Advertisment

Bibek Debroy Passes Away: ବିଶିଷ୍ଟ ଅର୍ଥନୀତିଜ୍ଞ ବିବେକ ଦେବରୟଙ୍କ ପରଲୋକ; ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ବିବେକ ଦେବରୟଙ୍କ ପରଲୋକ । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Bibek Debroy passes away at 69

Bibek Debroy passes away at 69

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ବିବେକ ଦେବରୟଙ୍କ ପରଲୋକ । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବିବେକ ଦେବରୟ ପୂର୍ବରୁ ପୁଣେସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ ଅଫ୍  ପଲିଟିକ୍ସ ଆଣ୍ଡ ଇକୋନମିକ୍ସର ଚାନସେଲର ଭାବେ କାମ କରିଥିଲେ । ବିବେକ ଦେବରୟଙ୍କ ଆଜି ସକାଳୁ ପରଲୋକ ହୋଇଥିବା ନେଇ ଏମସ ଦିଲ୍ଲୀ ପକ୍ଷରୁ ସୂଚନା ଦିଆଯାଇଛି । 

Advertisment

୨୦୧୯ ମସିହା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସେ ନୀତି ଆୟୋଗର ସଦସ୍ୟ ଥିଲେ । ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି । ଦେଶର ଆର୍ଥିକ ବ୍ୟବସ୍ଥାବୁ ସୁଦୃଢ କରିବା ନିମନ୍ତେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ।

ଦେବରୟଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ସୋସିଆଲ୍ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଦେବରୟଙ୍କ ସହ ତାଙ୍କର ଏକ ପୁରୁଣା ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, ବିବେକ ଦେବରୟ ଜଣେ ବିଶିଷ୍ଟ ବିଦ୍ବାନ ଥିଲେ । ଅର୍ଥନୀତି, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ସହ ଅନ୍ୟ ବହୁ ପ୍ରସଙ୍ଗରେ ତାଙ୍କର ପ୍ରଖର ଜ୍ଞାନ ଥିଲା । ନିଜ କାମ ଜରିଆରେ  ଭାରତର ବୌଦ୍ଧିକ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି । ବିବେକଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିବେକଙ୍କ ମୃତ୍ୟୁରେ ଭାରତ  ଜଣେ ବିଶିଷ୍ଟ ବିଦ୍ବାନଙ୍କୁ ହରାଇଲା ବୋଲି ରାଷ୍ଟ୍ରପତି ଏକ୍ସରେ ଉଲ୍ଲେଖ କରିଛନ୍ତି । 

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏକ୍ସରେ ବିବେକଙ୍କ ଏକ ପୁରୁଣା ଫଟୋ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅର୍ଥନୈତିକ ସୁପରପାୱାର ଭାବେ ନୂଆ ଭାରତର ଉଭା ହେବା ଦିଗରେ  ବିବେକ ଦେବରୟଙ୍କ ଭୂମିକା ମଧ୍ୟ ଥିଲା । ତାଙ୍କୁ ସେ ଦୀର୍ଘ ବର୍ଷରୁ ବ୍ୟକ୍ତିଗତ ଏବଂ ପେଶାଦାର ଭାବେ ଜାଣିଛନ୍ତି ବୋଲି ବୈଜୟନ୍ତ ଏକ୍ସରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି । 

କଂଗ୍ରେସର ପୁରୁଖା ନେତା ଜୟରାମ ରମେଶ ମଧ୍ୟ ଡା. ଦେବରାୟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସେ ଜଣେ ମହାନୁଭବୀ ବିଦ୍ୱାନ ଓ ଅର୍ଥଶାସ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେ ଅର୍ଥଶାସ୍ତ୍ରର ଜଟିଳ ପାଠକୁ ମଧ୍ୟ ବହୁ ସହଜ ଭାଷାରେ ସାଧାରଣ ଲୋକଙ୍କୁ ବୁଝାଇ ପାରୁଥିଲେ ବୋଲି କହିଛନ୍ତି ଜୟରାମ ରମେଶ । 

Advertisment
Advertisment