• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବାଘ ସହ ଖେଳିବା ପଡ଼ିଲା ମହଙ୍ଗା । ପଶୁମାନେ କେତେବେଳେ ଯେ କିପରି ବ୍ୟବହାର କରିବେ ତାହା କେହି କହି ପାରିବେ ନାହିଁ । ମଣିଷଙ୍କ ଭଳି ତାଙ୍କର ବୁଝିବାର ଶକ୍ତି ମଧ୍ୟ ନଥାଏ । ତେଣୁ ତାଙ୍କ ସହ ଖେଳିବା ସମୟରେ ଯଥେଷ୍ଟ ସାବଧାନତା ରଖିବା ଜରୁରୀ ହୋଇଥାଏ । ବେଳେବେଳେ ଏହି ପଶୁ ମଣିଷଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ । ନିକଟରେ ଏଭଳି ଏକ ଘାତକ ଭିଡିଓ ସାମ୍ନାକୁ ଆସିଛି । 

ପିକ୍‌ନିକ୍‌ ଯାଇଥିଲେ । ବାଘକୁ ଦେଖି ପାଖକୁ ଡାକୁଥିଲେ । ହଠାତ୍‌ ବାଘ ଦୌଡ଼ି ଆସିଲା ଆଉ ଆକ୍ରମଣ କଲା । ଏହି ଘଟଣା ହେଉଛି ଅକ୍ଟୋବର ୨୦ ତାରିଖର । ମଧ୍ୟପ୍ରଦେଶର ଶାହଡୋଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାରେ ତିନି ଜଣ ଗୁରୁତର ହୋଇଥିବା ବେଳେ ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । 

ଅଧିକ ପଢ଼ନ୍ତୁ: ଚକିତ କଲା ଭଳି ଦୃଶ୍ୟ: ଘର ଭିତରେ ବାଘ- କୁକୁର ଲଢ଼େଇ; ଦେଖନ୍ତୁ ଭିଡ଼ିଓ...

ଶାହଡୋଲ ରେଞ୍ଜର ଖିତୌଲିରେ ଥିବା ସୋନ ନଦୀ କୂଳରେ ପୁରୁଣା ବସ୍ତିର ପ୍ରାୟ ୩୦ରୁ ୪୦ ଲୋକ ପିକନିକ୍ କରିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ ନଦୀ ନିକଟରେ ଥିବା ଜଙ୍ଗଲ ଆଡକୁ ବୁଲିବାକୁ ଚାଲିଯାଇଥିଲେ । ଜଙ୍ଗଲରେ ଫଟୋ ଉଠାଇବା ସହ ଖୁବ୍‌ ମଜା କରିଥିଲେ । ସେହି ସମୟରେ ଏକ କଲରାପତରିଆ ବାଘ ଉପରେ ସେମାନଙ୍କ ନଜର ପଡ଼ିଥିଲା । ଆଉ ସେମାନେ ବାଘକୁ ଆଜା... ଆଜା...କହି ପାଖକୁ ଡାକିଥିଲେ । ବହୁତ ଖୁସି ହୋଇ ବାଘକୁ ରଗାଇବାକୁ ଚେଷ୍ଟା କରିଥିଲେ । ଫଳରେ ବାଘଟି ସେମାନଙ୍କ ନିକଟକୁ ଦୌଡ଼ି ଆସିବା ସହ ଆକ୍ରମଣ କରିଥିଲା । ଏହା ଦେଖି ସମସ୍ତେ ଚିତ୍କାର କରିଥିଲେ । ଆଉ ଦୌଡ଼ିବାକୁ ଲାଗିଥିଲେ । ଯାହାର ଭିଡିଓ ମୋବାଇଲ୍‌ କ୍ୟାମେରାରେ କଏଦ୍‌ ହେବା ପରେ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । 

ବାଘ ଆକ୍ରମଣରେ ଗୁରୁତର ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ମହିଳା ଓ ଦୁଇ ଜଣ ପୋଲିସ କର୍ମୀ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରି ଶାହଡୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲଥିବାବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୂରା ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କ କହିବା ଅନୁସାରେ ମାଇ କଲରାପତରିଆ ବାଘଟି କିଛି ଦିନ ତଳେ ତା’ର ଶିଶୁମାନଙ୍କୁ ଜନ୍ମ ଦେଇଛି । ସେଥିଲାଗି ବାଘଟି ଆକ୍ରମଣାତ୍ମକ ହୋଇପଡ଼ିଥିଲା । 

OTV is now on Whatsapp

Join and get latest news update delivered to you via whatsapp

Join Now