ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ମହାତାଣ୍ଡବ ପରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଆରମ୍ଭ ହୋଇଛି। ଖାସ୍ କରି ପ୍ରଭାବିତ ଲୋକଙ୍କ ପାଖରେ ପ୍ରାଥମିକତା ଭିତ୍ତିରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ଏଥିପାଇଁ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ କାମର ତଦାରଖ କରୁଛନ୍ତି। ତା’ ସହିତ ଉପୁଡ଼ି ପଡ଼ିଥିବା ଗଛ ଓ ବିଦ୍ୟୁତ୍ ଖୁଣ୍ଟକୁ ହଟାଇ ରାସ୍ତା […]
ଚେନ୍ନାଇ: ଆଜିଠାରୁଦୁଇ ଦିନିଆ ଭାରତ ଗସ୍ତରେ ଆସି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚେନ୍ନାଇରେ ପହଞ୍ଚିଛନ୍ତି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନଔପଚାରିକ ଆଲୋଚନା କରିବେ। ସ୍ୱତନ୍ତ୍ର ବିମାନରେ ଜିନିପଙ୍ଗ ଆଜି ଚେନ୍ନାଇରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା। ସନ୍ଧ୍ୟା ବେଳେ ମୋଦି ଓ ଜିନପିଙ୍ଗ ମାଲାପୁରମର ଐତିହ୍ୟ ବୁଲି ଦେଖିବେ। ତେବେ ଦୁଇ ଦିନର ଅନଔପଚାରିକ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ମିଳିତ ଭାବେ ବିବୃତି ଜାରି କରିବେ […]
ଶ୍ରୀନଗର: ଶନିବାର ଠାରୁ ଜମ୍ମୁ-କଶ୍ମୀରରେ ରହୁଥିବା ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ। କାରଣ ଶନିବାର ଠାରୁ କଶ୍ମୀର ଉପତ୍ୟକାରେ ପୋଷ୍ଟ ପେଡ୍ ମୋବାଇଲ ସେବା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୋଷ୍ଟ ପେଡ୍ ମୋବାଇଲ ସେବା ଲୋକମାନେ ପାଇବାକୁ ଥିବା ବେଳେ ଇଣ୍ଟରନେଟ୍ ସେବା ପାଇଁ ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ହିଁ ଏଠାରେ ମୋବାଇଲ ସେବା ବନ୍ଦ […]
ଇରାନ: ସାଉଦି ଆରବ ଉପକୂଳ ଦେଇ ଇରାନର ସିନୋପା ନାମକ ତେଲ ଟ୍ୟାଙ୍କର ବା ଜାହାଜ ଯାଉଥିବା ବେଳେ ଆଜି ସମୁଦ୍ର ଭିତରେ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ଦୁଇଟି କ୍ଷେପଣାସ୍ତ୍ର ଆସି ଟ୍ୟାଙ୍କର ଉପରେ ମାଡ଼ ହେବା ପରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ସାଉଦି ଆରବ କିନ୍ତୁ ଏବାବଦରେ କିଛି ପ୍ରତିକ୍ରିୟା ରଖି ନାହିଁ। ଏବେ ଟ୍ୟାଙ୍କରଟି ସମୁଦ୍ର ଭିତରେ ଜଳୁଥିବା ସୂଚନା ରହିଛି। ଟ୍ୟାଙ୍କର ଭିତରେ ଥିବା ତେଲ ଏବେ ସମୁଦ୍ରରେ ଭାସୁଛି ବୋଲି […]
ଢେଙ୍କାନାଳ: ଲିଫ୍ଟ ଦେବେ ବୋଲି କହି ଡାକିଲେ। କାର୍ରେ ବସାଇଲେ। ହେଲେ ନିଶାଦ୍ରବ୍ୟ ଦେଇ ତାଙ୍କଠାରୁ ଯାହାଥିଲା ସବୁ ଲୁଟି ନେଇ ଚାଲିଗଲେ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ଢେଙ୍କାନାଳ ସଦର ଥାନା ମହୁଲପଡ଼ା ଗାଁର ପ୍ରଫୁଲ ବେହେରା ତାଙ୍କ ପୁଅକୁ ଦେଖା କରିବା ପାଇଁ ଭୁବନେଶ୍ୱର ଯାଇଥିଲେ। ଆଜି ଭୁବନେଶ୍ୱରରୁ ଫେରି ଗାଁକୁ ଯିବା ପାଇଁ କଟକ ବାଦାମବାଡ଼ିରେ ଓହ୍ଲାଇଥିଲେ । ସେଠାରେ ଢେଙ୍କାନାଳ ପାଇଁ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇ […]
ଭୁବନେଶ୍ୱର: ଓଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା ଦମ୍ଦାର ଅଭିନୟ ଓ ସଂଳାପ କହିବାର ଭୟାନକ ଷ୍ଟାଇଲ୍ ଦେଖି ଦର୍ଶକ ଛାତି ଥରିଯାଏ। ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ଖଳନାୟକର ମୃତ୍ୟୁ ବେଳର ଦୃଶ୍ୟରେ ରାଇମୋହନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି। ତେବେ ଅଭିନୟ ସହିତ ସେ ନିଜ ଲୁକ୍କୁ ବେଶ୍ ଗୁରୁତ୍ୱ ଦିଅନ୍ତି। ସିନେମା ଲାଇନ୍ ଏସବରୁ […]
ଭୁବନେଶ୍ୱର: ‘ଫୋନି’ ପାଇଁ ପରିବା ବଜାରରେ ମହଙ୍ଗା ମାଡ଼। ବଜାରରେ ଆଳୁ ଓ ଟମାଟୋ ଦର ବୃଦ୍ଧି ହୋଇଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ପରିବା ଦର ବଢୁଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟବସାୟୀମାନେ ଆଳୁ କିଲୋ ପିଛା ୨୫ ଟଙ୍କା ଓ ଟମାଟୋ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରୁଥିବା ଗ୍ରାହକ କହିଛନ୍ତି। ଅନ୍ୟପକ୍ଷେ, ଷ୍ଟକ୍ ନଥିବାରୁ ପରିବା ଦର ବଢିଥିବା ବ୍ୟବସାୟୀ କହିଛନ୍ତି। ଆହୁରି ମଧ୍ୟ ପଢ଼ନ୍ତୁ: ପୁରୀରୁ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀରୁ ୩୬୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି। ଆସନ୍ତାକାଲି ଦିନ ୧୦ଟାରୁ ୧୨ଟା ପରେ ଯେକୌଣସି ସମୟରେ ସ୍ଥଳଭାଗକୁ ଛୁଇଁପାରେ ବୋଲି ସୂଚନା ମିଳିଛି। ଏକ୍ସଟ୍ରିମ୍ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ। ବେଳେ ବେଳେ ଏହା ୨୦୦ କିଲୋମିଟରକୁ ମଧ୍ୟ ଛୁଇଁପାରେ। ଏହାକୁ ମୁକାବିଲା କରିବା […]
ବେଙ୍ଗାଲୁରୁ: ବଢ଼ିଲା କଂଗ୍ରେସ ନେତା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଓ ତାଙ୍କ ସହଯୋଗୀଙ୍କ ଘରେ ଗତକାଲି ଇନକମ୍ ଟ୍ୟାକ୍ସ(ଆଇଟି) ଡିପାର୍ଟମେଣ୍ଟ ରେଡ୍ କରି ପାଖାପାଖି ୫ କୋଟି ଟଙ୍କା ଜବତ କରିଛି। ଆଜି ସକାଳେ ଆଇଟି ଡିପାର୍ଟମେଣ୍ଟ ଏହି ସୂଚନା ଦେଇଛି। ବେଙ୍ଗାଲୁରୁ ଏବଂ ଟୁମକୁରୁର ୨୫ଟି ସ୍ଥାନରେ ଆଇଟି ଡିପାର୍ଟମେଣ୍ଟ ରେଡ୍ କରି ଏହି ସବୁ ଟଙ୍କା ଜବତ କରିଛି। ଆଜି ସକାଳୁ ମଧ୍ୟ ବିଭିନ୍ନ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’କୁ ଦୃଷ୍ଟିରେ ରଖି ଉପକୂଳ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଆଜି ଦିନ ୧୦ଟା ୩୦ ସୁଦ୍ଧା ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର ସରିଲାଣି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ପ୍ରାୟ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବାକୁ ଯୋଜନା ରଖାଯାଇଛି। ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଲୋକଙ୍କୁ ଆଶ୍ରୟ ସ୍ଥଳକୁ ଆଜି […]