ପୁରୀ: ମହାପ୍ରଭୁଙ୍କ କାମ କରି ଆନନ୍ଦ ପାଉଥିବା ସେବକ ଅଛନ୍ତି ଦୁଃଖରେ। ଆର୍ଥିକ ଅନଟନ ଏବଂ କରୋନା ସେମାନଙ୍କ ପରିସ୍ଥିତିକୁ ଆହୁରି ସୋଚନୀୟ କରିଦେଇଛି । ବର୍ଷର ୨ ମାସ ଭଲରେ ଚଳିଯାଉଥିବାବେଳେ ପାଖରେ କିନ୍ତୁ ସମ୍ବଳ ନାହିଁ ନିଜପାଇଁ ପକ୍କାଘରଟିଏ କରିବା ପାଇଁ। ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କରି ଯେଉଁ ହାତ ପ୍ରଶଂସା ସାଉଁଟେ, ସେ ନିଜେ କିଭଳି ପରିସ୍ଥିତିରେ ରହୁଛନ୍ତି? ସରକାରୀ ଜାଗାରେ ପାଲ ଆଜବେଷ୍ଟସ ଘେରା ନୂଆଁଣିଆଁ ଘରେ ରହୁଛନ୍ତି ରଥ […]
ପୁରୀ: ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଲାଗିପଡ଼ିଛନ୍ତି ପଟ୍ଟଚିତ୍ର ଶିଳ୍ପୀ। ପଟ୍ଟଚିତ୍ର ଶିଳ୍ପୀମାନେ ତାଙ୍କ ରଙ୍ଗ ତୂଳିର ନିଖୁଣ ହାତର ସ୍ପର୍ଶରେ ନାଗାର୍ଜୁନ ବେଶ ପ୍ରସ୍ଫୁଟିତ କରୁଛନ୍ତି। ନାଗାର୍ଜୁନ ବେଶ ସହ ପତିତପାବନଙ୍କ ୧୨ ମାସର ସମସ୍ତ ଲୀଳାଖେଳାକୁ ପଟ୍ଟଚିତ୍ରରେ ପ୍ରଦର୍ଶିତ କରୁଛନ୍ତି। ଶ୍ରୀଜିଉଙ୍କ ହାତୀବେଶ, ଗଜଉଦ୍ଧାରଣ ବେଶ, ବାମନ ବେଶ, କୃଷ୍ଣବଳରାମ ବେଶ ଭଳି ବିଭିନ୍ନ ବେଶକୁ ଚତୁର୍ପାର୍ଶ୍ୱରେ ସୁସଜ୍ଜିତ […]
ଭୁବନେଶ୍ୱର: ରାଜ୍ୟରେ ଦିନକରେ ପୁଣି ୫୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ ହୋଇଛି। ଗୋଟିଏ ଦିନରେ ୫୦ ହଜାର ୫୨୫ କରୋନା ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଦୀପ୍ତଙ୍କ ସୂଚନାନୁସାରେ, RTPCR-୫,୧୦୬, ଆଣ୍ଟିଜେନ୍-୪୫,୩୪୩, ଟ୍ରୁନଟ- ୭୬ କରୋନା ଟେଷ୍ଟ କରାଯାଇଛି। ମୋଟ କରୋନା ଟେଷ୍ଟ ସଂଖ୍ୟା ୧୦ ଲକ୍ଷ ଟପିଥିବା ସେ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢୀ ପିନ୍ଧି ଫିଲ୍ମ ‘ଶକୁନ୍ତଳା’ର ପ୍ରମୋଶନ ପାଇଁ ଆସିଥିଲେ। କଳାରଙ୍ଗର ଏଇ ସମ୍ବଲପୁରୀ ବାନ୍ଧ ଶାଢୀରେ ବିଦ୍ୟା ବାଲାନ ବହୁତ ସୁନ୍ଦର ଦିଶୁଥିଲେ। ଖାଲି ବିଦ୍ୟାଙ୍କର ସୌନ୍ଦର୍ଯ୍ୟ ବଢି ଯାଇ ନ ଥିଲା, ଶାଢୀର ମୂଲ୍ୟ ମଧ୍ୟ ବଢି ଯାଇଥିଲା। ବିଦ୍ୟା ନିଜେ ମଧ୍ୟ ଶାଢୀର ଡିଜାଇନକୁ ବହୁତ ପ୍ରଶଂସା କରିଥିଲେ। ଏହାପରଠାରୁ ଏଇ ସମ୍ବଲପୁରୀ ବାନ୍ଧ ଶାଢୀର ବେଶ ଚର୍ଚ୍ଚା ହେଉଥିଲା। ଏବେ ବିଦ୍ୟା ବାଲାନ ପିନ୍ଧିଥିବା ଏଇ […]
ବାରିପଦା: ଏଟିଏମ୍ ଲୁଟ କରିବା ପାଇଁ ଆସିଥିଲେ ଦୁବୃର୍ତ୍ତ। ଟଙ୍କା ଲୁଟିବାରେ ବିଫଳ ହେବାରୁ ଏଟିଏମ ଜାଳି ଦେଇଛନ୍ତି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ରୋଡରେ ଥିବା ଏସ୍ବିଆଇ ଏଟିଏମ୍ ବୁଥ୍ରେ। ମିଳିଥିବା ସୂଚନା ମୁତାବକ, ଦୁବୃର୍ତ୍ତମାନେ ଏଟିଏମ୍ରୁ ଟଙ୍କା ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ଏଟିଏମ୍ ମେସିନ୍କୁ କାଟିବାକୁ ଚେଷ୍ଟା କରିଥିଲେ। ତେବେ ଏଥିରେ ବିଫଳ ହୋଇଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ମେସିନ ଜାଳି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦଲେଇପୁଟ ଗାଁରେ ପୁଣି ଥରେ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଥରେ ବୋମା ମାଡ଼ କରିଛନ୍ତି ଦୁବୃର୍ତ୍ତ। ଦୁବୃର୍ତ୍ତମାନେ ଦୃଦାନନ୍ଦଙ୍କ ଘର ଉପରକୁ ବୋମା ପକାଇ ପଳାଇ ଯାଉଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାରେ ହୃଦାନନ୍ଦଙ୍କ ଘରର କାନ୍ଥ ନଷ୍ଟ ହୋଇଯାଇଛି। ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ ହୋଇଥିବା କୁହାଯାଉଛି। ତେବେ ବାରମ୍ବାର ଏପରି […]
ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୫୫ ହଜାର ୦୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୭୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୧,୭୯୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୩ ଛୁଇଁଛି। ଏବେ ଦେଶରେ ମୋଟ୍ ୬ ଲକ୍ଷ ୭୩ ହଜାର ୧୬୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା […]
ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଲଗାଣ ବର୍ଷା ପରେ ଏବେ ବି ଢେଙ୍କାନାଳ ଜିଲ୍ଲା ଭୁବନ ଗଁଦିଆଁ ବ୍ଲକର ୧୪ଟି ପଂଚାୟତର ଅନେକ ଚାଷ ଜମି ପାଣି ଘେରରେ ରହିଛି। ଭୁବନ ବ୍ଲକର ୧୦ଟି ପଂଚାୟତ ଓ ଗଁଦିଆଁ ବ୍ଲକର ୪ଟି ପଂଚାୟତ ଚାଷ ଜମିରେ ପାଣି ଜମି ରହିଛି। ଏଥିଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି। ସେହିଭଳି ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରୀପୋଖରୀ, ତିହିଡି ବ୍ଲକର […]
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହୋଇଯାଇଛି। ତାଙ୍କୁ ମଙ୍ଗଳବାର ରାଜଧାନୀ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS)ରେ ଭର୍ତ୍ତ କରାଯାଇଛି। ଏ ନେଇ ଜାତୀୟ ଗଣ ମାଧ୍ୟମରେ ପ୍ରକାଶ ପାଇଛି। ସୂଚନାଥାଉ କି, ଅଗଷ୍ଟ ୨ ତାରିଖ ଅମିତ ଶାହ କରୋନା ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ଘରକୁ ଫେରିଥିଲେ। ଶୁକ୍ରବାର ଟ୍ୱିଟ କରି ଅମିତ ଶାହ କହିଥିଲେ, ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ପୁଣି ଆଖି ବୁଜିଲେ ୯ଜଣ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରାୟଗଡ଼ାରେ ୨, ଖୋର୍ଦ୍ଧା, ସମ୍ବଲପୁର, ମାଲକାନଗିରି, ବାଲେଶ୍ୱରରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ […]
ଭୁବନେଶ୍ୱର: ଶହେ କି ଦୁଇ ଶହ ଗ୍ରାମ ନୁହେଁ, ଜବତ ହେଲା ୧ କିଲୋ ୩୨୫ ଗ୍ରାମର ଧଳା ଜହର। ବାଲେଶ୍ୱରରୁ ଗିରଫ ବ୍ୟବସାୟୀଙ୍କଠୁ ଜବତ ହୋଇଛି ଏହି ବ୍ରାଉନସୁଗାର। ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି। ଗିରଫ ବ୍ୟବସାୟୀଙ୍କୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ STF ଟିମ୍ ପଚରାଉଚରା କରୁଛି। ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସିଲା ? କାହାକୁ ଏହା ବିକ୍ରି ହୋଇଥାନ୍ତା ? ଏହାପଛରେ ଆଉ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୩ ଲୋକାଲ୍ କେସ୍ ରହିଛି। ଆଜି ୨୯ ଜିଲ୍ଲାରୁ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯, ଗଞ୍ଜାମରୁ ୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼- ୧୪୭, ବାଲେଶ୍ୱର- ୧୩୦, କଟକରୁ ୧୧୭, କୋରାପୁଟ- ୯୧, କନ୍ଧମାଳ- ୯୦, ମୟୂରଭଞ୍ଜରୁ ୮୦ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ନୂଆଦିଲ୍ଲୀ: ଗତକିଛି ଦିନ ଧରି ପେଟ୍ରୋଲ ଦର ସ୍ଥିର ରହିବା ପରେ ପୁଣି ବଢିବା ଆରମ୍ଭ କରିଛି। ଗତ ୩ ଦିନ ଧରି ବୃଦ୍ଧି ପାଉଛି ପେଟ୍ରୋଲ ଦର। ଆଜି ୨ୟ ଦିନରେ ଅର୍ଥାତ୍ ମଙ୍ଗଳବାର ପେଟ୍ରୋଲ ଦର ରାଜଧାନୀ ଦିଲ୍ଲୀରେ ୧୭ ପଇସା ବୃଦ୍ଧି ପାଇଛି। ସୋମବାର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଦିଲ୍ଲୀରେ ୧୭ ପଇସା, ମୁମ୍ବଇରେ ୧୪ ପଇସା, କୋଲକାତାରେ ୧୩ ପଇସର ଏବଂ ଚେନ୍ନାଇରେ ୧୨ ପଇସା ମହଙ୍ଗା ହୋଇଛି। […]
ନୂଆଦିଲ୍ଲୀ: ପିଏମ୍ କେୟାର୍ ଫଣ୍ଡ ଟଙ୍କାକୁ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ପଣ୍ଡକୁ ଟ୍ରାନ୍ସଫର ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ମଙ୍ଗଳବାର ଖାରଜ୍ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ପିଏମ୍ କେୟାର ଫଣ୍ଡକୁ ଏନ୍ଡିଆର୍ଏଫ୍କୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି। ମଙ୍ଗଳବାର କୋର୍ଟ କହିଛନ୍ତି “ ପବ୍ଲିକ ଚାରିଟେବୁଲ ପଣ୍ଡ ହିସାବରେ ପିଏମ୍ କେୟାର ପଣ୍ଡ ଯୁକ୍ତିଯୁକ୍ତ। ତେଣୁ ଏଥିରେ ଥିବା ଅର୍ଥରାଶିକୁ ଏନ୍ଡିଆର୍ଏଫ୍କୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ। ” ପିଏମ୍ କେୟାର ଓ […]
ନୂଆଦିଲ୍ଲୀ: ବଦଳିଲେ ଗୋଆ ରାଜ୍ୟପାଳ। ଗୋଆ ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏପରି ବଦଳି କରାଯାଇଛି। ମଲ୍ଲିକଙ୍କ ସ୍ଥାନରେ ମହାରାଷ୍ଟ୍ର ଗଭର୍ଣ୍ଣର ଭଗତ ସିଂହ କୋଶିୟାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ନିଜ ଦାୟିତ୍ୱ ସହ ଅତିରିକ୍ତ ଗୋଆ ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିବେ। ରାଷ୍ଟ୍ରପତି କର୍ଯ୍ୟାଳୟରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ଯେଉଁ ତାରିଖରୁ ପଦଭାର ସମ୍ଭାଳିବେ ସେହି ତାରିଖରୁ ନିଯକ୍ତି ଗଣନା […]
ଭୁବନେଶ୍ୱର: ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେନ୍ଦୁଝର ଜିଲ୍ଲାରେ DMF ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ମାଟ୍ରିକ୍ରେ ୬୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି DMF ବୃତ୍ତି ପ୍ରଦାନ କରାଯିବ। କେନ୍ଦୁଝର ଜିଲ୍ଲାର ୧୩୮୨ ପିଲାଙ୍କୁ ଏହି ବୃତ୍ତି ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି। ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ୧୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ DMF ଛାତ୍ରବୃତ୍ତି ଦିଆଯାଇଛି। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ ବୋଲି ସୂଚନା […]
ଲିସ୍ବନ୍: ପର୍ତ୍ତୁଗାଲର ଆଲଗର୍ଭ ବିଚ୍ରେ ଘଟିଥିବା ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଚାଲିଛି । ସମୁଦ୍ର କୂଳରେ ବୁଡି ଯାଉଥିଲେ ୨ ଜଣ ମହିଳା। ହଠାତ୍ ଜଣେ ବ୍ୟକ୍ତି ପାଣିକୁ ଡେଇଁ ପଡ଼ିଲେ। ନିଜ ଜୀବନକୁ ବାଜି ଲଗାଇ ମହିଳା ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଏକଥା ପଢି ଆପଣ ନିଶ୍ଚୟ ଭାବୁଥିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଏମିତି ଘଟଣା ତ ପ୍ରାୟ ଘଟିଥାଏ। ହେଲେ, ମହିଳା ଦ୍ୱୟଙ୍କୁ ଉଦ୍ଧାର […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଯେତିକି ଜଟିଳ ହେଉଛି ସେତିକି ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଉଥିବାବେଳେ ଉଦ୍ଧବ ଠାକ୍ରେଙ୍କ ପ୍ରଶଂସା, ସିବିଆଇ ତଦନ୍ତକୁ ଉଦ୍ଧବ ସରକାରଙ୍କ ବିରୋଧ, ବିହାର ପୋଲିସକୁ ଅସହଯୋଗ…ଏସବୁକୁ ଦେଖିବା ପରେ ଉଦ୍ଧବ ଠାକ୍ରେଙ୍କ ପୁଅ ଆଦିତ୍ୟ ଠାକ୍ରେଙ୍କ ସଂପୃକ୍ତି ନେଇ ପ୍ରଶ୍ନ ଉଠିଥିଲା। ହେଲେ ଏପରି ସନ୍ଦେହ ଉପରୁ ପରଦା ହଟାଇଛନ୍ତି […]
ମାଲକାନଗିରି: ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ ପରେ ରିପୋର୍ଟ ମାଗିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ଆସନ୍ତା ୭ ଦିନରେ ଅଞ୍ଚଳ ଅନୁଧ୍ୟାନ କରି ମାଲକାନଗିରି ଜିଲ୍ଲାପାଳ ରିପୋର୍ଟ ଦେବେ। ରିପୋର୍ଟ ମିଳିବାର ୪୮ ଘଣ୍ଟାରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି । ଆଜି ଆକାଶ ମାର୍ଗରୁ ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର। ଏହାପରେ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ […]
ନବରଙ୍ଗପୁର: ବେଆଇନ ବିଲ୍ କରିବା ପାଇଁ ଚାପ ଯୋଗୁଁ ଉମରକୋଟ ଆଦିବାସୀ ଉନ୍ନୟନ ସମବାୟ ନିଗମ କ୍ଷେତ୍ର ଅଧିକାରୀ ପୁରୁଷୋତ୍ତମ ଭୋଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଶାଖା ପରିଚାଳକ ଶ୍ୟାମସୁନ୍ଦର ଭୋଇଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଶିମ୍ବ ମଞ୍ଚି ପାଇଁ ୩ ଲକ୍ଷ ଟଙ୍କାର ବେଆଇନ ବିଲ କରିବାକୁ ପୁରୁଷୋତ୍ତମଙ୍କ ଉପରେ ଚାପ ପକା ଯାଉଥିଲା। ଏପରିକି ବିଲ ନକଲେ ତାଙ୍କୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଥିବା […]