• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sports
ଶାରୀରିକ ଭିନ୍ନକ୍ଷମ ଟି-୨୦: ଇଂଲଣ୍ଡକୁ ନିଜ ମାଟିରେ ହରାଇ ଚାମ୍ପିୟନ୍‌ ହେଲା ଭାରତ

ଲଣ୍ଡନ: ଗୋଟିଏ ପଟେ ସମସ୍ତଙ୍କ ନଜର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ତୃତୀୟ ଦିନିକିଆ ଉପରେ ରହିଥିଲା ବେଳେ ଅନ୍ୟପଟେ ଆଉ ଏକ ଭାରତୀୟ କ୍ରିକେଟ୍ ଟିମ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଫିଜିକାଲ୍ ଡିଜାବିଲିଟି (ଶାରୀରିକ ଭିନ୍ନକ୍ଷମ) ଟି-୨୦ ୱାର୍ଲ୍ଡ ସିରିଜରେ ଭାରତ ୩୭ ରନରେ ଇଂଲଣ୍ଡକୁ ତା’ ନିଜ ମାଟିରେ ହରାଇ ଚାମ୍ପିୟନ୍ ହୋଇଛି। ଟି-୨୦ ସିରିଜର ଏହି ଫାଇନାଲ୍ ମୁକାବିଲା ଇଂଲଣ୍ଡର ୱର୍ସେଷ୍ଟରରେ ଖେଳାଯାଇଥିଲା। ଏହା ପୂର୍ବରୁ ଶେଷ ଗ୍ରୁପ୍ ମ୍ୟାଚରେ […]

film
୪୦୦ ଟିମ୍‌ ମେମ୍ବରଙ୍କୁ ସୁନା ମୁଦି ବାଣ୍ଟିଲେ ଦକ୍ଷିଣ ଭାରତର ଏହି ସୁପରଷ୍ଟାର

ଚେନ୍ନାଇ: ୪୦୦ ଲୋକଙ୍କୁ ସୁନା ମୁଦି ପ୍ରଦାନ କରିଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ଅନ୍ୟତମ ସୁପରଷ୍ଟାର୍ ଜୋସେଫ୍ ବିଜୟ ଚନ୍ଦ୍ରଶେଖର। ଆଉ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ବିଜୟଙ୍କ ଅପ୍‌କମିଙ୍ଗ୍ ଫିଲ୍ମର ନାଁ ‘ବିଗିଲ’। ଯେଉଁ ୪୦୦ ଲୋକଙ୍କୁ ସେ ସୁନା ମୁଦି ଦେଇଛନ୍ତି, ସେମାନେ ସମସ୍ତେ ଏହି ଫିଲ୍ମର କ୍ର୍ୟୁ ମେମ୍ବର। ଏ ସଂପର୍କରେ ସେତେବେଳେ ଜଣାପଡ଼ିଲା ଯେତେବେଳେ ଏହି ଫିଲ୍ମର ଟିମ୍‌ର ସଦସ୍ୟମାନେ କିଛି ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ […]

1
ଝିଅଙ୍କ ବିବାହ ବୟସସୀମା ୨୧କୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଝିଅଙ୍କ ବିବାହ ପାଇଁ ବୟସସୀମା ୨୧କୁ ବୃଦ୍ଧି କରାଯାଉ। ଆଜି ସୁପ୍ରିମକୋର୍ଟରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏଭଳି ଏକ ଆବେଦନ କରିଛନ୍ତି। ଆବେଦନରେ ସେ ଭାରତ ସରକାରକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ବାହାଘରକୁ ନେଇ ଝିଅଙ୍କ ବୟସ ସୀମା ୧୮ ରହିଥିବା ବେଳେ ପୁଅଙ୍କର ୨୧ ରହିଛି। ଏହା ପୁଅ ଏବଂ ଝିଅଙ୍କ ମଧ୍ୟରେ ଥିବା ସମାନତା, ସ୍ୱତନ୍ତ୍ରତା ଏବଂ ଗରିମାର ଉଲ୍ଲଂଘନ କରୁଛି ବୋଲି ସେ ଆବେଦନରେ […]

border90
ଅଟ୍ଟାରି –ୱାଘା ସୀମାରେ ଭାରତ ଓ ପାକ୍ ପରସ୍ପରକୁ ମିଠା ଦେଲେନି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ମୋଦି ସରକାର ହଟାଇବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସେହି କାରଣରୁ ଏ ବର୍ଷ ଇଦ୍-ଉଲ-ଜୁହା ଏବଂ ସ୍ୱାଧୀନତା ଦିବସ ଅବସରରେ ଦୁଇ ଦେଶ ମଧ୍ୟରେ ମିଠା ଦିଆ ନିଆ ହୋଇ ନାହିଁ। ଇଦ୍-ଉଲ୍-ଜୁହା ଅବସରରେ ଅଟ୍ଟାରି ୱାଘା ସୀମାରେ ଭାରତ ପାକିସ୍ତାନ ସେନାକୁ ମିଠା ପ୍ୟାକେଟ ଦେଇଥିଲା। କିନ୍ତୁ ପାକିସ୍ତାନ ମିଠା ନେବାକୁ ମନା କରିଦେଇଥିଲା। ଏହା ପୂର୍ବରୁ କିନ୍ତୁ ପାକିସ୍ତାନ ଭାରତକୁ […]

sorada
ସୋରଡ଼ାରେ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାରେ ରାଜନୈତିକ ହିଂସାକୁ ନେଇ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟଣାର  ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସୂଚନା ଦେଇଛନ୍ତି। ମୃତକ ହେଲେ ସନ୍ତୋଷ ପତି। ତାଙ୍କ ଘର କଦଳୀଝୋଳା ଗାଁରେ ବୋଲି ଜଣାପଡ଼ିଛି। ନିର୍ବାଚନରେ ଭୋଟ୍ ଦେବାକୁ ନେଇ ଗାଁର କିଛି ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲ୍‌ ନିଆଯାଇଥିଲା। […]

vote...
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌: ଦିନ ୧ଟା ସୁଦ୍ଧା ୩୩% ମତଦାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଆଜି ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିନ ୧ଟା ସୁଦ୍ଧା ୩୩ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଭୋର୍ ୫ଟାରୁ ମକ୍‌ ପୋଲିଂ ଆରମ୍ଭ ହୋଇଥିଲା। ଏହାପରେ ସକାଳ ୭ଟାରୁ ବୁଥ୍ ଖୋଲିଥିଲା ଓ ଭୋଟର ମତଦାନ ଆରମ୍ଭ କରିଥିଲେ କାଁ […]

radharani panda
ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

ବ୍ରଜରାଜନଗର: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲ୍‌ଟି ୪ନମ୍ବର ୱାର୍ଡରେ ଆଜି ଏହି  ଆକ୍ରମଣ ହୋଇଛି। ଗଙ୍ଗାନଗରର ଏକ ବୁଥ୍‌କୁ ଯାଇଥିବା ବେଳେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିଜେଡି କର୍ମୀମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କିଛି ବିଜେଡି ନେତା ଭୋଟର୍‌ଙ୍କୁ ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିଲେ। ତେବେ […]

evm
ଇଭିଏମ୍‌ରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସାଲେପାଲି ଗାଁର ୧୧୮ ନମ୍ବର ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍‌ ଗ୍ରହଣ ହେବା ପୂର୍ବରୁ ସମସ୍ତ ଦଳର ଏଜେଣ୍ଟ୍‌ମାନଙ୍କୁ ନେଇ ଏକ ମକ୍ ପୋଲ୍‌ ହୋଇଥିଲା। ତେବେ ଏଥିରେ ଯେଉଁ ବଟମ୍‌ ଚିପିଲେ ବି ଶଙ୍ଖ ଚିହ୍ନକୁ ଭୋଟ୍‌  ଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଇଭିଏମ୍‌ ପରିବର୍ତ୍ତନ […]

maoists
ଟଳିଲେ ୨ ମାଓବାଦୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କ୍ୟାଡର୍‌ ମାଓବାଦୀ ବର୍ଗିଜ୍ ରହିଥିବା ବେଳେ ଅନ୍ୟ ଜଣେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। କୁଆକୋଣ୍ଡା ଜଙ୍ଗଲରେ ପୁଲିସ୍‌ ସହ ଗୁଳି ବିନିମୟ ବେଳେ ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ପୁଲିସ୍‌ ୨ଟି ବନ୍ଧୁକ ଜବତ କରିଛି। ବିଜେପି ବିଧାୟକ ଭୀମା ମାଣ୍ଡବି ଓ ଅନ୍ୟ ୫ଜଣ ସୁରକ୍ଷାକର୍ମୀଙ୍କ ହତ୍ୟା ଘଟଣାରେ […]

vote..
ଭୋଟ୍‌ ଦେଲେ ନବବିବାହିତ ଦମ୍ପତି

ଶ୍ରୀନଗର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ମହାପର୍ବରେ ସମସ୍ତେ ସାମିଲ ହେଉଛନ୍ତି। ଏପରିକି  ନବବିବାହିତ ଦମ୍ପତି  ବି ଏଥିରେ ସାମିଲ ହୋଇଛନ୍ତି। ବିବାହ ବେଦୀରେ ବସିବା ପରେ ନବବିବାହିତ ଦମ୍ପତି ମତଦାନ କେନ୍ଦ୍ରକୁ ଆସି ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ଜମ୍ମୁ ଓ କଶ୍ମୀର ଉଧମପୁରର ଏକ ମତଦାନ କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି। […]