• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pm-modi-...
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହାପରେ ସମ୍ବଲପୁର ଯାଇ ସେଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରରେ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଅପରାହ୍ଣରେ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଆହୁରି ମଧ୍ୟ ପଢ଼ନ୍ତୁ: ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ […]

election-campaign
ପ୍ରଚାର ଅଭିଯାନରେ ସାମିଲ ହେଲେ ଅଭିନେତା ରାଇମୋହନ

ସୁନ୍ଦରଗଡ଼(ବିଜୟ ବରୁଆ):  ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଓଲିଉଡ୍‌ ଅଭିନେତା ରାଇମୋହନ ପରିଡ଼ା ସୁନ୍ଦରଗଡ଼ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ଓ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କ ପାଇଁ ରୋଡ୍‌ ଶୋ’ କରି ପ୍ରଚାର କରିଛନ୍ତି। ସୁନୀତା ଓ ଯୋଗେଶ ପଞ୍ଚମୁଖି ହନୁମାନ ମନ୍ଦିରରୁ […]

dacoit
୧୨ ଡକାୟତ ଗିରଫ

ରାଉରକେଲା(ପୱନ ତିୱାରୀ): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୁଲିସ୍‌ ୧୨ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବି ଏମାନଙ୍କ ନାଁରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ପୁଲିସ୍‌ କହିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଖଣ୍ଡା, ୩ଟି ବାଇକ, ପିକ୍‌ଅପ୍‌ ଭ୍ୟାନ, ବୋଲେରୋ, ମୋବାଇଲ୍, କାର୍‌ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି।

malkangiri
ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିରେ ସଡକ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି। ମାଲକାନଗିରି-କାଲିମେଳା ରାସ୍ତାର ବଦଳି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମେଘନାଦ  ଦାସ ଓ ସାମଲ ସେନ୍। ସେମାନଙ୍କ ଘର ଏମ୍‌ପିଭି ୧୩ ଗାଁରେ ବୋଲି ଜଣାପଡ଼ିଛି। ବଦଳି ଛକ ନିକଟରେ ବାଇକ୍‌ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ମେଘନାଦ ଓ ସାମଲଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ […]

atm
ପୁଣି ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ

ସୋର(ଶଶିକାନ୍ତ ବେହେରା): ପୁଣି ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍‌ ବ୍ୟାଙ୍କ୍ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଛନ୍ତି। ତେବେ ଏଟିଏମ୍‌ରୁ କେତେ ଟଙ୍କା ଚୋରି ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ ଲୁଟ୍ ହୋଇଥିବା ଏଟିଏମ୍ ନିକଟରେ ପହଞ୍ଚି ନଥିବା ଜଣାପଡ଼ିଛି। ସୋର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]

congress
କଂଗ୍ରେସରେ ମିଶିଲେ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ବିଜେଡିର ନେତା ଓ କର୍ମୀ। ଭୁବନେଶ୍ୱର ସ୍ଥିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପିସିସି ସଭାପତିଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବ୍ଲକ୍ ଉପ-ସଭାପତି ଆନନ୍ଦ ଓଝା, ବିଜୁ ଯୁବବାହିନୀ ସଦସ୍ୟ ତଥା ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ସମୟରେ ବିଜୁ ଜନତା ଦଳରେ ଜାରି ରହିଥିବା କାର୍ଯ୍ୟକ୍ରମରେ ଅତିଷ୍ଠ ହୋଇ ଏହି ପଦକ୍ଷେପ ନେଇଥିବା ନେତାମାନେ […]

2nd-phase-election
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଜୋରଦାର କରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ପାଇଁ ଆଜି ପ୍ରାର୍ଥୀଙ୍କ ପାଖରେ ଶେଷ ସୁଯୋଗ ରହିଛି। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ଏହି ଲୋକସଭା କ୍ଷେତ୍ରରେ ଥିବା ୩୫ଟି ବିଧାନସଭା ନିର୍ବାଚନ […]

pm-modi.
ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’

ଭୁବନେଶ୍ୱର: ଆଜି ଦେଖିବାକୁ ମିଳିବ ହାଇଭୋଲଟେଜ୍ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଅପରାହ୍ଣରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ମୋଦି ସମ୍ବଲପୁରରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦି ସକାଳ ସାଢ଼େ ୧୦ଟାରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ସମ୍ବଲପୁର ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଅପରାହ୍ଣ ସାଢ଼େ ୫ଟାରେ ମୋଦି ଭୁବନେଶ୍ୱର ବିମାନ […]

banya
ବଡ଼ ବନ୍ୟାର ଭୟ ନାହିଁ-ଆଶ୍ୱାସନା ଦେଲେ ସଚିବ

ଭୁବନେଶ୍ୱର: ମହାନଦୀରେ ସୃଷ୍ଟି ହେବ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି। ଆଜି ବର୍ଷା ପରିମାଣ ହ୍ରାସ ପାଇଥିବାରୁ ନଦୀର ଜଳସ୍ତର କମିବାରେ ଲାଗିଛି। ତେଲନଦୀ ଜଳସ୍ତର ହ୍ରାସ ପାଉଛି। ବନ୍ୟାସ୍ଥିତିରେ ସୁଧାର ଆସୁଛି। ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା। ବର୍ଷାର ପରିମାଣକୁ ନେଇ କଟକ ମୁଣ୍ଡଳିରେ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ।  ଖଇରମାଳରେ ଗତକାଲି ମଧ୍ୟରାତ୍ରିରେ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା।  ସେଠାରେ ଧୀରେ ଧୀରେ […]

janhabi
ଦରଦୀ ଜାହ୍ନବୀ.. ଛୋଟ ପିଲାଟିକୁ ଟିପ୍ସ ଦେବା ପାଇଁ ଡ୍ରାଇଭରଙ୍କଠାରୁ ଟଙ୍କା ଧାର ନେଲେ

ମୁମ୍ବାଇ: ଶ୍ରୀଦେବୀ-ବୋନି କପୁରଙ୍କ ଝିଅ ଜାହ୍ନବୀ ଖାଲି ଜଣେ ଅଭିନେତ୍ରୀ ନୁହଁନ୍ତି, ଜଣେ ନିରହଙ୍କାରୀ, ଦରଦୀ ମଣିଷ। ନାରୀସୁଲଭ କୋମଳ ହୃଦୟଟିଏ ତାଙ୍କ ପାଖରେ ରହିଛି। ଏକଥା ଆମେ କହୁନୁ, ତାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଭିଡ଼ିଓରୁ ଏକଥା ସ୍ପଷ୍ଟ ହୋଇଛି। ନୂଆ ନୂଆ ବଲିଉଡ୍‌ରେ ପାଦ ଥାପିଛନ୍ତି ଜାହ୍ନବୀ। ତାଙ୍କର ମାତ୍ର ଗୋଟିଏ ଫିଲ୍ମ ‘ଧଡ଼କ୍‌’ ରିଲିଜ୍ ହୋଇଛି। ପ୍ରଥମ ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ନିଜ ଅଭିନୟ ଦକ୍ଷତାକୁ […]

କୂମାନ
ଭୋକରେ ଆଉଟୁପାଉଟୁ ହୋଇ ଶେଷରେ ନିଜକୁ ଖାଇଦେଲା !

ନୂଆଦିଲ୍ଲୀ:ଭୋକର ଦାଉ କିଏ ସମ୍ଭାଳି ପାରିବ ! ମଣିଷଟିଏ ହେଉ ବା ପଶୁ, ଭୋକ ବେଳରେ ଯାହା ମିଳିବ ଖାଇବାକୁ ପଛାଇବ ନାହିଁ। ହେଲେ ଭୋକରେ ନିଜକୁ କିଏ ଖାଇବାର ନଜୀର ଅଛି କି ? ବୋଧହୁଏ ନା ! ହେଲେ ସେମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଭୋକ ବିକଳରେ ସାପଟିଏ ନିଜକୁ ନିଜେ ଖାଇ ଦେଉଛି। ଆଉ ଏଇ ଭିଡିଓଟି ଭାଇରାଲ ହୋଇଛି। ଅବଶ୍ୟ ଘଟଣାଟି କେଉଁ ସ୍ଥାନର ଯଦିଓ ଜଣାପଡ଼ି ନାହିଁ ତେବେ […]

mangal
ଆସନ୍ତାକାଲି ପରଦାକୁ ଆସିବ ମିଶନ ମଙ୍ଗଲ୍‌

ନୂଆଦିଲ୍ଲୀ:ଆସନ୍ତାକାଲି ପରଦାକୁ ଆସିବ ବହୁ ପ୍ରତିକ୍ଷିତ ଫିଲ୍ମ ‘ମିଶନ ମଙ୍ଗଲ’ । ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନାଙ୍କୁ ବି ଦେଖିବାକୁ ମିଳିବ। ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଦର୍ଶକ ଏବେ ରଙ୍ଗୀନ ପରଦାରେ ଏହା ଦେଖିବାକୁ […]

battle house
ସ୍ୱାଧୀନତା ଦିବସରେ ରିଲିଜ୍ ହେବ ‘ବାଟ୍‌ଲା ହାଉସ’

ନୂଆଦିଲ୍ଲୀ:ଆସନ୍ତାକାଲି ରିଲିଜ୍ ହେବ ଜନ୍ ଆବ୍ରହାମ ଅଭିନୀତ ଫିଲ୍ମ ‘ବାଟଲା ହାଉସ’। ହାଇକୋର୍ଟରୁ ଗ୍ରୀନ୍ ସିଗନାଲ ମିଳିବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ମାତ୍ର କିଛିଟା ସ୍କ୍ରିନ୍‌କୁ ଫିଲ୍ମରୁ ବାଦ୍ ଦିଆଯାଇଛି। ଏଥିସହ ହାଇକୋର୍ଟ ଦିଲ୍ଲୀ ପୋଲିସ ଅଧିକାରୀ ସହିଦ୍ ଏମ୍.ସି ଶର୍ମାଙ୍କ ଫଟୋ ଦେଖାଇବାକୁ ମନା କରିଛନ୍ତି। ଯାହା ଫଳରେ ଫିଲ୍ମ କୌଣସି ବାସ୍ତବ ଘଟଣା ନୁହେଁ, ବରଂ କାଳ୍ପନିକ ବୋଲି ଜଣାପଡ଼ିବ। ଫିଲ୍ମର ଆରମ୍ଭ ଓ ଶେଷରେ ବୈଧାନିକ ଚେତାବନୀ ଦେଖିଇବାକୁ ମଧ୍ୟ ଆଦେଶ ଦେଇଛନ୍ତି […]

ଳହ୍ଂ
ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବ୍ୟକ୍ତି ଆତଙ୍କବାଦ ପ୍ରତି ସହାନଭୂତି ଦେଖାଉଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିଲା ପରେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଚାଲିଛି ତର୍ଜମା। କେହି କେହି ଏହାକୁ ଐତିହାସିକ ନିଷ୍ପତ୍ତି କହୁଥିବା ବେଳେ ଅନ୍ୟ କେହି ଏହାକୁ ଅସାମ୍ୱିଧାନିକ ବୋଲି କହୁଛନ୍ତି। ତେବେ ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖବର ସରବରାହ ସଂସ୍ଥା ଆଇଏଏନଏସକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏହାକୁ ବିରୋଧ କରୁଥିବା ବ୍ୟକ୍ତି ଆତଙ୍କବାଦକୁ ସହାନୁଭୂତି ଦେଖାଉଛନ୍ତି ଏବଂ ପାକିସ୍ତାନକୁ […]