• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

rafale
ପୁଣି ଘନେଇଲାଣି ରାଫେଲ ବିବାଦ, ଚୁକ୍ତିରେ ଅନିୟମିତତା ନେଇ ବିଚାରପତି ନିଯୁକ୍ତ କଲେ ଫ୍ରାନ୍ସ ସରକାର

ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ଜୋର ଧରିଲା ରାଜନୀତି । ୫୯ ହଜାର କୋଟିର ଏହି ଚୁକ୍ତିର ତଦନ୍ତ କରିବାକୁ ଫ୍ରାନ୍ସ ସରକାର ବିଚାରପତି ନିଯୁକ୍ତ କରିବା ପରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ରାଫେଲ ରାଜିନାମାରେ ବ୍ୟାପକ ଦୁର୍ନୀତି…

rain
୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣଂ; ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର: ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲେ- ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ପାଣି ଜମିବା ସହ କିଛି ଜାଗାରେ ଆକସ୍ମିକ ବନ୍ୟା ନେଇ ୱାର୍ଣ୍ଣିଂ କରାଯାଇଥିବା ବେଳେ କଚ୍ଚା ଘର ଭାଙ୍ଗିବା ଓ ରାସ୍ତା ନଷ୍ଟ ହେବା […]

air-india
ଏଆର ଇଣ୍ଡିଆ ବିମାନକୁ ବ୍ୟାନ୍‌ କଲା ହଂକଂ

ନୂଆଦିଲ୍ଲୀ: ଏଆର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ବ୍ୟାନ୍ ଲଗାଇଲା ହଂକଂ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ହଂକଂ ଏହି ବ୍ୟାନ୍ ଲଗାଇଛି। ଏଆର ଇଣ୍ଡିଆ ବିମାନରେ କିଛି ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହଂକଂ ବ୍ୟାନ୍ ଲଗାଇଥିବା ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି। ତେବେ ଯଦି ବିମାନର ସମସ୍ତ ଯାତ୍ରୀଙ୍କର ୭୨ ଘଣ୍ଟା ପୂର୍ବରୁ କୋଭିଡ୍‌ ଟେଷ୍ଟ ହୋଇଥିବ ଓ ସେମାନଙ୍କ ପାଖରେ କୋଭିଡ-୧୯ର ନେଗେଟିଭ୍‌ ରିପୋର୍ଟ ଥିବ ତେବେ ବିମାନକୁ ହଂକଂରେ […]

odisha
କରୋନା ନେଲାଣି ୧୩ ଶିକ୍ଷକଙ୍କ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ୍ ମାମଲା ଲଗାତର ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୩୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏଥିମଧ୍ୟରୁ କରୋନାରେ ଏପର୍ଯ୍ୟନ୍ତ ୧୩ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଯେଉଁ ୧୩ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ୧୨ଜଣଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବା ନେଇ ମନ୍ତ୍ରୀ କହିଛନ୍ତି। ସରକାରଙ୍କ ଘୋଷଣା ମୁତାକବ ମୃତ ଶିକ୍ଷକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ। […]

bus
୩୪ ଯାତ୍ରୀ ଥିବା ଯାତ୍ରୀବାହୀ ବସ୍‌କୁ ହାଇଜାକ୍ କରିନେଲେ ଏଜେଣ୍ଟ; ସମସ୍ତେ ସୁରକ୍ଷତି

ଲକ୍ଷ୍ନୌ: ହଠାତ୍ କିଛି ଲୋକ ଆସିଲେ, ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତଳକୁ ଓହ୍ଲାଇ ଦେଇ ୩୪ ପାସେଞ୍ଜର ଥିବା ବସ୍‌କୁ ନିଜେ ଡ୍ରାଇଭ୍ କରି ନେଇଗଲେ। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ। ଏହାପରେ ବସ୍ ହାଇଜ୍ୟାକ୍ ହୋଇଗଲା ବୋଲି ଚାରିଆଡ଼େ ପ୍ରଚାର ହୋଇଗଲା। ସୋସିଆଲ୍‌ ମିଡିଆରେ ବି ନାନା ପୋଷ୍ଟ ଦେଖିବାକୁ ମିଳିଲା। ଲ ଆଣ୍ଡ ଅର୍ଡର ମ୍ୟାନେଜ୍ କରିବରେ ଉତ୍ତର ପ୍ରଦେଶ ସରକାର ଫେଲ୍‌ ମାରିଥିବା ନାନା ସାମାଲୋଚନା ମଧ୍ୟ ହେଲା। […]

manohar
ବିଧାୟକଙ୍କ ଚାଷ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ୱିଟ୍ କରି ଓଡ଼ିଶାର ବିଧାୟକ ମନୋହରଙ୍କୁ ପ୍ରଶଂସା କରିଥିଲେ। ତେବେ ତାଙ୍କର ଏହି ଟ୍ୱିଟ୍ ଉପରେ ମୁଖ୍ୟମନ୍ତ୍ରୀ ରିଟ୍ୱିଟ୍ କରିଛନ୍ତି। Appreciate party MLA Manohar Randhari for leading by example with his commitment to agriculture and taking pride for his work […]

crons
ଆଜି ଭୁବନେଶ୍ୱର ୩୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ଚିହ୍ନଟ ହୋଇବା ପଜିଟିଭମାନଙ୍କ ମଧ୍ୟରୁ ବାଣୀବିହାର ପଥରବନ୍ଧରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୀଳାଦ୍ରି ବିହାରରୁ ୬, ଡୁମୁଡୁମାରୁ ୫, ସରକନ୍ତରାରୁ ୫ ଚିହ୍ନଟ ହୋଇଛନ୍ତି। ସେହିଭଳି ନୀଳାଦ୍ରି ବିହାର ପଣ୍ଡା […]

cuttac
ଆଜି କଟକରେ କରୋନା ଦେଢ଼ଶହ ପାର୍

କଟକ: କଟକ ସହରରୁ ଆଜି ଆଉ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୬୨ରୁ ୧୦୦ ଜଣ ଆକ୍ରାନ୍ତ କେବଳ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସିଏମ୍ସି। ତେବେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚାଉଳିଆଗଂଜ ତଳସାହିରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଥୋରିଆ ସାହିରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହଭିଳ […]

highcourt
ହୋମଗାର୍ଡଙ୍କ ଭତ୍ତା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ: ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ହୋମଗାର୍ଡଙ୍କ ଭତ୍ତା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଦୈନିକ ୫୩୩ ଟଙ୍କା ହିସାବରେ ପାରିଶ୍ରମିକ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୫୩୩ଟଙ୍କାକୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟରେ ଆଶିଂକ ପରିବର୍ତ୍ତନ କରି ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ଏ.କେ.ମିଶ୍ରଙ୍କ […]

bjp
ବିଜେପିରେ ମିଶିଲେ ୫ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ମଣିପୁର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମଣିପୁରର ୫ ଜଣ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମୁଖ୍ୟାଳୟରେ ହୋଇଥିବା ମିଶ୍ରଣ ପର୍ବରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଏମାନେ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂହଙ୍କ ଭଣଜା ଓକ୍ରାମ ହିନରି ବି ରହିଛନ୍ତି। କଂଗ୍ରେସ ଦଳରେ ଅଣଦେଖା ଓ ବିଜେପି ପ୍ରତି […]

jalaka
ବିପଦ ସଂକେତ ଟପିଲା ଜଳକା ନଦୀ

ବାଲେଶ୍ୱର: ବିପଦ ସଂକେତ ଟପିଛି ଜଳକା ନଦୀ। ଲଘୁଚାପ ଜନିତ ଲଗାଣ ବର୍ଷାରୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ବସ୍ତା ଅଂଚଳ ଦେଇ ଜଳକା ନଦୀ ପ୍ରବାହିତ ହୋଇଥିବାବେଳେ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ଲାଗି ରହିଛି। ଫଳରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ମଥାନୀ ଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଂକେତ ୫.୫ ମିଟର ଥିବାବେଳେ ୫.୭୦ […]

railway
ଏହି କାରଣ ପାଇଁ ବଢ଼ିଲା ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: କରୋନାଭାଇରସକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ଭାରତୀୟ ରେଲୱେ ମଧ୍ୟ କରୋନାକୁ ରୋକିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି। ଭାରତୀୟ ରେଲୱେ ଏବେ ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ତେବେ କାହିଁକି ବଢ଼ିଲା ପ୍ଲାଟଫର୍ମ ଟିକେଟ୍। ଏହାର ଜବାବ ରଖିଛନ୍ତି ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର ଯାଦବ। ତାଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖି ପାଇଁ ଏହି […]

flood
ବର୍ଷାରେ ସ୍ଥିତି ଜଟିଳ; ଘର ଭାଙ୍ଗିଲା ଓ ରାସ୍ତା ଧୋଇଗଲା ଅଫିସ୍‌ରେ ବି ପାଣି ପଶିଲା

ଭୁବନେଶ୍ୱର: ପୁଣି ଲଘୁଚାପ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା। ମାଲକାନଗିରିରେ ଆଜି ସକାଳୁ ପୁଣିଥରେ ବର୍ଷା ଆରମ୍ଭ ହୋଇଛି।   ପୂର୍ବ ତୁଳନାରେ ବର୍ଷା କମିଥିଲେ ମଧ୍ୟ ତଳିଆ ଅଂଚଳ ଜଳମଗ୍ନ ହୋଇରହିଛି। NH- ୩୨୬ ରାସ୍ତାର କାଙ୍କରକୋଣ୍ଡା ପୋଲ ବୁଡ଼ିଯିବାରୁ ପୁଣି ଥରେ ମାଲକାନଗିରି- କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଣେ ପ୍ରବଳ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। […]

hardik
ବାପା ହେବା ପରେ ଗ୍ରାଉଣ୍ଡକୁ ଫେରିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ନିକଟରେ ବାପା ହେବାର ସୌଭାଗ୍ୟ ଲାଭ କରିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ କ୍ରିକେଟରୁ ଲମ୍ବା ବ୍ରେକ୍ ପରେ ମଇଦାନକୁ ଫେରିଛନ୍ତି। ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ପାଇଁ ପାଣ୍ଡ୍ୟା ନିଜ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଇପିଏଲ୍ ହେବାର ଥିଲା, କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ କରାଯାଇଥିଲା। ବୁଧବାର ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ […]

corona
ଅଗଷ୍ଟରେ ଗଲାଣି ୧୯୫ ଜୀବନ; କରୋନା ସ୍ଥିତି କାବୁ ଲାଗି ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ୱର: ଅଗଷ୍ଟରେ କରୋନା ଉଗ୍ର ରୂପ ଧାରଣ କରିଛି। ମାସ ଆରମ୍ଭରୁ ବଢି ଚାଲିଛି ମୃତ୍ୟୁ ସଂଖ୍ୟା।ପ୍ରତିଦିନ ୯ରୁ ୧୦ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ। ରାଜ୍ୟରେ ଏଯାଏଁ ୩୭୨ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ବେଳେ ଅଣକୋଭିଡରେ ଯାଇଛି ୫୩ ଜଣଙ୍କ ଜୀବନ। ତେବେ ରାଜ୍ୟର ମୋଟ୍‌ ୩୭୨ ମଧ୍ୟରୁ କେବଳ ଅଗଷ୍ଟ ମାସର ୧୮ ଦିନରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ଗଂଜାମର […]

represenat
କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି। ବିଏମ୍ସି ପକ୍ଷରୁ ଏହି ପେଡ୍ ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ସର୍ତ୍ତମୂଳକ ଭାବେ କରୋନା ରୋଗୀ ନିଜସ୍ୱ ଖର୍ଚ୍ଚରେ ପେଡ୍ ଆଇସୋଲେସନରେ ରହିପାରିବେ। ଏଥିପାଇଁ ପ୍ରଥମ ଦଫାରେ ୩ଟି ହୋଟେଲରେ ପେଡ୍ ଆଇସୋଲେସନ ବ୍ୟବସ୍ଥା ରହିଛି। କେବଳ ଲକ୍ଷଣହୀନ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ପେଡ୍ ଆଇସୋଲେସନ ରହିବାକୁ ଅନୁମତି ମିଳିବ। ଜଣେ ରୋଗୀ ସର୍ବନିମ୍ନ ୧୦ ଦିନ ପେଡ୍ ଆଇସୋଲେସନରେ ରହିପାରିବେ। ପେଡ୍ ଆଇସୋଲେସନରେ ରହିବାକୁ […]

covid-medical
କୋଭିଡ଼ ହସ୍ପିଟାଲ ବୁଲି ତଦାରଖ କରିବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍

ଭୁବନେଶ୍ୱର; କୋଭିଡ଼ ହସ୍ପିଟାଲ ବୁଲି ତଦାରଖ କରିବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟେକ୍ନିକାଲ ଟିମ୍‌ରେ ସାପ୍ତାହିକ ଗସ୍ତ ସୂଚୀ ମେଡିକାଲ କଲେଜ ଡିନ୍ ସ୍ଥିର କରିବେ। କୋଭିଡ଼ ହସ୍ପିଟାଲର ଚିକିତ୍ସା, ଖାଦ୍ୟ, ପରିମଳ ବ୍ୟବସ୍ଥାର ତଦାରଖ କରିବ ଟିମ୍। ଏମିତିକି ମୃତଦେହର ସଂସ୍କାର କାର୍ଯ୍ୟ କିଭଳି କରାଯାଉଛି ଟିମ୍‌ ତାର ମଧ୍ୟ ତଦାରଖ କରିବେ।ଏଥିସହିତ  ଚିକିତ୍ସା ଓ ମିଳୁଥିବା ସୁବିଧା ବିଷୟରେ ରୋଗୀଙ୍କୁ ପଚାରି ବୁଝିବ ଟିମ୍। […]