୋଗୀ ବାହାରୁଛନ୍ତି।

Advertisment

ଏଭଳି ପରିସ୍ଥିତିରେ କିନ୍ତୁ ଚାକିରି ପାଇବା ସହଜ ନୁହେଁ। କୌଣସି ଏକ ସାକ୍ଷାତକାର ସମୟରେ ପ୍ରାର୍ଥୀଙ୍କୁ ଅନେକ ସ୍ତରରେ ପରୀକ୍ଷା କରାଯାଏ। ପ୍ରଥମ ଚାକିରି ପାଇବା ପାଇଁ ହିଁ ଅନେକ ବର୍ଷ ଲାଗିଥାଏ। ଏହି କାରଣରୁ ପ୍ରାର୍ଥୀଙ୍କ ଆତ୍ମବିଶ୍ୱାସ ମଧ୍ୟ କମିଯାଏ।

ଯଦି ଆପଣ ପ୍ରଥମ ଚାକିରି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଲେଖାଟି ଉପରେ ନଜର ପକାଇବା ନିହାତି ଜରୁରୀ। ତେବେ ଏମିତି କିଛି ଟିପ୍ସ ଜାଣି ନିଅନ୍ତୁ, ଯାହା ଆପଣଙ୍କୁ ଚାକିରି ସାକ୍ଷାତକାରକୁ ପାଶ୍ କରିବା ପାଇଁ ସହଜ କରିବ। ଏହି ଟିପ୍ସ ଫ୍ରେଶର୍ ଠାରୁ ଆରମ୍ଭ କରି ଅଭିଜ୍ଞ ପ୍ରଫେସନାଲ୍‌ଙ୍କ ପାଇଁ ମଧ୍ୟ ଉପଯୋଗୀ ହୋଇପାରେ।

Advertisment

କମ୍ପାନୀ ବିଷୟରେ ଜାଣନ୍ତୁ:

ଆପଣ ଯେଉଁଠାରେ ଏକ ଚାକିରି ସାକ୍ଷାତକାର ଦେବାକୁ ଯାଉଛନ୍ତି, ସେହି କମ୍ପାନୀର ବ୍ୟାକ୍‌ଗ୍ରାଉଣ୍ଡ୍ ବିଷୟରେ ଜାଣନ୍ତୁ। କମ୍ପାନୀର ବ୍ୟାକ୍‌ଗ୍ରାଉଣ୍ଡ୍ ଏବଂ ସେମାନଙ୍କର ପ୍ରୋଜେକ୍ଟ ସହିତ, ଆପଣଙ୍କର ଭୂମିକା ସେଠାରେ କ’ଣ ରହିବ ତାହା ମଧ୍ୟ ଜାଣିବା ଉଚିତ। ଏହା ସହିତ ଆପଣ ସାକ୍ଷାତକାରର ସମସ୍ତ ପ୍ରଶ୍ନର ଉତ୍ତର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ଦେବାକୁ ସମର୍ଥ ହେବେ।

ସ୍କିଲ୍ ପ୍ରତି ଧ୍ୟାନ:

ସାକ୍ଷାତକାର ସମୟରେ, ଆପଣଙ୍କର ଯୋଗ୍ୟତା ଏବଂ ସ୍କିଲ୍ ବିଷୟରେ ଇଣ୍ଟର୍‌ଭିୟୁଅର୍‌ଙ୍କୁ ଜଣାନ୍ତୁ। ଚାକିରିରେ ଆପଣଙ୍କର ସ୍କିଲ୍ କିପରି ବ୍ୟବହାର କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆପଣ ଅତୀତର ସଫଳତାକୁ ଉଦାହରଣ ଭାବରେ ଉପସ୍ଥାପନ କରିପାରିବେ।

ବଡି ଲାଙ୍ଗୁଏଜ୍:

ସାକ୍ଷାତକାର ଦେବା ସମୟରେ ବଡି ଲାଙ୍ଗୁଏଜ୍ ବହୁତ ପ୍ରଭାବ ପକାଇଥାଏ। ବଡି ଲାଙ୍ଗୁଏଜ୍ ହେଉଛି ବ୍ୟକ୍ତିତ୍ୱର ଦର୍ପଣ। ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଥିବାବେଳେ ବଡି ଲାଙ୍ଗୁଏଜ୍ ପ୍ରତି ଧ୍ୟାନ ଦେବା ଜରୁରୀ। ଆପଣ ୟୁଟ୍ୟୁବରେ ଏହି ସମ୍ବନ୍ଧୀୟ ଭିଡିଓ ଦେଖିପାରିବେ। ଏକ ସାକ୍ଷାତକାର ଦେବାବେଳେ, ପିଠିକୁ ସିଧା କରି ବସିବା ସହିତ ଆଖିର ଯୋଗାଯୋଗ ସହିତ କଥାବାର୍ତ୍ତା ହେବା ଏବଂ ଆତ୍ମବିଶ୍ୱାସୀ ହେବା ଜରୁରୀ। 

କିପରି ପ୍ରଶ୍ନ ପଚାରିବେ:

ଅଧିକାଂଶ ସାକ୍ଷାତକାରରେ ପ୍ରାର୍ଥୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯାଏ। ଯଦି ଏହା ଆପଣଙ୍କର ପ୍ରଥମ ସାକ୍ଷାତକାର, ତେବେ ରାଉଣ୍ଡ ଶେଷ ହେବା ପୂର୍ବରୁ ମ୍ୟାନେଜର କିମ୍ବା HR ଆପଣଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ଦେଇପାରନ୍ତି। ଏପରି ସୁଯୋଗ ମିଳିଲେ, କେବଳ ସ୍ମାର୍ଟ ଏବଂ ବିଚାରଶୀଳ ପ୍ରଶ୍ନ ପଚରିବା ଉଚିତ। ଏପରି କିଛି ପଚାରନ୍ତୁ ନାହିଁ ଯାହା ଅନ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବ। 

ଫଲୋଅପ୍:

ବେଳେବେଳେ, ସାକ୍ଷାତକାର ଦେବାର ଅନେକ ସପ୍ତାହ କିମ୍ବା ମାସ ପରେ ମଧ୍ୟ କମ୍ପାନୀରୁ କୌଣସି ପ୍ରତିକ୍ରିୟା ଆସେ ନାହିଁ। ଏହି ପରିସ୍ଥିତିରେ, ଆପଣ ଫଲୋଅପ୍ ବିଷୟରେ ଜାଣିବା ପାଇଁ ଆପଣ ସେଠାକୁ କଲ୍, ମେସେଜ୍ କିମ୍ବା ମେଲ୍ କରିପାରିବେ। 

Job Search Job Seekers Career Tips
Advertisment
Advertisment