• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Bijoy Mohapatra
ବେଦ ପ୍ରକାଶଙ୍କ ପ୍ରତି ନ୍ୟାୟ କରାଯାଇନି: ବିଜୟ ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ବେଦ ପ୍ରକାଶଙ୍କ ମୃତ୍ୟୁକୁ ନେଇ ବହୁତ ଦୁଃଖିତ ଏବଂ ମର୍ମାହତ ବୋଲି ପାଟକୁରାରୁ ବିଜେପି ପ୍ରାର୍ଥୀ ହୋଇଥିବା ବିଜୟ କହିଛନ୍ତି। ସେ କହିଛନ୍ତି, ବେଦ ପ୍ରକାଶଙ୍କ ପ୍ରତି ନ୍ୟାୟ କରାଯାଇନି। ପାଟକୁରାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ଯେତେବେଳେ କି ସେ ନିର୍ବାଚନର ତିନି ମାସ ପୂର୍ବରୁ ଅସୁସ୍ଥ ଥିଲେ। ରୋଗଶଯ୍ୟାରେ ଥିବା ସମୟରେ […]

expilsion
ବିବାହ ମଣ୍ଡପରେ ବିସ୍ଫୋରଣ: ୪୦ ମୃତ

କାବୁଲ୍‌: ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଏକ ବାହାଘର ଚାଲିଥିବା ବେଳେ ବିସ୍ଫୋରଣ ଘଟିବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଶନିବାର ବିଳମ୍ବିତ ରାତିରେ ଏ ବିସ୍ଫୋରଣ ହୋଇଥିଲା। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି ଆଫ୍‌ଗାନିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, […]

bjd
ବିଜେଡି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍‌ ଅନ୍ତର୍ଗତ ଉପରଆଡ଼ିଆ ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରଶାନ୍ତ ବାରିକ। ତାଙ୍କୁ ଅନ୍ୟ ଏକ ଗାଁର କାହ୍ନୁ ଚରଣ ମାଝୀ ନାମକ ଜଣେ ବ୍ୟକ୍ତି କୌଣସି କାରଣରୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ଅନନ୍ତପୁର ଫାଣ୍ଡିରେ […]

photo
ପପୁ ପମ୍‌ପମଙ୍କ ଫିଲ୍ମ 'ମିଷ୍ଟର କହ୍ନେୟା' ପୋଷ୍ଟରକୁ ନେଇ ବିବାଦ

ଭୁବନେଶ୍ୱର: ଅଭିନେତା ପପୁ ପମ୍‌ପମଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଉଠିଛି ବିବାଦ।  ସୋଶାଲ୍ ମିଡିଆରେ ଏହି ପୋଷ୍ଟର ଭାଇରାଲ୍ ହେବା ସହ ପ୍ରଯୋଜନା ସଂସ୍ଥା ଏବଂ ଅଭିନେତା ପପୁଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଏହି ପୋଷ୍ଟରରେ ପପୁ ୭ ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ପୋଷ୍ଟରରେ ଝିଅମାନଙ୍କୁ ୭ଟି ଦଉଡ଼ିରେ ବନ୍ଧାଯାଇଛି ଏବଂ ସେ ସବୁ ଦଉଡ଼ିକୁ ପପୁ ନିଜ ହାତରେ ଧରିଥିବା ଦେଖିବାକୁ ମିଳିଛି। ଏଭଳି ପୋଷ୍ଟର […]

malkanagiri
ନଦୀବନ୍ଧ ସର୍ଭେ କରିବା ବେଳେ ଖସି ପଡ଼ିଲେ କର୍ମଚାରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମ ପୋଲର ସର୍ଭେ କାମ କରୁଥିବା ବେଳେ ଜଣେ ସର୍ଭେୟର ନଦୀଗର୍ଭରେ ଖସିପଡ଼ିଛନ୍ତି। ଅଗ୍ନିଶମ ବିଭାଗ ଓ ପୋଲିସ୍ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନି। ନିଖୋଜ ବ୍ୟକ୍ତିଙ୍କ ନାମ ସୌଭାଗ୍ୟ। ଜୋର ବର୍ଷା ହେଲେ ପାଙ୍ଗାମ ପୋଲ ଉପରେ ପାଣି ଚାଲେ। ଫଳରେ ଏହି ଅଞ୍ଚଳ  ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ।  ଚଳିତ ମାସରେ ପାଙ୍ଗାମ ପୋଲରେ ବଢ଼ି ପାଣି ଚାଲିବାରୁ ୩ ଥର ଏହି ଅଞ୍ଚଳ […]

Bed Prakash Agarwalla
ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ୍‌ଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ୍‌ଙ୍କ ପରଲୋକ। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ବେଦ ପ୍ରକାଶ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ସେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ୨୦୦୯ ଓ ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ବି ବିଜେଡି ତାଙ୍କୁ ପାଟକୁରାରୁ ପ୍ରାର୍ଥୀ […]

puri
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ନିଷ୍ପତ୍ତିକୁ ଜୋରଦାର୍‌ ବିରୋଧ

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଛି। ଏହି ନିଷ୍ପତ୍ତିକୁ ନେଇ ପୁରୀ ବାସିନ୍ଦା ତଥା ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର  କହିଛନ୍ତି। ଯଦି ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯାଏ, ତେବେ ବହୁ ମଠ ଓ ମନ୍ଦିର ଭାଙ୍ଗିବାକୁ ପଡ଼ିବ। ଏପରିକି […]

sambit-patra
ଭୋଟର୍‌ଙ୍କ ନିକଟରେ ପହଞ୍ଚିବା ପାଇଁ ସମ୍ବିତଙ୍କ ନିଆରା ପ୍ରୟାସ: ତେଲୁଗୁ ଭାଷାରେ ଗାଇଲେ ଗୀତ

ପୁରୀ: ଭୋଟର୍‌ଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାରର ପ୍ରୟାସ କରୁଥିବା ବେଳେ ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିଆରା ପ୍ରୟାସ କରିଛନ୍ତି। ଗତକାଲି ସଂଧ୍ୟାରେ ପୁରୀ ପେଣ୍ଠକଟାରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ସମ୍ବିତ ମଞ୍ଚ ଉପରେ ତେଲୁଗୁ ଭାଷାରେ ଗୀତ ଗାଇଥିଲେ। ଯାହାକୁ ଦେଖି ଉପସ୍ଥିତ ଲୋକେ ବେଶ୍‌ ଖୁସି ହୋଇଥିଲେ। ଏନେଇ ସମ୍ବିତ ନିଜ ଟ୍ୱିଟର୍‌ ପେଜ୍‌ରେ ମଧ୍ୟ ଭିଡିଓ ଅପଲୋଡ କରିଛନ୍ତି। Puri has […]

baleswar
ଯାତ୍ରା କଳାକାରଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କଟି ସାହିର ଜଣେ ଯାତ୍ରା କଳାକାରଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାମ ତ୍ରିଲୋଚନ ରଣଜିତ  । ଯାତ୍ରା ପାର୍ଟିର ଜଣେ ହାସ୍ୟ କଳାକାର ଭାବେ ସେ ପରଚିତ। ତ୍ରିଲୋଚନ ହାସ୍ୟ କଳାକାର ଭାବେ ବିଭିନ୍ନ ଯାତ୍ରାପାର୍ଟିରେ ଅଭିନୟ କରୁଥିଲେ । ହେଲେ ଚଳିତ  ବର୍ଷ ସେ ଶୁଭଲକ୍ଷ୍ମୀ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ଗତକାଲି ଭୋଗରାଇ ହାଟକୁ ଯାଇ ତ୍ରିଲୋଚନ ଆଉ ଘରକୁ ଫେରିନଥିବା ପରିବାର ଲୋକେ କହିଛନ୍ତି। ଆଜି ସକାଳେ […]

election.
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର୍‌ ପ୍ରଚାର

ଭୁବନେଶ୍ୱର: ୨୦୧୯ ମହାସଂଗ୍ରାମର ଦୁଇଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏପ୍ରିଲ ୨୩ରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆସନ୍ତାକାଲି ସଂଧ୍ୟାରେ ପ୍ରଚାର ସରୁଛି। ହାତରେ ମାତ୍ର ଆଉ ଦୁଇ ଦିନ ଥିବାରୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ୧୪ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୬ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଆସନ – […]

pipili flood
ପିପିଲିରେ ବନ୍ୟା ପରିସ୍ଥିତି: ଘରେ ପଶିଲା ପାଣି

ପିପିଲି:ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟା ପରିସ୍ଥିତି।  ଦୋକନ୍ଦା ଓ ବାଲିପାଟଣା ଗାଁ  ନିକଟସ୍ଥ ଦୟା ଓ ରାଜୁଆ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ନଦୀ କୂଳିଆ ଲୋକଙ୍କ ନିଦ ହଜି ଯାଇଛି । ଧିରେ ଧିରେ ବନ୍ୟା ପାଣି ଗାଁ ଭିତରେ ପଶିବାରେ ଲାଗିଛି। ଘରେ ଆଣ୍ଠୁଏ ଲେଖାଏ ପାଣି ଜମିବା ଫଳରେ ସ୍ଥିତି ବେହାଲ୍ ହେଲାଣି। ରୋଷେଇ ଘରେ ପାଣି ପଶି ଯିବାରୁ ଅନେକଙ୍କ ଘରେ ଗତକାଲିଠୁ ଚୂଲି ଜଳିନି। ଏପଟେ ଚାଷ ଜମିରେ […]

rajgangpur
ବିବାହ ଭୋଜିରେ ସେଉବୁନ୍ଦି ଖାଇ ଅସୁସ୍ଥ

ରାଜଗାଙ୍ଗପୁର(ଗୌତମ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍‌ ଅନ୍ତର୍ଗତ ରାଠୋପଡ଼ା ଗାଁରେ ଏକ ବିବାହ ଭୋଜିରେ ସେଉବୁନ୍ଦି ଖାଇ ୩୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ନିମନ୍ତ୍ରିତ ଅତିଥିମାନେ ସେଉବୁନ୍ଦି ଖାଇବା ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସମସ୍ତଙ୍କର ବାନ୍ତି ହେବା ସହ ପେଟ ବ୍ୟଥା ମଧ୍ୟ ହୋଇଥିଲା। ସମସ୍ତଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ମହିଳା ଓ ଛୋଟ […]

Donald_Trump
ଦ୍ୱିପାକ୍ଷିକ କହି କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଇମ୍ରାନଙ୍କୁ ମନା କଲେ ଟ୍ରମ୍ପ

ଓ୍ୱାଶିଂଟନ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶରଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଗତକାଲି ଇମ୍ରାନ୍ ୨୦ ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଆଗକୁ ଆମେରିକାକୁ ସବୁ କଥା ଜଣାଇବେ ବୋଲି ସେ ଟ୍ରମ୍ପଙ୍କୁ କହିଛନ୍ତି। ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ କୁରେଶୀ ଓ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି। ତେବେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ […]

ranpur
ମୁଖ୍ୟମନ୍ତ୍ରୀଙ୍କୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ବିରୋଧ କରିଛନ୍ତି। ସଂଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗରେ ଶୋଇ ପ୍ରତିବାଦ ଜଣାଇଥିଲେ। ଫଳରେ ସଂଗଠନର କର୍ମକର୍ତ୍ତାମାନେ ରାସ୍ତାରେ ଶୋଇ ରହି ବିକ୍ଷୋଭ କରିବାରୁ ସେମାନଙ୍କୁ ହଟାଇବାକୁ ପୁଲିସ୍‌କୁ ନାକେଦମ୍ ହେବାକୁ ପଡ଼ିଥିଲା। କୃଷକମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ନବ ନିର୍ମାଣ ସଂଗଠନ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଥିଲା।

4
ରାଉରକେଲା ଏନ୍‌ଆଇଟି ପରିସରରୁ ସହକାରୀ ପ୍ରଫେସର ଓ ପତ୍ନୀଙ୍କ ମୃତ ଦେହ ଉଦ୍ଧାର

ରାଉରକେଲା(ପବନ ତିୱାରୀ): ରାଉରକେଲାରେ ଚାଞ୍ଚଲ୍ୟ।  NIT କ୍ୱାଟର୍ସରୁ ଉଦ୍ଧାର ହୋଇଛି ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ। ମୃତକ ହେଲେ ଆର୍ ଜୟ.ବାଲାନ(୩୮) ଓ ତାଙ୍କ ପତ୍ନୀ ମାଳିନୀ କେଶବନ୍ (୩୫)। ବାଥ୍‌ରୁମରେ ସ୍ୱାମୀର ମୃତଦେହ ପଡ଼ିଥିବା ବେଳେ ବେଡ୍‌ରୁମ୍‌ରେ ପଡ଼ିଥିଲା ପତ୍ନୀଙ୍କ ମୃତଦେହ। ସୂଚନା ଅନୁସାରେ, ୨ ଦିନ ହେଲା ସେମାନଙ୍କ ଘର ଭିତର ପଟୁ ବନ୍ଦ ଥିଲା। ସନ୍ଦେହ ହେବାରୁ ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଆସି କବାଟ ଭାଙ୍ଗି […]

accident
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଭ୍ୟାନ୍

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତାର ବର୍ତ୍ତୀ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଭ୍ୟାନ୍ ଗଛରେ ପିଟି ହେବା ଫଳରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଜଗତସିଂହପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସମସ୍ତ ଆହତ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଗୋପାଳସାଗର ଗାଁର। ଗତକାଲି […]

goat
ଅଜଣା ଜନ୍ତୁ ଆତଙ୍କ, ୪୦ ଛେଳି ମୃତ

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଡ଼ାଗୁଡ଼ାରେ ଏକାଧିକ ଛେଳିଙ୍କ ମୃତ୍ୟୁ ଘଟିଲାଣି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। କେହି ଅଜଣା ଜନ୍ତୁ ଛେଳିଙ୍କୁ ଖାଇ ଦେଉଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ବାହାଡ଼ାଗୁଡ଼ା ଗାଁରେ ୪୦ଟି ଛେଳିର ଅସ୍ୱାଭାବିକ ମୃତ୍ୟୁ ଘଟିଲାଣି। ଏହି ଗାଁର ଗଙ୍ଗା ଗୌଡ଼ ନିଜ ଗୁହାଳରେ ଛେଳିମାନଙ୍କୁ ଛାଡ଼ି ଜଙ୍ଗଲକୁ ଯାଇଥିଲେ।  ହେଲେ ଜଙ୍ଗଲରୁ ଫେରି ଦେଖିଲେ ଯେ, ଏକାଥରେ ୪୦ଟି ଛେଳି ମରି […]

otv-ob-van
ଓଟିଭି ଓବି ଭ୍ୟାନ୍ ଉପରେ ଆକ୍ରମଣ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରରେ ଓଟିଭି ଓବି ଭ୍ୟାନ୍ ଉପରେ ଆକ୍ରମଣ ହୋଇଛି। ଖବର ସଂଗ୍ରହ କରି ଫୁଲବାଣୀରୁ ଜୟପୁର ଫେରୁଥିବା ବେଳେ କୋରାପୁଟ ସଦର ଥାନା ଅନ୍ତର୍ଗତ ବାଗରା ଛକ ନିକଟରେ ଓଟିଭି ଭ୍ୟାନ୍‌ ଉପରେ ଏହି ଆକ୍ରମଣ ହୋଇଛି। ଜଣେ ଦୁର୍ବୃତ୍ତ ଭ୍ୟାନ୍‌ର ଡ୍ରାଇଭର ଓ ଇଞ୍ଜିନିୟରଙ୍କୁ ମାରପିଟ୍ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏଥିସହ ଯୁବକ ଜଣକ ଗାଳିଗୁଲଜ ମଧ୍ୟ କରିଥିବା ନେଇ ସଦର ଥାନାରେ ଅଭିଯୋଗ ପରେ […]