ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର-୧୮୩ରେ ଜଣେ ବୃଦ୍ଧ ଭୋଟ୍ ଦେବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନଟବର ବେହେରା। ତାଙ୍କ ଘର କଂସାମାରି ଗାଁରେ। ତାଙ୍କୁ ୯୫ ବର୍ଷ ବୟସ ବୋଲି ଜଣାପଡ଼ିଛି। ନଟବର ଏକ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କର ମୃତ୍ୟୁ କିପରି ହେଲା ସେ ନେଇ କୌଣସି ସୂଚନା ମିଳିପାରି ନ ଥିବାବେଳେ ଅତ୍ୟଧିକ ଗରମ […]
ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ପୁଣି ନିର୍ବାଚନୀ ହିଂସା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଗଝୋଳ ଗାଁର ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସଦାଶିବ ପ୍ରଧାନ। ସଦାଶିବଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଗଝୋଳ ଗାଁରେ ଉତ୍ତେଜନା ଦେଖା ଦେଇଛି। ଫଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ଗତ କିଛି ଦିନ […]
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ତେବେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ ବୁଥ୍ରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁରୁଲ ଗାଁର ୨୭୮ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ ହୋଇଛି। ସେହିପରି ଆଗଲପୁର ଗାଁର ୫୧ ନମ୍ବର ବୁଥ୍ରେ ମଧ୍ୟ ଇଭିଏମ୍ ଅଚଳ ହୋଇଥିବା ଜଣାପଡ଼ିଛି। ଫଳରେ ଭୋଟରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀର ବୁଥ୍ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଆଜି ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ୫ଟି ଲୋକସଭା ଆସନ ହେଲା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା। […]
ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ହେବ ଖରାଛୁଟି। ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଗ୍ରୀଷ୍ମପ୍ରବାହକୁ ଦେଖି ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ବରଗଡ଼(ଦୀପକ ଶର୍ମା): ଆସନ୍ତା ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାରୁ ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବରଗଡ଼ରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ବରଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ୍ ମାଗିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଓ […]
ସମ୍ବଲପୁର(ସଞ୍ଜୟ ଜେନା): ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ। ଚାଷୀ, ଚିଟ୍ଫଣ୍ଡ, ଖଣି, ଜାତୀୟ ଖାଦ୍ୟ ଯୋଜନାରେ ଚାଉଳ ଓ ଧାନର ଏମ୍ଏସ୍ପି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଟାର୍ଗେଟ କରିଥିଲେ। ପିସି ଓ ଚିଟ୍ଫଣ୍ଡ ପ୍ରସଙ୍ଗ ନେଇ […]
ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ଅଡାକସା ଗାଁରେ ମୋବାଇଲ ବ୍ୟାଟେରି ଫାଟି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ୩ଜଣ ମୋବାଇଲ ଫୋନ୍ ବ୍ୟାଟେରିରେ ଖେଳୁଥିବା ସମୟରେ ବ୍ୟାଟେରିଟି ହଠାତ୍ ଫାଟି ଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତେବେ ଅନ୍ୟ ୨ଜଣଙ୍କ ଅବସ୍ଥା ଭଲଥିବା ପରିବାର ଲୋକେ କହିଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର: ୬ ଲକ୍ଷ କୋଟିର ଲୁହାପଥର ଖଣି ଦୁର୍ନୀତି ମାମଲାରେ ଓଡ଼ିଶା ସମେତ କର୍ଣ୍ଣାଟକ, ଝାଡ଼ଖଣ୍ଡକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ତେବେ ୩ ରାଜ୍ୟ ସମେତ କେନ୍ଦ୍ର ସରକାର ଓ ସିବିଆଇକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। କିଛି ରାଜ୍ୟରେ ବେଆଇନ୍ ଖଣି ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆବେଦନ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପି.ଏସ୍. ନରସିମ୍ହାଙ୍କୁ ଆମିକସ୍କ୍ୟୁରି ଭାବେ ନିଯୁକ୍ତି କରିଛନ୍ତି। ସେ ଦୁର୍ନୀତି ଅଭିଯୋଗର ତଦନ୍ତରେ ସହଯୋଗ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଙ୍କୁଲି ଝାମି ମନ୍ଦିର ନିକଟ ରେଳ ଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ଟ୍ରେନ୍ରେ କଟି ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ ।