ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ସୋନାକ୍ଷୀ ସିହ୍ନା ଅଭିନୀତ ଫିଲ୍ମ ମିଶନ ମଙ୍ଗଲ ରିଲିଜ ହୋଇଯାଇଛି। ଫିଲ୍ମରେ ସବୁ କଳାକାର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫିଲ୍ମ ରିଲିଜ ପରେ ଅକ୍ଷୟ କୁମାର ଆଉ ବିଦ୍ୟା ବାଲାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଚମକେଇ ଦେବା ପରି ହୋଇଛି । ସୋଶାଲ ମିଡିଆରେ ଏଇ ଭିଡିଓ ବେଶ ଭାଇରାଲ ହୋଇଛି। ଭଡିଓରେ ଅକ୍ଷୟ କୁମାର ବିଦ୍ୟା ବାଲାନଙ୍କ ଉପରକୁ ହାତ ଉଠାଇଛନ୍ତି। ବିଦ୍ୟା […]
ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମରୁ ଆଜି ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲାଯାଇଛି। ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ୍ ଖୋଲିଛି। ତେବେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ସେ କହିଛନ୍ତି ଯେ, ମୁଣ୍ଡଳୀରେ ବର୍ତ୍ତମାନ ଜଳସ୍ତର କମିଛି। ଖଇରମାଲ୍ରେ ବର୍ତ୍ତମାନ ୩ ଲକ୍ଷ ୩୫ ହଜାର କ୍ୟୁସେକ୍ ଜଳ ରହିଛି। ହୀରାକୁଦ ଡ୍ୟାମରୁ […]
ଜଳେଶ୍ୱର(ଅଜିତ ଦାସ ): ଜୀବିତ ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର। ଏପରି ଅଭିଯୋଗ ଆଣି ଆଜି ବାଲେଶ୍ୱର ଜିଲା ଜଳେଶ୍ୱର ମେଡିକାଲରେ ତୁମୁଳ କାଣ୍ଡ ଘଟାଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସେମାନେ ମେଡିକାଲରେ ପଶି ବିଭିନ୍ନ ଆସବାବପତ୍ର ଭଙ୍ଗା ରୁଜା କରିବା ସହ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ଘର ଉପରକୁ କରିଛନ୍ତି ପଥର ମାଡ଼। ଏତିକିରେ ଥମିନି ପରିସ୍ଥିତି। ଅଣାୟତ୍ତ ହୋଇ ପଡ଼ିଥିବା ପରିସ୍ଥିତିକୁ କାବୁ କରିବାକୁ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ […]
ପୁରୀ(ମଧୁସୂଦନ ମିଶ୍ର): ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ହୋଇଥିବା ମାମଲା ସମ୍ପର୍କରେ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଜୟ ଜଗନ୍ନାଥ’ କହିବା ଆମ ସଂସ୍କାର। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସେ ଅଧ୍ୟୟନ କରିବେ। ସେହିପରି ଜଗନ୍ନାଥଙ୍କୁ ଧରି ସେ ପ୍ରଚାର କରି ନ ଥିବା କହିଛନ୍ତି। ସମ୍ବିତ ପାତ୍ର ନିର୍ବାଚନ ପ୍ରଚାର ଗାଡିରେ ‘ଜଗନ୍ନାଥ ଡାକିଛନ୍ତି’ ଲେଖି ମହାପ୍ରଭୁଙ୍କ ନାଁକୁ ବ୍ୟବହାର ଓ ଏଥିସହ ବିଗତ ଦିନ […]
ଇସ୍ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଆରମ୍ଭ କରିଥିବା ତା’ର ଭାରତ ବିରୋଧୀ ଅଭିଯାନ ଜାରି ରଖିଛି। ଏହିକ୍ରମରେ ଆଜି ପାକିସ୍ତାନ ସରକାର ଭାରତରେ ପ୍ରଡ୍ୟୁସ ହୋଇଥିବା ସମସ୍ତ ପ୍ରକାରର ବିଜ୍ଞାପନ ଓ ଯେଉଁ ବିଜ୍ଞାପନରେ ଭାରତୀୟ କାଳକାର ଅଭିନୟ କରିଛନ୍ତି, ତା’ ଉପରେ ବ୍ୟାନ୍ ଲଗାଇଛି। ଏ ସମ୍ପର୍କରେ ପାକିସ୍ତାନ ଇଲେକଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି (ପିଇଏମଆରଏ) ପକ୍ଷରୁ ଘୋଷଣା କରାଯାଇଛି। ପିଇଏମଆରଏ ପକ୍ଷରୁ କୁହାଯାଇଛି ଯେ, “ପିଇଏମଆରଏ ସଂଶୋଧନ ଆଇନ୍ ୨୦୦୨ର ସେକସନ୍ […]
ନୂଆଦିଲ୍ଲୀ: ପବିତ୍ର ରକ୍ଷା ବନ୍ଧନ ଅବସରରେ ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଭାଇ ଇବ୍ରାହିମ୍ ଅଲି ଖାନଙ୍କ ସହ ତାଙ୍କ ପିଲାବେଳର ଫଟୋ ଶେୟାର କରିଛନ୍ତି। ସାରା ଇବ୍ରାହିମ୍ଙ୍କୁ ବେଷ୍ଟ ଭାଇ ବୋଲି କହିବା ସହ ସାରା ଜୀବନ ତାଙ୍କୁ ହଇରାଣ କରିବେ ଏବଂ ସବୁବେଳେ ଏମିତି ବିରକ୍ତ କରୁଥିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। View this post on Instagram Happy Rakhi to my baby brother ???? […]
ଭୁବନେଶ୍ୱର: ନିଜ ହକ୍ ପାଇବା ପାଇଁ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଦେଖାଇ ରାସ୍ତାରୁ ହଟାଇଲା ପୁଲିସ୍। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସକାଳେ ବିଏମ୍ସିର ଠିକା ସଫେଇ କର୍ମଚାରୀ ବକେୟା ଦରମା ଦାବିରେ ଜୟଦେବ ବିହାର ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତା ଉପରେ ଯାନବାହନ ଅଟକି ରହିଥିଲା। ପ୍ରାୟ ୪୫ ମିନିଟ୍ ପରେ ପୁଲିସ୍ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରିଥିଲା। ହେଲେ ସେମାନେ […]
ନୂଆଦିଲ୍ଲୀ: ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସୋଶାଲ୍ ମିଡିଆରେ ଟ୍ରୋଲ୍ ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ବୀଣା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ‘ପାକିସ୍ତାନ ଜିନ୍ଦାବଦ୍’ ଓ ‘କଶ୍ମୀର ପାକିସ୍ତାନ’ ହେବ ବୋଲି ନାରା ଦେଇଛନ୍ତି। ତାଙ୍କର ଏହି ଭିଡିଓ ଦେଖିବା ପରେ ଭାରତୀୟ ଇନ୍ଷ୍ଟାଗ୍ରାମ୍ ୟୁଜର୍ସ ତାଙ୍କୁ ତୀବ୍ର ସମାଲୋଚନା କରିବା ସହିତ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ […]
ସମ୍ବଲପୁର(ସଞ୍ଜୟ ଜେନା): ଆସନ୍ତା ୨୩ ତାରିଖରେ ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ସବୁ ଦଳର ପ୍ରାର୍ଥୀ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି। ସମ୍ବଲପୁରରେ ବିଜେପିର ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେଡିରୁ ନଳିନୀକାନ୍ତ ପ୍ରଧାନ କଂଗ୍ରେସରୁ ଶରତ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ସମ୍ବଲପୁର ବିଧାନସଭା ଆସନରେ କଂଗ୍ରେସରୁ ପ୍ରଫେସର ଅଶ୍ୱିନୀ ପୂଜାହାରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ […]
ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ଆଜି ମଧ୍ୟ ବଳବତ୍ତର ରହିଛି। ଅର୍ଥାତ ଜମ୍ମୁ-କଶ୍ମୀରରେ ମୋବାଇଲ, ଇଣ୍ଟରନେଟ୍ ଓ ଲ୍ୟାଣ୍ଡଫୋନ୍ ସେବା ବନ୍ଦ ରହିଛି। ତେବେ ଆସନ୍ତାକାଲି ଠାରୁ ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡଫୋନ୍ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। କିନ୍ତୁ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ଉପରେ ପୂର୍ବଭଳି କଟକଣା ଜାରି ରହିବ। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡଫୋନକୁ […]
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପୁଇଁତଳା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ୫ ଜଣଙ୍କୁ ଭୀମ ଭୋଇ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଆଜି ଭୋର ପ୍ରାୟ ୪ଟାରେ ଭୁବନେଶ୍ୱରରୁ ବଲାଙ୍ଗିରକୁ ଅଭିମୁଖେ ଆସୁଥିବା ଶ୍ରୀରାମ […]
ନୂଆଦିଲ୍ଲୀ: ଦୀର୍ଘ ସଂଗ୍ରାମ ପରେ ଭାରତ ତାର ସ୍ୱାଧୀନତା ହାସଲ କରିଥିଲା ୧୯୪୭ ଅଗଷ୍ଟ ୧୫ ତାରିଖରେ। ହେଲେ କିଏ ବାଛିଥିଲା ଏଇ ତାରିଖ ? ଏକଥା ସତ ଯେ, ଭାରତୀୟମାନେ ବାଛି ନ ଥିଲେ ଏହି ତାରିଖ । ବରଂ ବିରୋଧ କରିଥିଲେ। କାରଣ ଏହି ଦିନର ତିଥି ଭାରତୀୟଙ୍କ ପାଇଁ ଆଦୌ ଭଲ ନ ଥିଲା। ତେବେ କିଏ ବାଛିଲା ଏହି ତାରିଖ ! ସେଦିନ ତାରିଖ ଥିଲା ୩ ଜୁନ୍ ୧୯୪୭ ମସିହା। […]
ଭୁବନେଶ୍ୱର: ‘ଡବଲ ଇଞ୍ଜିନ୍’ ସରକାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରିଛନ୍ତି। କଟକ ବଡ଼ମ୍ବା ନରସିଂହପୁର ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ନବୀନ ବିଜେପିକୁ ସମାଲୋଚନା କରିଥିଲେ। ଡବଲ ଇଞ୍ଜିନ୍ କଥା କହୁଥିବା ମୋଦି ସରକାରଙ୍କର ମଧ୍ୟପ୍ରଦେଶ, ଛତିଶଗଡ, ପଞାବ, ରାଜସ୍ଥାନରେ ବିକାଶ କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଥିଲେ। ଆସନ୍ତା ମେ’ ୨୩ ତାରିଖରେ ବିଜେପିର ମେନ୍ ଇଞ୍ଜିନ୍ ବି ଲାଇନ୍ଚ୍ୟୁତ ହୋଇଯିବ ବୋଲି ନବୀନ କହିଥିଲେ। ଅନ୍ୟପକ୍ଷେ […]
ନୂଆଦିଲ୍ଲୀ: ପୁଣି ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ମୋଦି ସେନା ବାହିନୀ ସମ୍ପର୍କରେ ନିଆଯାଇଥିବା ବଡ଼ ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି। ମୋଦିଙ୍କ ଘୋଷଣା ଅନୁଯାୟୀ, ଏଣିକି ତିନି ସେନା ବାହିନୀର ମୁଖ୍ୟଙ୍କ ଉପରେ ଆଉ ଜଣେ ମୁଖିଆ ରହିବେ। ଏହି ପଦବୀର ନାଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ଏସ୍ଡିଏସ୍) ରହିବ। ଏହି ଏସ୍ଡିଏସ୍ ତନି […]
ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଗତକାଲି ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଜାମିନ୍ ଆବେଦନ କରିଥିଲେ। ତେବେ ଜାମିନ୍ ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଗତକାଲି ମତଦାନ ଚାଲିଥିବା ବେଳେ ସୋରଡ଼ା ନିର୍ବାଚନମଣ୍ଡଳୀର ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍ରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା। ନୀଳମଣି ଇଭିଏମ୍ […]
ନୂଆଦିଲ୍ଲୀ:ଦେଶ ଆଜି ପାଳୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲ୍କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଧାରା ୩୭୦ ଉପରେ ମତ ଦେଇ କହିଛନ୍ତି, ବିଜେପି ମେଣ୍ଟ ସରକାର କ୍ଷମତାକୁ ୨ୟ ଥର ପାଇଁ ଆସିଲା ଏବଂ କ୍ଷମତାକୁ ଆସିବାର ୧୦ ସପ୍ତାହ ମଧ୍ୟରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଧାରା ୩୭୦ ଉଠିବା ପରେ ଜମ୍ମୁ-କାଶ୍ମୀର ଓ ଲଦାଖବାସୀଙ୍କ ଆଶା ଆକାଂକ୍ଷା […]
ଭୁବନେଶ୍ୱର: ବକେୟା ଦରମା ଦାବିରେ ଭୁବନେଶ୍ୱରରେ ବିଏମ୍ସିର ଠିକା ସଫେଇ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବକେୟା ଦରମା ନ ମିଳିବାରୁ ଏହାର ପ୍ରତିବାଦ କରି ସଫେଇ କର୍ମଚାରୀମାନେ ଆଜି ସକାଳେ ଜୟଦେବ ବିହାର ଛକରେ ରାସ୍ତା ଉପରେ ବସି ରହିଥିଲେ। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ପ୍ରାୟ ୪୫ ମିନିଟ୍ ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି କର୍ମଚାରୀଙ୍କୁ ରାସ୍ତାରୁ ହଟାଇଥିଲା। ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଏକ ଠିକା ସଂସ୍ଥା ଅଧୀନରେ ସଫେଇ କର୍ମଚାରୀମାନେ କାମ କରୁଥିବା […]
ଇସ୍ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଆଜି ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ପାଳନ କରୁଛି। ତେବେ ପାକିସ୍ତାନ ଏହି ଦିନଟିକୁ କଶ୍ମୀର ସଲିଡାରିଟି ଡେ’ ଭାବେ ନାମିତ କରିଛି। ଏହି ଅବସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ ଯୁଦ୍ଧ କରିବାକୁ ଇସ୍ଲାମାବାଦ ପଛାଇବ ନାହିଁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି। ପାକ ଅଧିକୃତ କଶ୍ମୀର ବା ପିଓକରେ ଅନୁଷ୍ଠିତ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଭିନ୍ନ ବିରୋଧୀ ଦଳର ରାଜନେତାଙ୍କୁ ଅଟକ ରଖିବା ଅଭିଯାନ ଜାରି ରହିଛି। ଏହିକ୍ରମରେ ଜମ୍ମୁ-କଶ୍ମୀର ଆଇଏଏସ୍ ଟପ୍ପର ତଥା ରାଜନେତା ଶାହ ଫୈଜଲଙ୍କୁ ଆଜି ଗୃହବନ୍ଦୀ କରାଯାଇଛି। ଫୈଜଲ ପ୍ରଥମେ ପ୍ରଶାସନିକ ସେବାରେ ଚାକିରି କରିଥିଲେ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ସେ ଚାକିରି ଛାଡ଼ି କଶ୍ମୀର ପାଇଁ ଲଢ଼େଇ କରିବା ଲକ୍ଷ୍ୟରେ ରାଜନୀତି ଆରମ୍ଭ କରିଥିଲେ। ଆଜି ସେ ଦିଲ୍ଲୀରୁ ଇସ୍ତାନବୁଲ ଯିବାର ଥିଲା। ହେଲେ ସେ […]
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଷଣ୍ଡ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଥପଡ଼ା ଗାଁରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଷଣ୍ଡ ଗାଁର ୨୫ ବର୍ଷୀୟ କାଳିଆ ସଅର, ତାଙ୍କ ୨ ବର୍ଷର ଝିଅ ଅନୀତା ସଅର ଓ ୧୨ ବର୍ଷୀୟା ଭଉଣୀ ସାରଥି ସଅର। ଏମାନେ ସମସ୍ତେ ଘର […]