• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pm modi
ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀଙ୍କ ‘ଫୋନି’ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବାହାରିଥିଲେ। ‘ଫୋନି’ ଘଟାଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ମୋଦି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଡିଜିପି ଆର୍.ପି. ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ପ୍ରଭାବିତ ଅଞ୍ଚଳ ପରିଦର୍ଶନ […]

jio
ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

ନୂଆଦିଲ୍ଲୀ: ମାଗଣା କଲ୍‌ ସେବା ଯୋଗାଇ ଗ୍ରାହକ ବୃଦ୍ଧି କରିବା ପରେ ଲୋକଙ୍କୁ ଝଟ୍‌କା ଦେଇଥିବା ଜିଓ ନେଟୱର୍କ ଏବେ ଜନଅସନ୍ତୋଷକୁ ପ୍ରଶମିତ କରିବାକୁ ନୂଆ ଯୋଜନା କରିଛି। ଏବେ ଜିଓ ପକ୍ଷରୁ ତା’ର ଗ୍ରାହକମାନଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଜିଓରୁ ଅଲଗା ନେଟୱର୍କକୁ ଲୋକମାନେ ୩୦ ମିନିଟ୍‌ ଯାଏ ମାଗଣା କଲ କରିପାରିବେ। ହେଲେ ଏଥିପାଇଁ କମ୍ପାନୀ କିଛି ସର୍ତ୍ତ ଲାଗୁ କରିଛି। ଅକ୍ଟୋବର ୯ରେ […]

234455566
କଶ୍ମୀରରୁ ହଟିଲା ୯୯% କଟକଣା !

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସ୍ଥିତି ସ୍ୱାଭାବିକ ରହିଛି। ତେଣୁ ଶନିବାରଠାରୁ ଏଠାରେ ମୋବାଇଲ ପୋଷ୍ଟ ପେଡ୍‌ ସେବା ଆରମ୍ଭ ହେବ ବୋଲି ଗତାକାଲି ସ୍ଥାନୀୟ ପ୍ରଶାସନ କହିଥିଲା। ଏହାକୁ ନେଇ ୬୯ ଦିନ ହେଲା ମୋବାଇଲ ସେବା ଓ ଅନ୍ୟାନ୍ୟ ଆବଶ୍ୟକତାରୁ ବଞ୍ଚିତ ଥିବା କଶ୍ମୀରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ହେଲେ ରାତାରାତି ନିଷ୍ପତ୍ତି ବଦଳି ଯାଇଛି। ଶନିବାର ନୁହେଁ ସୋମବାରଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟ ପେଡ୍‌ ମୋବାଇଲ ସେବା ଉପଲବ୍ଧ ହେବ ବୋଲି ଆଜି ଜମ୍ମୁ-କଶ୍ମୀର […]

vote
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟରେ ୫୧ଟି ଆସନରେ ଭୋଟ୍‌ ଗ୍ରହଣ ହେଉଛି। ଉତ୍ତରପ୍ରଦେଶର ୧୪ ଆସନ,  ରାଜସ୍ଥାନର ୧୨, ପଶ୍ଚିମବଙ୍ଗର ୭, ମଧ୍ୟପ୍ରଦେଶର ୭, ବିହାରର ୫, ଝାଡ଼ଖଣ୍ଡର ୪ଟି ଆସନ ପାଇଁ ସକାଳ ୭ଟାରୁ କଡା ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି। ମାଓ ପ୍ରଭାବିତ ଝାଡ଼ଖଣ୍ଡର ୪ଟି ଲୋକସଭା ଆସନରେ ଅପରାହ୍ନ ୪ଟାରେ ଭୋଟ୍‌ ଗ୍ରହଣ ଶେଷ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, କେନ୍ଦ୍ରମନ୍ତ୍ରୀ […]

54545445
ମହାବଳୀପୁରମ୍‌ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର ସାଜିଥିବା ଏହି ମହିଳା ଅଫିସରଙ୍କୁ ଜାଣନ୍ତି ?

ଚେନ୍ନାଇ:ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ସ୍ୱଦେଶ ଫେରିଯିବେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନ୍‌ପିଙ୍ଗ ମଧ୍ୟରେ ମହାବଳୀପୁରମ୍‌ରେ ଅନୌପଚାରିକ ସାକ୍ଷାତ ହୋଇଥିଲା।  ବିଭିନ୍ନ ପ୍ରସଙ୍ଗ ନେଇ ଏଠାରେ ଆଲୋଚନା ହୋଇଥିଲା। ଏହି ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ  ଅନେକ ବାର ଏକୁଟିଆ ଆଲୋଚନା କରିବାକୁ ପଡ଼ିଥିଲା। ଏହି ସାକ୍ଷାତବେଳେ ଦୁଇ ନେତାଙ୍କ ମଧ୍ୟରେ ଭାବ ବିନିମୟରେ ପ୍ରତିବନ୍ଧକ ସାଜିଥିଲା ଭାଷା। କାରଣ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀରେ […]

233545
ଜିନପିଙ୍ଗଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ, ଉପହାର ଦେଲେ ମୋଦି

ଚେନ୍ନାଇ: ଦୁଇ ଦିନିଆ ଅନୌପଚାରିକ ଆଲୋଚନା ପାଇଁ ଚେନ୍ନାଇ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ଣ ଭୋଜନରେ ଆପ୍ୟାୟିତ କରିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଦେବା ପୂର୍ବରୁ ସେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଥିଲେ। ଏହି ଉପହାରଟି ହେଉଛି ହାତବୁଣା ରେଶମ ପ୍ରତିକୃତି। ଏଥିରେ ଜିନପିଙ୍ଗଙ୍କ ମୁହଁର ଛବି ରହିଛି। କୋଏମ୍ବାଟୋର ଜିଲ୍ଲା ଅନ୍ତର୍ଗତ ସିରୁମୁଗାଇପୁଡ଼ୁରରେ ଥିବା ଶ୍ରୀରାମଲିଙ୍ଗା ସୌଦାମ୍ବିଗାଇ ହସ୍ତନ୍ତ ସମବାୟନ ସମବାୟ ସମିତି ଏହାକୁ […]

pm modi
ଓଡ଼ିଶା ଗସ୍ତ ପୂର୍ବରୁ ଟ୍ୱିଟ୍‌ କରି ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାର ରିଲିଫ ଏବଂ ଥଇଥାନ କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି। Will be in Odisha tomorrow morning, where I will review […]

43434345434343
ଜିନପିଙ୍ଗଙ୍କୁ ୬ ଫୁଟ ଉଚ୍ଚର ଦୀପ ଉପହାର ଦେଲେ ମୋଦି

ଚେନ୍ନାଇ: ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତରୁ ଅଜସ୍ର ଭଲ ପାଇବା ସହ କିଛି ସ୍ୱତନ୍ତ୍ର ଉପହାର ନେଇ ବେଜିଂ ଗସ୍ତ କରିବେ। ଆଜି ହାତବୁଣା ରେଶମ ପ୍ରତିକୃତି ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜିନପିଙ୍ଗଙ୍କୁ ଆଉ କିଛି ସ୍ୱତନ୍ତ୍ର ଗିଫ୍ଟ ଦେଇଥିଲେ। ଗତକାଲି ମୋଦି ଚାଇନା ରାଷ୍ଟ୍ରପତିଙ୍କୁ ଗୋଟିଏ ଚାଚିଆରକୋଲି ଉପହାର ଦେଇଥିଲେ। ଏହି ୬ ଫୁଟ ଉଚ୍ଚର ଆନ୍ନାମ ଲ୍ୟାମ୍ପଟି ସୁନା ରଙ୍ଗରେ ଝଳେଇ ହୋଇଛି। ଏହାବାଦ୍‌ […]

representational image
ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଧାକାନ୍ତ ନାୟକ ଓ ମାଧୁରୀ ନାୟକ। ସେମାନଙ୍କ ଘର ଆର ଉଦୟଗିରି ଥାନା ଅନ୍ତର୍ଗତ ଆକ୍ଲିମା ଗାଁରେ ବୋଲି ଜଣାପଡ଼ିଛି। ଉଭୟ ସ୍ୱାମୀ-ସ୍ତ୍ରୀ ବ୍ରହ୍ମପୁରରୁ ଏକ ବାଇକ୍‌ରେ ମୋହନା ଆସୁଥିଲେ। ଏହି ସମୟରେ ମଧୁରାମ୍ୱ ଗାଁ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। […]

4343434
ରେଞ୍ଜରଙ୍କ ଦବଙ୍ଗଗିରି-ଗାଁ ସଭାପତିଙ୍କୁ ଆଣ୍ଠେଇଲେ

ଢେଙ୍କାନାଳ:ବନ ବିଭାଗ କର୍ମଚାରୀଙ୍କ ଦବଙ୍ଗଗିରି। ଚୋରାରେ କାଠ ଚାଲାଣ କରୁଥିବା ଅଭିଯୋଗରେ ଢେଙ୍କାନାଳ ପର୍ଜଙ୍ଗ ବ୍ଲକ  ଅଳାକଟା ଗାଁ ସଭାପତିଙ୍କୁ ଆଣ୍ଠେଇଲେ ବନ ବିଭାଗ ଅଧିକାରୀ । ଏହି ଫଟୋ ଏବେ ଭାଇରାଲ ହୋଇଛି। ଅଳାକଟା ଗାଁ ସଭାପତି କୈଳାସ ବେହେରା ଚୋରାକାଠ ଚାଲାଣ କରୁଥିବା ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ମହାବିରୋଡ ରେଞ୍ଜର ସୁବ୍ରତ ବେହେରା। ଏହି ଅଭିଯୋଗରେ ରେଞ୍ଜର ଗାଁ ସଭାପତିଙ୍କୁ ସର୍ବ ସମ୍ମୁଖରେ ଆଣ୍ଠେଇଛନ୍ତି । ଏହାର ଦୃଶ୍ୟ କେହି ଉଠାଇ କରି ସୋଶାଲ […]

facebook-1
ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ମାଗିଲେ ଟଙ୍କା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଏହି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ମଗାଯାଉଛି ଲାଞ୍ଚ  । ଏପରି ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜ ଫେସବୁକ୍‌ ପେଜ୍‌ରେ ସ୍ପଷ୍ଟୀକରଣ  ରଖିଛନ୍ତି । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ କେହି ଦୁର୍ବୃତ୍ତ ଫେକ୍ ଫେସ୍‌ବୁକ୍ ଆକାଉଣ୍ଟ କରି ଟଙ୍କା, ବିଭିନ୍ନ ଦାମୀ ଉପହାର ସହ ମୋବାଇଲ୍ ମାଗୁଥିବା ଅଭିଯୋଗ ହୋଇଆସୁଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ […]

34343434
ଲେବର ରୁମ୍‌ରୁ ଫେରାଇ ଦେଲେ ଡାକ୍ତର, ଫୁଟ୍‌ପାଥରେ ପ୍ରସବ

ଭୁବନେଶ୍ୱର: ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଆଣିଛନ୍ତି 5-T । ହେଲେ ଏହି 5-T କେତେଦୂର କାର୍ଯ୍ୟକାରୀ ହେଉଛି ତାକୁ ଦେଖିବା ପାଇଁ  ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀ ରାଜ୍ୟ ସାରା ବୁଲୁଛନ୍ତି। ବିଭିନ୍ନ ଜିଲ୍ଲା ହସ୍ପିଟାଲ ବୁଲି ସ୍ୱାସ୍ଥ୍ୟସେବା କିପରି ଚାଲିଛି ଦେଖିଥିଲେ। ରୋଗୀଙ୍କ ସହ କଥା ହୋଇଥିଲେ। ହେଲେ ଏପଟେ ଖୋଦ୍ ରାଜଧାନୀରେ କିନ୍ତୁ ମୋ ସରକାର କାର୍ଯ୍ୟକ୍ରମକୁ ଅଣଦେଖା । ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ଗରିବ […]

556656575
ସାବାସ୍‌ ସାଙ୍ଗ! ମୃତ୍ୟୁ ମୁହଁରୁ ଛଡ଼ାଇ ଆଣିଲା ଜୀବନ

କେନ୍ଦ୍ରାପଡ଼ା: ୟାକୁ କହନ୍ତି ସାଙ୍ଗ । ଛୋଟ ପିଲାଟିଏ, ତଥାପି ଯେମିତି ବୁଝିଛି ସାଙ୍ଗର ମୂଲ୍ୟ, ଭଲପାଇବା, ସାଙ୍ଗ ପ୍ରତି କର୍ତ୍ତବ୍ୟବୋଧ। ସେଥିପାଇଁ ତ ମୃତ୍ୟୁକୁ ଭୟ ନ କରି ବୁଡ଼ି ଯାଉଥିବା ସାଙ୍ଗକୁ ଉତ୍ତାଳ ସମୁଦ୍ର ଭିତରୁ ଟାଣି ଆଣିଥିଲା। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଞ୍ଚଳର।  ନିକଟରେ ଥିବା ସମୁଦ୍ରରେ ଗାଧୋଇବା ପାଇଁ ଦଶମ ଶ୍ରେଣୀରେ ପଢୁଥିବା କିଛି ଛାତ୍ର ଯାଇଥିଲେ।  ମନଖୁସିରେ ଗାଧୋଉଥିବାବେଳେ ହଠାତ୍‌ ମାଡ଼ି ଆସିଲା ସମୁଦ୍ରର ଉତ୍ତାଳ ତରଙ୍ଗ […]