ଲଣ୍ଡନ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ବିରୋଧରେ ପାକିସ୍ତାନ ଓ ଚାଇନା ଯେଉଁ ଚକ୍ରାନ୍ତ କରୁଥିଲେ, ତା’ହା ଫସର ଫାଟିଛି। ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ କଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ପୂର୍ବରୁ କୁହାଯାଉଥିଲା ବ୍ରିଟେନ୍ ଏହି ସମୟରେ କଶ୍ମୀର ବିତର୍କରେ ଭାଗ ନେଇଥିଲା ଏବଂ ଭାରତ ବିରୋଧରେ ଚାଇନା ପ୍ରସ୍ତୁତ କରିଥିବା ଡ୍ରାଫ୍ଟକୁ ସମର୍ଥନ କରିଥିଲା। ତେବେ ଆଜି ବ୍ରିଟେନ୍ ପକ୍ଷରୁ ଏହାକୁ ଖାରଜ କରଯାଇଛି। ବ୍ରିଟେନର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, […]
ୱାଶିଂଟନ୍: କଶ୍ମୀର ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ପାକିସ୍ତାନ ୱାଜିର-ଏ-ଆଜମ ଇମ୍ରାନ ଖାନ୍ଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ସନ୍ଧ୍ୟାରେ ମୋଦି ଓ ଟ୍ରମ୍ପ ୩୦ ମିନିଟ୍ରୁ ଅଧିକ ସମୟ ଧରି ଫୋନ ଯୋଗେ କଥା ହୋଇଥିଲେ। ଏହି ସମୟରେ ମୋଦି ପାକିସ୍ତାନ କିମ୍ବା ଇମ୍ରାନ୍ ଖାନ୍ଙ୍କ ନାଁ ନ ନେଇ ଟ୍ରମ୍ପଙ୍କୁ ଆତଙ୍କବାଦ ଓ କଶ୍ମୀର ପ୍ରସଙ୍ଗ ବିଷୟରେ ଅବଗତ କରାଇଥିଲେ। ଏହାପରେ ଟ୍ରମ୍ପ ପାକ୍ ୱାଜିର-ଏ-ଆଜମ […]
ନୂଆଦିଲ୍ଲୀ: ଭାରତର ମୁନ୍ ମିଶନକୁ ଆଉ ପାଦେ ସଫଳତା। ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-୨ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି । ଏହାକୁ ଲୁନାର୍ ଅର୍ବିଟ୍ ଇନସର୍ସନ୍ କୁହାଯାଏ । ଅଗଷ୍ଟ ୩୧ ତାରିଖ ମଧ୍ୟରେ ଚନ୍ଦ୍ରଯାନ ଆଉ ୪ ଥର ଚନ୍ଦ୍ର ଚାରିପଟେ କକ୍ଷ ପଥରେ ବୁଲିବ। ତା’ ପରେ ଲ୍ୟାଣ୍ଡର୍ ବିକ୍ରମ ଅର୍ବିଟ୍ରୁ ଅଲଗା ହେବ । ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନ […]
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ଆଜି ଦେହାନ୍ତ ହୋଇଛି । ଦିଲ୍ଲୀରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଜଗନ୍ନାଥଙ୍କ ବିୟୋଗରେ ବିହାରରେ ୩ ଦିନିଆ ରାଜକୀୟ ଶୋକ ପାଳନ କରିବାକୁ ବିହାର ସରକାର ଘୋଷଣା କରିଛନ୍ତି। ସେ ବିହାରର ଶେଷ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲେ। ଇନ୍ଦିରା ଗାନ୍ଧି ସରକାରରେ ସେ ରେଳମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ। […]
ନୂଆଦିଲ୍ଲୀ: ବିରାଟ କୋହଲି ଏବେ ଟିମ୍ ଇଣ୍ଡିଆ ସହ ୱେଷ୍ଟ ଇଣ୍ଡିଜ୍ରେ। ଏବେ କ୍ରିକେଟ ପ୍ରେମୀଙ୍କ ମୁହଁରେ କୋହଲିଙ୍କର ବେଶ ପ୍ରଶଂସା । କାରଣ ଆଜିକାଲି ବେଶ ଭଲ ରନ୍ସ୍କୋର କରୁଛନ୍ତି ସେ । ୱେଷ୍ଟଇଣ୍ଡିଜ୍ରେ ବି ଅଛନ୍ତି ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କୁ ଏନ୍କରେଜ କରିବା ପାଇଁ। ତେବେ ଅନୁଷ୍କା ଏବେ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଫଟୋ ତଳେ ଅନୁଷ୍କା ଲେଖିଛନ୍ତି ‘ସନ୍ କିସ୍ଡ […]
ନୂଆଦିଲ୍ଲୀ: ଉତ୍ତର ଭାରତରେ ବି ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ବିଶେଷକରି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବାଦଲ ଫଟା ବର୍ଷା ଫଳରେ ଭୀଷଣ ବନ୍ୟା ଆସିବାରୁ ଏ ଦୁଇ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳ ପ୍ରଦେଶରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୂରା ଉତ୍ତର ଭାରତରେ ୨୮ ଜଣ ପ୍ରାଣ ହରାଇଛନ୍ତି। ଉଭୟ ରାଜ୍ୟରେ ବହୁ ସଂଖ୍ୟାରେ ଲୋକ ଏବଂ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ବହୁ ଅଞ୍ଚଳରେ ଭୂସ୍ଖଳନ ହେବାରୁ […]
ପାଣାଜି: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତଥା ବିଜେପିର ବରିଷ୍ଠ ନେତା ଗତକାଲି ଗୋଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ନିଜର ମତ ରଖିବାକୁ ଯାଇ କହିଛନ୍ତି ‘ଧାରା ୩୭୦ ପ୍ରସଙ୍ଗରେ ରାହୁଲ୍ କିଛି କହିବେ ବୋଲି ଜଣାପଡ଼ୁନି। କାରଣ ସେ ଏବେ ‘ରଣଛୋଡଦାସ ଗାନ୍ଧି’ ହୋଇ ଯାଇଛନ୍ତି। କଂଗ୍ରେସ ସାଧାରଣ ନିର୍ବାଚନ ହାରିବା ପରେ ଦଳକୁ ମଜବୁତ କରିବା ଦାୟିତ୍ୱ ତାଙ୍କର ଥିଲା, […]
ରାଉରକେଲା: ଉପର ମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ପାଖ ଲାଇଙ୍ଗଠାରେ ଶଙ୍ଖ ନଦୀ ଉପରେ ଥିବା ମନ୍ଦିରା ଡ୍ୟାମ୍ର ଗତକାଲି ୧୧ଟି ଗେଟ୍ ଖୋଲାଯାଇଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାର ଓ୍ୱାର୍ଡ ନମ୍ବର ୩ରେ ଥିବା ବାଲୁଘାଟ ଅଂଚଳରେ ପାଣି ପଶିବା ଫଳରେ ଅଂଚଳର ୨୦ଟି ପରିବାର ପ୍ରାୟ ୧୦୦ରୁ ଅଧିକ ଲୋକେ ପାଣି ଘେରରେ ଅଛନ୍ତି। ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସେପଟେ […]
ଭୁବନେଶ୍ୱର: ଛାତ୍ରଙ୍କୁ ୱାର୍ଡେନ୍ଙ୍କ ମାଡ଼ ଭଳି ନିନ୍ଦନୀୟ ଘଟଣା ଭୁବନେଶ୍ୱରର ଏକ ନାମୀ ଘରୋଇ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି। ୱାର୍ଡେନ୍ ଦୟନୀୟ ଭାବେ ଛାତ୍ର ଜଣକୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଛାତ୍ର ଜଣକ କାକୁତିମିନତି ହେଲେ ମଧ୍ୟ ତାଙ୍କର ଏଥିପ୍ରତି ଦୟା ନାହିଁ। ଗୋଟିଏ ପରେ ଗୋଟିଏ ଲଗାତର ବାଡିରେ ପିଟି ଚାଲିଛନ୍ତି ସମ୍ପୃକ୍ତ ୱାର୍ଡେନ୍। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ପ୍ରକୃତ ଘଟଣା ସାମନାକୁ ଆସିଛି। ଭିଡିଓ ଭାଇରାଲ୍ ପରେ ୱାର୍ଡେନ୍ଙ୍କ […]
ଝାରସୁଗୁଡ଼ା:ତିନି ଜଣଯାକ ସାଙ୍ଗ ଥିଲେ। କୌଣସି କଥାକୁ ନେଇ ବଚସା ହେବାରୁ ଦୁଇ ଜଣ ମିଶି ଅନ୍ୟ ଜଣେ ସାଙ୍ଗକୁ ଛାତରୁ ଠେଲି ହତ୍ୟା କରି ଦେଇଛନ୍ତି। ଏଭଳି ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଦୁର୍ଲଗା ଗାଁରୁ। ମୃତକ ହେଲେ ତପନ ସାହୁ (୨୨)। ସେ ଡ୍ରାଇଭିଂ କାମ କରନ୍ତି। ତାଙ୍କର ଦୁଇ ସାଙ୍ଗ ହେଲେ ଦେବରାଜ ସିଂହ ଓ ଦେବେନ୍ଦ୍ର କାହାଳି। ଦେବରାଜ ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳି ଭାବେ କାମ କରନ୍ତି। ଗତକାଲି […]