• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

fisherman
‘ଫୋନି’କୁ ନେଇ ମତ୍ସ୍ୟଜୀବୀ ଆତଙ୍କିତ

କୋଣାର୍କ: ସମ୍ଭାବ୍ୟ ବାତ୍ୟା ‘ଫୋନି’କୁ ନେଇ ନୋଳିଆ ମତ୍ସ୍ୟଜୀବୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମାତ୍ର ୫୦ ମିଟର ଦୂରରେ ବସବାସ କରୁଥିବା ୮ ହଜାରରୁ ଊର୍ଦ୍ଧ୍ୱ ନୋଳିଆ ମତ୍ସ୍ୟଜୀବୀମାନେ ଏବେ ଭୟଭୀତ। ତେବେ ‘ଫୋନି’କୁ ନେଇ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଓ ଚନ୍ଦ୍ରଭାଗାରେ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ […]

puri
କାଲି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଅତ୍ୟନ୍ତ ଭୟଙ୍କର ରୂପ ନେଇ ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହି ସାମୁଦ୍ରିକ ଝଡ଼ ବର୍ତ୍ତମାନ  ପୁରୀଠାରୁ ୭୧୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି। ଏହା ୩ ତାରିଖ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ‘ଫୋନି’ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏସବୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ […]

cyclone
‘ଫୋନି’କୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’କୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର କରି ନିଆଯାଇଛି। ଫଳରେ ବାତ୍ୟା ସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହଜ ହେବ। ଏଥିସହ ସରକାରୀ ଅଧିକାରୀ ବିନା ବାଧାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ କରିପାରିବେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପହଞ୍ଚି ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାରୁ ଆଚରଣ ବିଧି […]

cyclone
ଅତ୍ୟନ୍ତ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ‘ଫୋନି’

ଭୁବନେଶ୍ୱର: ଓଡ଼ିଶାକୁ ସାମୁଦ୍ରିକ ଝଡ଼ ‘ଫୋନି’ ଭୟ। ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରୁ ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳ ଓଡ଼ିଶା, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶକୁ ହାଇ ଆଲର୍ଟରେ ରଖାଯାଇଛି। ଆସନ୍ତା ୩ ତାରିଖ ସଂଧ୍ୟାରେ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ‘ଫୋନି’ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ବର୍ତ୍ତମାନ ପୁରୀଠାରୁ ୬୮୦କିଲୋମିଟର ଏବଂ ବିଶାଖାପାଟଣାଠାରୁ ୪୩୦ […]

jee main exam
ମାଡ଼ି ଆସୁଛି ‘ଫୋନି’: ଆସନ୍ତାକାଲିଠୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଏନ୍‌ଡିଆର୍‌ଏଫ୍‌ର ୫ଟି ଟିମ୍‌କୁ ଉପକୂଳ ଜିଲ୍ଲାକୁ ପଠାଯାଇଛି। ଜଗତସିଂହପୁର ଜିଲ୍ଲାକୁ ୩ଟି ଟିମ୍ ଓ ଭଦ୍ରକ ଜିଲ୍ଲାକୁ ୨ଟି ଟିମ୍ ପଠାଯାଇଛି। ଏହାସହ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି। ଅନ୍ୟପକ୍ଷେ, ‘ଫୋନି’କୁ ଦୃଷ୍ଟିରେ ରଖି ମୁଖ୍ୟ ରିଲିଫ୍ କମିଶନର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି […]

heavy rainfall
ରାଜ୍ୟର ୯ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିପାରେ ‘ଫୋନି’

ଭୁବନେଶ୍ୱର: ରାଜ୍ୟର ୯ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିପାରେ ସାମୁଦ୍ରିକ ଝଡ଼ ‘ଫୋନି’। ତେଣୁ ଏସମସ୍ତ ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ୯ଟି ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର। ଏହି ସବୁ ଜିଲ୍ଲାରେ ‘ଫୋନି’ ବ୍ୟାପକ କ୍ଷୟକ୍ଷତି ଘଟାଇବା ନେଇ ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ, ‘ଫୋନି’ର ପ୍ରଭାବରେ ୨ ତାରିଖରେ ପ୍ରବଳ ବର୍ଷା […]

yeti
ବଞ୍ଚି ରହିଛି କି ହିମ ମାନବ? ହିମାଳୟରୁ ଠାବ ହେଲା ପାଦ ଚିହ୍ନ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ହିମ ମାନବର ପାଦ ଚିହ୍ନକୁ ଭାରତୀୟ ସେନା ଠାବ କରିଛି। ଏନେଇ ଭାରତୀୟ ସେନା ପକ୍ଷରୁ ଟ୍ୱିଟ୍ କରି ପାଦ ଚିହ୍ନ ଥିବା ଫଟୋକୁ ବି ସେୟାର କରାଯାଇଛି। ହିମାଳୟର ମକାଲୁ ବେସ୍ କ୍ୟାମ୍ପରୁ ଭାରତୀୟ ସେନାର ଏକ ଟିମ୍ ପର୍ବତ ଆରୋହଣ ପାଇଁ ଯାଇଥିଲେ। ତେବେ ଏହି ସମୟରେ ତାଙ୍କୁ ଏପରି କିଛି ଚିହ୍ନ ମିଳିଥିଲା। ଯାହା ପୂରା ଟିମ୍‌କୁ ଚକିତ କରି ପକାଇ ଥିଲା। ପ୍ରାୟ ୩୨ x […]

vlcsnap-error590
‘ଫୋନି’ ନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କଲା ପ୍ରଶାସନ

ପୁରୀ: ବାତ୍ୟା ‘ଫୋନି’କୁ ନେଇ ପୁରୀ ଜିଲ୍ଲା କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ସୁରକ୍ଷିତ ଏବଂ ଉଚ୍ଚ ସ୍ଥାନକୁ ଯିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଉଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ କୂଳକୁ ଫେରିଆସିବା ପାଇଁ ଅନୁରୋଧ କରାଯାଇଛି। ବିଶେଷ କରି ଅସ୍ତରଙ୍ଗ ଉପକୂଳରେ ଥିବା ନୂଆଗଡ଼ ନଗର, ଡାଳୁଅକଣି, କେଉଟଜଂଘା, ତଣ୍ଡାଘର, […]

cyclone fani
‘ଫୋନି’ ପାଇଁ ୪ ରାଜ୍ୟକୁ ଆଗୁଆ ସହାୟତା

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଫୋନି’। ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ଓଡ଼ିଶା ସମେତ ୫ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରାଳୟର ଏନ୍‌ଇଆର୍‌ସି ପକ୍ଷରୁ ଆଡ୍‌ଭାଇଜାରୀ ଜାରି କରାଯାଇଛି। ଏଥିସହ ସ୍ଥିତି ଉପରେ ନଜର ରଖିବା ସହ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗ ‘ଫୋନି’ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା […]

heavy rainfall
ବାତ୍ୟା ‘ଫୋନି’ର ଲ୍ୟାଣ୍ଡଫଲ୍‌ ସ୍ଥାନକୁ ନେଇ ଭିନ୍ନ ମତ

ଭୁବନେଶ୍ୱର: ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରୁ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ବାତ୍ୟା ‘ଫୋନି’ର ଲ୍ୟାଣ୍ଡଫଲ୍‌ ସ୍ଥାନକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ। ଓଡ଼ିଶାର କେଉଁ ସ୍ଥାନରେ ଏହା ଲ୍ୟାଣ୍ଡଫଲ୍‌ କରିବ ସେନେଇ ଭିନ୍ନ ମତ ପ୍ରକାଶ ପାଇଛି। ‘ଫୋନି’ର ଲ୍ୟାଣ୍ଡଫଲ୍‌କୁ ନେଇ ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ‘୩ ତାରିଖ ଅପରାହ୍ନରେ ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବା ନେଇ ଅନୁମାନ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ କେଉଁଠି ଓ କେତେବେଳେ ଲ୍ୟାଣ୍ଡଫଲ୍ କରିବ ତାହା ଆଜି ସଂଧ୍ୟାରେ […]

rainfall
‘ତିତ୍‌ଲି’ଠାରୁ ଅଧିକ ପ୍ରଭାବଶାଳୀ ହୋଇପାରେ ‘ଫୋନି’; ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଓଡ଼ିଶା ପାଇଁ ବାତ୍ୟା ବିପଦ।  ମାଡ଼ି ଆସୁଛି ବାତ୍ୟା ‘ଫୋନି’। ଆହୁରି ଘନୀଭୂତ ହେବା ପରେ ବର୍ତ୍ତମାନ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରୁ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାର ପ୍ରଭାବରେ ମେ’ ୨ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ୩ […]