• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

dharmendra-pradhan..
ଗରିବଙ୍କୁ ଡରେଇ, ଧମକାଇ ଭୋଟ୍‌ ନେବାକୁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ହେଲେ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ବନ୍ଦ ହୋଇଯିବ ବୋଲି ବିଜେଡି ଅପପ୍ରଚାର କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟର ଗରିବ ଲୋକଙ୍କୁ ଡରେଇ, ଧମକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍‌ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,ପ୍ରଧାନମନ୍ତ୍ରୀ ମୋଦି ଥିବା ଯାଏ ଦେଶରେ ଗରିବ ଲୋକଙ୍କର କେହି କ୍ଷତି କରିପାରିବେ ନାହିଁ। ତେବେ ଏହାକୁ ନେଇ ବିଜେଡିର […]

imran khan
ରାଜନାଥଙ୍କ ମନ୍ତବ୍ୟରେ ଇମ୍ରାନଙ୍କ ନିଦ ହଜିଗଲା, କହିଲେ, ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବି ବିପଦରେ

ଇସ୍‌ଲାମାବାଦ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ଗତକାଲି ପିଓକେ ପ୍ରସଙ୍ଗରେ ରାଜନାଥ ସିଂହ କହିଥିଲେ ଭାରତ ପାକିସ୍ତାନ ସହ ଏଥର କଥା ହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ। ଏହା ପୂର୍ବରୁ ଅଗଷ୍ଟ ୧୬ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ କହିଥିଲେ ଆବଶ୍ୟକ ପଡ଼ିଲେ ଭାରତ ତାର ପରମାଣୁ ନୀତି ବଦଳାଇବ। ପାକିସ୍ତାନ ପ୍ରଧାନମନ୍ତ୍ରୀ […]

cm
କେନ୍ଦ୍ରରେ କୌଣସି ଜାତୀୟ ଦଳକୁ ବହୁମତ ମିଳିବ ନାହିଁ: ନବୀନ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାରାଥନ ପ୍ରଚାର କରୁଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ସମ୍ବଲପୁର କୁଚିଣ୍ଡାରେ ପହଞ୍ଚି ବିଜେଡି ପ୍ରାର୍ଥୀଙ୍କ ପାଇଁ ଜନତାଙ୍କୁ ଭୋଟ୍‌ ମାଗିଥିଲେ। ଏହି ଅବସରରେ କୁଚିଣ୍ଡାରେ ଆୟୋଜିତ ସମାବେଶରେ କେନ୍ଦ୍ରକୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍‌ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ସାହାଯ୍ୟ ମିଳେନି। ସେହିପରି କାଳିଆ ଓ ମହାନଦୀ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଭର୍ତ୍ସନା କରିଛନ୍ତି। ଏଥିସହ ନବୀନ […]

ias asit tripathy
ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ ଅସିତ୍‌ ତ୍ରିପାଠୀ। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଫାଇଲ୍ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୧୯୮୬ ବ୍ୟାଚ୍‌ର ‌ଆଇଏଏସ୍ ଶ୍ରୀ ତ୍ରିପାଠୀଙ୍କୁ କିଛି ଦିନ ତଳେ ଆଦିତ୍ୟ ପ୍ରସାଦ ପାଢୀଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା। ନୂଆ ପଦବୀରେ ଅବସ୍ଥାପିତ ହେବା ପରେ ବିଭିନ୍ନ ଯୋଜନାରେ ପାରଦର୍ଶିତା ପାଇଁ 5T […]

puri
ନା ମିଳିଲା ଷ୍ଟ୍ରେଚର୍ ନା ଚାଲିଲା ଲିଫ୍ଟ: ଡାକ୍ତରଖାନା ଲିଫ୍ଟ ବାହାରେ ପ୍ରସବ କଲେ ମହିଳା

ପୁରୀ(ମଧୁସୂଦନ ମିଶ୍ର): ନା ମିଳିଲା ଷ୍ଟ୍ରେଚର୍ ନା ଚାଲିଲା ଲିଫ୍ଟ।  ପରିବାର ଲୋକେ ଡାକି ଡାକି ଥକିଗଲେ ସିନା ଡାକ୍ତରଖାନାର କୌଣସି କର୍ମଚାରୀ ମଧ୍ୟ ଆସିଲେ ନାହିଁ।  ଶେଷରେ ଲିଫ୍ଟ ବାହାରେ ପ୍ରସବ କଲେ ମହିଳା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସହଦେବପୁର ଅଞ୍ଚଳର ପ୍ରଦୀପ୍ତ ବରାଳଙ୍କ ପତ୍ନୀ ଲେଖନୀ ବରାଳ ଗତକାଲି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। […]

hirakud dam
ଖୋଲାଗଲା ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରର ଜଳସ୍ତର ବଢୁଛି। ତେଣୁ ଜଳଭଣ୍ଡାରର ଆଉ ୭ଟି ଗେଟକୁ ଆଜି ଖୋଲି ଦିଆଯାଇଛି। ଗତକାଲି ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ଆଉ ୭ଟି ଗେଟ୍ ଖୋଲା ଯାଇଛି। ଫଳରେ ୧୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି।  ହୀରାକୁଦର ବର୍ତ୍ତମାନ ଜଳସ୍ତର ୬୨୦. ୮୭ ମିଟର ରହିଛି । ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ ବଢୁ ଥିବାରୁ ଇବ୍ ନଦୀରେ ବର୍ଷା ପାଣି ଆସି […]

ମକୀଳଂଦ
ସ୍ୱାଭାବିକ ହେଉଛି ଜମ୍ମୁ କଶ୍ମୀର: ଖୋଲିଲା ସ୍କୁଲ, କଲେଜ ଓ ଅଫିସ

ଶ୍ରୀନଗର: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଆଜି ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିଛି। ଦୀର୍ଘ ୨ ସପ୍ତାହ ପରେ ଆଜି ୧୯୦ଟି ସ୍କୁଲ ଓ କଲେଜ ଖୋଲିଥିବା ଶ୍ରୀନଗର ଡେପୁଟି କମିଶନର ଶାହିଦ ଚୌଧୁରୀ କହିଛନ୍ତି। ସ୍କୁଲ ଯାଉଥିବା ଛାତ୍ରଛାତ୍ରଙ୍କ ସଂଖ୍ୟା କମ୍ ରହିଛି। ସ୍କୁଲ ଯିବା ବେଳେ ଛାତ୍ରଛାତ୍ରୀ କିଭଳି କୌଣସି ଅସୁବିଧାରେ ନପଡ଼ିବେ ଏଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ପ୍ରତି ଛକରେ ସୁରକ୍ଷା […]

srilanka
କଲମ୍ବୋରେ ସିରିଏଲ ବ୍ଲାଷ୍ଟ : ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି

କଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ସଂଗଠିତ ସିରିଏଲ ବ୍ଲାଷ୍ଟରେ ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି।  ଏହାସହ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ଆଜି କଲେମ୍ବୋର ତିନିଟି ଚର୍ଚ୍ଚ ଏବଂ ୩ଟି ପଞ୍ଚ ତାରକା ହୋଟେସଲ୍‌ରେ ୬ରୁ ଅଧିକ ବିସ୍ଫୋରଣ ହୋଇଛି। ଯାହା ଦୋହଲେଇ ଦେଇଛି ସାରା ଶ୍ରୀଲଙ୍କାକୁ। ଆଜି ଖ୍ରୀଷ୍ଟ ସଂପ୍ରଦାୟର ପବିତ୍ର ଇଷ୍ଟର୍ ରବିବାର ଥିବାରୁ ଚର୍ଚ୍ଚରେ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ହିଁ ଏହି ବିସ୍ଫୋରଣ ହୋଇଛି । ଏହି ଅଘଟଣ […]

balimela
ଖୋଲିଲା ବାଲିମେଳା ଡ୍ୟାମର  ଦୁଇଟି ଗେଟ୍

ମାଲକାନଗିରି: ଖୋଲିଲା ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମର  ଦୁଇଟି ଗେଟ୍।  ଜଳଭଣ୍ଡାରର ଜଳଧାରଣ କ୍ଷମତା ସର୍ବାଧିକ ୧୫୧୪ ଫୁଟ୍ ଥିବାବେଳେ ବର୍ତ୍ତମାନ ଏଠାରେ ୧୪୯୨ ଫୁଟ୍ ଜଳ ରହିଛି। ଦୁଇଟି ଗେଟ୍ ଦେଇ ଜଳଭଣ୍ଡାରରୁ ୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି।  ବାଲିମେଳା ଡ୍ୟାମ ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଯୌଥ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶକୁ ଜଳ ଆବଶ୍ୟକତା ଥିବାରୁ ଏହି ଦୁଇଟି ଗେଟ୍ ଖୋଲାଯାଇଛି । ଡ୍ୟାମର ୪ ନମ୍ବର ଗେଟ୍ ଏବଂ ସ୍ଲୁଇସ୍ […]

bus-accident
ଟ୍ରକ୍‌ରେ ପିଟି ହେଲା ବସ୍‌; ୭ ମୃତ, ୩୦ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୈନପୁରୀରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଏକ ଟ୍ରକ୍‌ ସହ ବସ୍‌ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ମିଳିଥିବା ସୂଚନା ଅନୁସାରେ, ନୂଆଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ବେଳେ ବସ୍‌ଟି ଓଭରଟେକ୍‌ କରିବା ପାଇଁ ଚେଷ୍ଟା କରିଥିଲା। ଫଳରେ ବିପରୀତ ଦିଗରୁ ଆସୁଥିବା […]

bus-accident
ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଗଲା ବସ୍‌

କଣ୍ଟାବାଞ୍ଜି (ସୁରଦାସ ବାଗ୍): ଭୁବନେଶ୍ୱରରୁ ଖଡ଼ିଆଳ ଆସୁଥିବା ସାରଳା ନାମକ ଏକ ଘରୋଇ ବସ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଦବାହାଲ ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରେ ପଶି ଯାଇଥିଲା। ତେବେ ଦୁର୍ଘଟଣା ବେଳେ ଦୋକାନରେ କେହି ନଥିଲେ। ତେଣୁ କେହି ମୃତାହତ ହୋଇନାହାନ୍ତି। ସେହିପରି ବସ୍‌ର ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି। ଏହି ଘଟଣାକୁ ନେଇ ଗାଁରେ କିଛି […]

nayagarh
ନୟାଗଡ଼ରେ ରାଜନୈତିକ ହିଂସା; ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗାଁରେ ରାଜନୈତିକ ହିଂସା ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ, ଉତ୍ତେଜନା ବଢ଼ିବା ଆଶଙ୍କାରେ ଗାଁରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

mla-fire
ତାଳଚେର ବିଧାୟକଙ୍କ ବାସଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗିଯାଇଛି। ଏଥିରେ ଦୁଇଟି ଦାମୀ କାର୍‌, ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ୍‌ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କେହି ଦୁର୍ବୃତ୍ତ ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳି […]

accident
ବସ୍‌-କଣ୍ଟେନର ଧକ୍କା: ୧୧ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶାହାଦା-ଔରାଙ୍ଗବାଦ ରାସ୍ତାର ଦୌଡାଇଚା ଗାଁ ନିକଟରେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବସ୍‌ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ  ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ର କ୍ୟାବିନ୍‌ରେ ଫସି ରହିଥିଲେ। ବସ୍‌ଟି […]

tdp
ବିଜେପିରେ ସାମିଲ୍ ହେଲେ ୬୦ ଟିଡିପି ନେତା

ହାଇଦ୍ରାବାଦ: ତେଲେଙ୍ଗାନାରେ ତେଲଗୁ ଦେଶମ ପାର୍ଟି (ଟିଡିପି)କୁ ଜବରଦସ୍ତ ଝଟକା!  ଟିଡିପିର ୬୦ ପ୍ରମୁଖ ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ୧ ହଜାରରୁ ଅଧିକ ଟିଡିପି କର୍ମୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି ବିଜେପି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଟିଡିପି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ବିଜେପି ଏହି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି […]

bombing
ବୋମାମାଡ଼ରେ ଜଣେ ମୃତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଗାଁରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଶାନ୍ତ ସାହୁ। ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା କୁହାଯାଉଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ବ୍ରହ୍ମପୁରର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି,“ଗତକାଲି ରାତି ୮ଟା ସମୟରେ ସୁଶାନ୍ତ ତାଙ୍କ ସାଙ୍ଗ ଘରେ ବସି ମୋବାଇଲ୍‌ରେ କ୍ରିକେଟ୍ ମ୍ୟାଚ୍‌ ଦେଖୁଥିଲେ। […]

mmsingh
ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

ଜୟପୁର: ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ଅପରାହ୍ନରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ୮୬ ବର୍ଷୀୟ ମନମୋହନ ସିଂହ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ସେ ରାଜସ୍ଥାନ ନିର୍ବାଚନ କମିଶନଙ୍କ ପାଖରୁ ସାର୍ଟିଫିକେଟ ଗ୍ରହଣ କରିବେ। ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ରେ ଶେଷ ହେବ। ବିଜେପିର ରାଜ୍ୟସଭା ସାଂସଦ ମଦନ ଲାଲ ସୋନିଙ୍କର ଅକାଳ ବିୟୋଗ ପରେ ଏହି ଆସନ […]

rourkela
ବିବାହ ଉତ୍ସବର ବଳକା ଖାଦ୍ୟ ଖାଇ ଅସୁସ୍ଥ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସେକ୍ଟର ୨ ସ୍ଥିତ ଖରିଆବହଲ ବସ୍ତିରେ ବିବାହ ଉତ୍ସବର ବଳକା ଖାଦ୍ୟ ଖାଇ ୧୯ଜଣ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଅସୁସ୍ଥଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ବିବାହ ଉତ୍ସବର ବଳକା ଖାଦ୍ୟକୁ ଖରିଆବହଲ ବସ୍ତିରେ ବଣ୍ଟା ଯାଇଥିଲା ଏବଂ ଏହି ଖାଦ୍ୟକୁ ଖାଇ ଏମାନେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି […]

sundargada
ସୁନ୍ଦରଗଡ଼ରେ ବନ୍ୟା ପରିସ୍ଥିତି ସଙ୍ଗୀନ, ଜଳକା ଫୁଲୁଛି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ଇଚ୍ଛାନଦୀର ଜଳସ୍ତର ବଢ଼ିବା ସହ ସୁରୁଗୁଡା ଗାଁରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ରାଉରକେଲା ସମେତ ବେଦବ୍ୟାସ, ବୀରମିତ୍ରପୁର ଆଦି ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ରାଉରକେଲା ରିଂ ରୋଡରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି।  ବୀରମିତ୍ରପୁରର ରାୟବଗା ରୋଡ୍ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ […]