ନୂଆଦିଲ୍ଲୀ/ଭୁବନେଶ୍ୱର: ଜେଇଇ ମେନ୍ର ୨୦୧୯ର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ୨୪ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଶହେ ଏନ୍ଟିଏ ସ୍କୋର ହାସଲ କରିଛନ୍ତି। ଚଳିତ ବର୍ଷ କମନ୍ ରାଙ୍କ ଲିଷ୍ଟରେ କଟ୍ ଅଫ୍ ମାର୍କ ୮୯.୭୫ ପ୍ରତିଶତ ଥିବା ବେଳେ ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗରେ ୭୮.୨୧ ପ୍ରତିଶତ, ଓବିସି ବର୍ଗରେ ୭୪.୩୧ ପ୍ରତିଶତ, ଏସ୍ସି ବର୍ଗରେ ୫୪.୦୧ ପ୍ରତିଶତ ଏବଂ ଏସ୍ଟି ବର୍ଗରେ ୪୪.୩୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି। ସାଇ ଇଣ୍ଟରନ୍ୟାସନାଲ […]
ଉଦଳା(ମାନସ ପାଣି): ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀମାନେ ଭୋଟ୍ ବର୍ଜନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀ କୁଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ବାଲମା, ତଳବାଲମା ଏବଂ ମାଡକାମବିର ଗାଁର ୪୫୦ରୁ ଅଧିକ ଲୋକ ଭୋଟ୍ ବର୍ଜନ କରିଛନ୍ତି। ଏହି ଗାଁକୁ ଯିବାକୁ ହେଲେ ଦେଓ ନଦୀ ପାର ହେବାକୁ ପଡ଼ିଥାଏ। ହେଲେ ନଦୀ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲ ନିର୍ମାଣ କରାଯାଇନାହିଁ। ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ପୋଲ […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ ଓଡ଼ିଶା ମୁହାଁ। ଗତକାଲି ରାତି ସାଢ଼େ ୩ଟାର ରିପୋର୍ଟ ଅନୁସାରେ ଏହା ଚେନ୍ନାଇରୁ ୭୧୦ କିଲୋମିଟର ଦୂରରେ ଅଛି। ଏହି ସାମୁଦ୍ରିକ ଝଡ଼ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ବେଳେ କିଛି ଘଣ୍ଟା ପରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ଉପକୂଳରେ ପ୍ରବଳ ବର୍ଷା ହେବ। […]
ଯାଜପୁର(ଅଭୟ ପତି): ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଭୋଟ୍ ଆଉ କେହି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଯାଜପୁର ଲୋକସଭା କ୍ଷେତ୍ରର ୫୯ ନମ୍ବର ବୁଥ୍ରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ବିରଞ୍ଚି ନାରାୟଣ ସାହୁ ନାମକ ଜଣେ ଦିବ୍ୟାଙ୍ଗ ଭୋଟର ଭୋଟ୍ ଦେବା ନିମନ୍ତେ କାଲି ବୁଥ୍କୁ ଯାଇଥିଲେ। ବୁଥ୍ରେ ସମସ୍ତ କାଗଜ ପତ୍ର ଯାଞ୍ଚ କରାଯିବା ପରେ ଭୋଟିଂ ମେସିନ ନିକଟକୁ ତାଙ୍କୁ ନେଇଯିବା ନିମନ୍ତେ ଦାୟିତ୍ୱରେ […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ପ୍ରବଳ ଗରମ ଅନୁଭୂତ ହେବା ସାଙ୍ଗଙ୍କୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଗତକାଲି ୪୪. ୬ ଡିଗ୍ରୀ ସହ ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ଥିବାବେଳେ ୪୪.୫ ଡିଗ୍ରୀ ସହ ଟିଟିଲାଗଡ଼ ଦ୍ୱିତୀୟ ସ୍ଥାନରେ ଥିଲା। ସେହିପରି ତାଳଚେରରେ ତାପମାତ୍ରା ୪୩.୬ ଡିଗ୍ରୀ, ଅନୁଗୁଳ ୪୩.୭ ଡିଗ୍ରୀ, ସମ୍ବଲପୁର ୪୩ ଡିଗ୍ରୀ, ବଲାଙ୍ଗିର ୪୨ ଡିଗ୍ରୀ, ଭବାନୀପାଟଣା ୪୨ […]
ବାରିପଦା/ଯାଜପୁର: କାମ ନାହିଁ ତ ଭୋଟ୍ ନାହିଁ। ନିର୍ବାଚନ ବେଳ ପାଖେଇ ଆସିଲା ଭୋଟରଙ୍କ କଥା ରାଜନେତାଙ୍କର ମନେ ପଡ଼ିଥାଏ। ଖାଲି ଏତିକି ନୁହେଁ ଭୋଟ୍ ହାତେଇବାକୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ରାଜନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି କହିବା ସହ ରାଗରେ ବିଭିନ୍ନ ସ୍ଥାନରେ ଲୋକମାନେ ଭୋଟ୍ ବର୍ଜନ କରିଛନ୍ତି। ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଶେଷ ପର୍ଯ୍ୟାୟ ମତଦାନ ଚାଲି ଥିବାବେଳେ ଦାବି ପୂରଣ ହୋଇନଥିବାରୁ […]