• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

43434
ରାଫେଲ୍‌ ଗ୍ରହଣ କଲେ, ଓମ୍ ଲେଖି ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ପବିତ୍ର ଦଶହରାରେ ଏହି ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନା ପକ୍ଷରୁ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦକ୍ଷିଣପଶ୍ଚିମ ଫ୍ରାନ୍ସଠାରେ ଥିବା ଡାସଲ୍ଟ ଆଭିଏସନ୍‌ର ପକ୍ଷରୁ  ମେରିନାକ୍‌ର ଫାସିଲିଟିଠାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତାନ୍ତର ଉତ୍ସବରେ ପ୍ରଥମ ରାଫେଲ୍ ଫାଇଟର୍ ଜେଟ୍‌କୁ ଗ୍ରହଣ କରିଛି ଭାରତ। ବିମାନର ଟେଲ୍ ନମ୍ବର ରହିଛି RB-001।  ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିମାନ ଉପରେ […]

pl
ଭୟଙ୍କର ଦୃଶ୍ୟ; ମଝିରୁ ଭାଙ୍ଗିଲା ପୋଲ, ଗଳିପଡ଼ିଲା ୪ କାର୍

ଜୁନାଗଡ଼: ଗୁଜରାଟର ଜୁନାଗଡ଼ରେ ରବିବାର ଏକ ପୋଲ ଭାଙ୍ଗିଯିବାର ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଏଥିପାଇଁ ଭୟଙ୍କର ଲାଗୁଛି ଯେ ପୋଲ ଉପରେ ୪ଟି କାର୍‌ ଯାଉଥିବା ବେଳେ ମଝିରେ ରାସ୍ତାରେ ହଠାତ୍ ପୋଲଟି ଭାଙ୍ଗିଯାଇ ନଦୀ ମଝିରେ ପଡ଼ିଥିଲା। ଫଳରେ କାର୍‌ରେ ଫସି ରହିଥିବା ଲୋକମାନଙ୍କର ଭୟରେ ତଣ୍ଟି ଶୁଖିଯାଇଥିଲା। ସେମାନେ ଆହତ ମଧ୍ୟ ହୋଇଥିଲେ। ଏହାପରେ ସ୍ଥାନୀୟଲୋକ ଓ ପୁଲିସ୍‌ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଭାଗ୍ୟ ଭଲ ଯେ […]

cyclone fani
‘ଫୋନି’ ପାଇଁ ପ୍ରସ୍ତୁତି: ୧୨ ଜଣ ଆଇଏଏସ୍‌ ଅଫିସରଙ୍କୁ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ଦାୟିତ୍ୱ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ସହ ରିଲିଫ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ଲାଗି ୧୨ ଜଣ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। କେବିକେର ମୁଖ୍ୟ ପ୍ରଶାସକ ଥିବା ସୁଦର୍ଶନ ପାଲ୍ ଠାକୁରଙ୍କୁ ଭଦ୍ରକ ଜିଲ୍ଲା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ କଟକ ଜିଲ୍ଲା ଦାୟିତ୍ୱ, ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ, ସମବାୟ ବିଭାଗର ସଚିବ କ୍ରିଷନ କୁମାରଙ୍କୁ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। […]

Capture
ଆସିଲା ଭିଡିଓ; ଭାରତ ଆଡ଼କୁ ମାଡ଼ିଆସୁଛନ୍ତି ହଜାର ହଜାର ପାକିସ୍ତାନୀ

ନୂଆଦିଲ୍ଲୀ: ପାକିସ୍ତାନର ପୁଣି ନୂଆ ନାଟକ। ଆଜି ପିଓକେରୁ ହଜାର ହଜାର ଲୋକ ଏଲ୍‌ଓସି ଆଡ଼କୁ ମାଡ଼ିଚାଲିଥିବା ଖବର ମିଳିଛି। ଏନେଇ ଅନେକ ଟ୍ୱିଟର୍‌ ୟୁଜର୍ ମଧ୍ୟ ଭିଡିଓ ପୋଷ୍ଟ କରିଛନ୍ତି। ଜମ୍ମୁ-କାଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ବିରୋଧରେ ସେମାନେ ବିକ୍ଷୋଭ କରିବେ। ଏହା ପୂର୍ବରୁ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସେମାନଙ୍କୁ ଏଲ୍‌ଓସି ଅତିକ୍ରମ ନ କରିବାକୁ କହିଥିଲେ। ସେ କହିଥିଲେ, ଯେକେହି କାଶ୍ମିରୀମାନଙ୍କ ସମର୍ଥନରେ ବା ସାହାଯ୍ୟ ପାଇଁ […]

dd
ବିଜେପୁର ବାଜି: ବିଭିନ୍ନ ପୂଜା ମଣ୍ଡପ ବୁଲି ଭୋଟର୍‌ଙ୍କୁ ଭେଟୁଛନ୍ତି ତିନି ଦଳର ପ୍ରାର୍ଥୀ

ବରଗଡ଼ : ଚାରିଆଡ଼େ ଦୁର୍ଗାପୂଜାର ଉଲ୍ଲାସ। ଲୋକେ ପରିବାର ଓ ସାଙ୍ଗସାଥୀ ଛାଡ଼ି ଯିବାକୁ ମନ କରୁନାହାନ୍ତି। ହେଲେ ଘରଦ୍ୱାର ଛାଡ଼ି ବହୁ ଉପକୂଳିଆ ନେତା ବିଜେପୁରରେ ଡେରା ପକାଇଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ। ସେପଟେ ପୂଜା ମଣ୍ଡପରୁ ମଣ୍ଡପ ବୁଲି ମାଆଙ୍କ ଦର୍ଶନ ସହ ଭୋଟରଙ୍କୁ ଭେଟୁଛନ୍ତି ତିନି ଦଳର ପ୍ରାର୍ଥୀ। ବିଜେପୁର ଉପନିର୍ବାଚନ ପାଇଁ ମଇଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ। ଦୁର୍ଗାପୂଜା ମଣ୍ଡପ ବୁଲି […]

ind-vs-sa-1st-Test-rohit-sharma-ton-1-770x433
ଏକ ମ୍ୟାଚ୍‌ ଏକାଧିକ ରେକର୍ଡ

ବିଶାଖାପାଟଣା: ବିଶାଖାପାଟଣାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୨୦୩ ରନରେ ଜିତି ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ତେବେ ଏହି ମ୍ୟାଚରେ ଉଭୟ ଦଳ ତରଫରୁ ଅନେକ ରେକର୍ଡ କରାଯାଇଛି। ତେବେ ଏହି ମ୍ୟାଚ୍‌ରେ କ’ଣ ସବୁ ରେକର୍ଡ ହୋଇଛି ଆସନ୍ତୁ ଜାଣିବା। ୩୭: ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ରେକର୍ଡ ବିଶାଖାପାଟଣାରେ ହୋଇଛି। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ମୋଟ ୩୭ ଛକା ମାରି ରେକର୍ଡ […]

india1-2
ନମ୍ବର୍‌ ୱାନ୍‌ ସ୍ଥାନ କାଏମ୍ ରଖିଲା ଭାରତ

ବିଶାଖାପାଟଣା: ବୃହତ ବିଜୟ ସହ ଟିମ୍‌ ଇଣ୍ଡିଆ ତା’ର ଘରୋଇ ଟେଷ୍ଟ ସିଜନ୍‌ ଆରମ୍ଭ କରିଛି। ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଫଳରେ ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନର ବଡ଼ ବ୍ୟବଧାନରେ ହରାଇଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତ ଦେଇଥିବା ୩୯୫ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍‌ ଦ୍ୱିତୀୟ ଇନିଂସରେ ୬୩.୫ ଓଭରରେ […]

rohit
ଟେଷ୍ଟରେ ଛକାର ବିଶ୍ୱ ରେକର୍ଡ

ବିଶାଖପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଛକାରେ ବିଶ୍ୱ ରେକର୍ଡ ହୋଇଛି। ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ମୋଟ ୩୭ଟି ଛକା ମରାଯାଇଛି, ଯାହାକି ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ବିଶ୍ୱ ରେକର୍ଡ। ପୂର୍ବରୁ ୨୦୧୪ରେ ଶାରଜାରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ମୋଟ ୩୫ଟି ଛକା ମରାଯାଇଥିଲା। ବିଶାଖାପାଟଣା ଟେଷ୍ଟର ଅନ୍ତିମ ଦିବସରେ ଦକ୍ଷିଣ ଆଫ୍ରିକାର ଡେନ୍ ପିଟ୍ ଗୋଟିଏ ଛକା […]

vv
ଟେଷ୍ଟ କ୍ରିକେଟରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନୂଆ ରେକର୍ଡ

ବିଶାଖାପାଟଣା: ଭାରତର ଶୀର୍ଷ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ରବିବାର ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସେ ନିଜର ୬୬ତମ ଟେଷ୍ଟ ମ୍ୟାଚରେ ୩୫୦ ୱିକେଟ୍ ପୂରଣ କରି ଶ୍ରୀଲଙ୍କାର ମହାନ୍ ସ୍ପିନର୍ ମୁଥିଆ ମୁରଲୀଧରନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଥ୍ୟୁନିସ୍ ଡି’ବ୍ରୁନଙ୍କୁ ଆଉଟ୍ କ୍ଲିନ୍ ବୋଲ୍ଡ କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ୍ ଏବେ ଦ୍ରୁତ ୩୫୦ ୱିକେଟ୍ ନେବାରେ ମୁରଲୀଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ବୋଲର […]

bb
ଚାଷୀଙ୍କ ନାଁରେ ୮ ଲକ୍ଷ ଅଣଚାଷୀ ଶସ୍ୟ ଋଣ ନେଇ ଯାଇନାହାନ୍ତି ତ?

ଭୁବନେଶ୍ୱର: ଆଧାର ସଂଯୋଗ ନ ହେଲେ ମିଳିବନି ଶସ୍ୟ ଋଣ। ଆଧାର ଲିଙ୍କ ନ ହେଲେ ଚାଷୀ ସରକାରଙ୍କୁ ବିକି ପାରିବନି ନିଜ ଉତ୍ପାଦିତ ଧାନ। ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ା କଡ଼ି କରିଥିଲେ ରାଜ୍ୟ ସରକାର। ତେବେ ଧାନ ବିକିବାକୁ ଚାଷୀ ପଞ୍ଜୀକରଣରେ ଆଧାର ଲିଙ୍କ୍‌ ହେବା ପରେ ଋଣ ନେଇଥିବା ଚାଷୀ ଓ ଆଧାର ସଂଯୋଗ ହୋଇଥିବା ଚାଷୀଙ୍କ ସଂଖ୍ୟାକୁ ଦେଖି ସରକାରଙ୍କ ଅକଲ ଗୁଡୁମ୍ ହୋଇଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କ […]

media1-750x430
ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି, କିନ୍ତୁ ଯିବା ପୂର୍ବରୁ କହିଲେ  ‘ହେଡ୍ ଲାଇନ୍ ଡେଡ୍ ଲାଇନ୍ ନ ହେଉ’

କଟକ: ଦୈନିକ ଖବରକାଗଜ ସମାଜର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ। ସମାଜ ଶତବାର୍ଷିକୀରେ ଯୋଗ ଦେଇ ଆନନ୍ଦିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗରିବଙ୍କ ଉନ୍ନତି ପାଇଁ ସମାଜ ଉଦାହରଣୀୟ କାର୍ଯ୍ୟ କରୁଛି। ଲୋକଙ୍କ ପାଇଁ କାମ କରିବା ଖବର କାଗଜର ମୁଖ୍ୟ କାମ। […]

media
ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା: ଉପରାଷ୍ଟ୍ରପତି

କଟକ : ମାତୃଭାଷା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା ସଦୃଶ। ଆଖି ଠିକ୍‌ ରହିଲେ, ଚଷମା ତାକୁ ଅଧିକ ସ୍ପଷ୍ଟ କରିବ। ପ୍ରଥମେ ନିଜ ମାତୃଭାଷାକୁ ସମ୍ମାନ ଦିଅ, ତା’ପରେ ଅନ୍ୟ ଭାଷା ଶିଖ। ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ‘ସମାଜ’ […]

fdfd
ଗାଈ ଚରାଉଥିବା ବେଳେ ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ବିରୂପା ନଦୀ କୂଳରେ ଗାଈ ଚରାଉଥିବା ବେଳେ ଜଣେ ଯୁବକକୁ କୁମ୍ଭୀର ଟାଣିନେଇଥିଲା। ମାତ୍ର ସୌଭାଗ୍ୟ ବସତଃ ତାଙ୍କ ଜୀବନ ବଞ୍ଚି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।। କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ଆଜି ବିରୂପା ନଦୀ କୂଳରେ ଗାଈ ଚରାଉଥିଲେ। ଏହି ସମୟରେ ନଦୀ ପଠାରେ ଶୋଇଥିବା ଗୋଟିଏ କୁମ୍ଭୀର ତାଙ୍କ ବାମ ଗୋଡ଼କୁ ଝାମ୍ପି ନେଇଥିଲା। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ […]

golkehh
ଗୋଲେଖ ସାର୍: ନିଜେ ଅନ୍ଧାରରେ ରହି ପିଲାଙ୍କ ପାଇଁ ସାଜିଛନ୍ତି ଆଲୋକବର୍ତ୍ତିକା

କେନ୍ଦ୍ରାପଡ଼ା: ଜନ୍ମରୁ ଦିବ୍ୟାଙ୍ଗ, ସେ ଦେଖିପାରନ୍ତି ନାହିଁ। ହେଲେ ଏହି ଅକ୍ଷମତା ତାଙ୍କୁ ଜୀବନ ଯୁଦ୍ଧରେ କେବେ ହରାଇ ପାରିନି। ଜଣେ ସାଧାରଣ ମଣିଷ ପରି ନିଜ କାମ ନିଜେ କରିବା ସହ ସ୍ୱାବଲମ୍ବୀ ହୋଇ ସ୍ୱାଧୀନ ଭାବରେ ଆନନ୍ଦରେ ଦିନ କାଟୁଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକ ସାହୁପଡା ଗାଁର ଗୋଲେଖ ବିହାରୀ ମହାନ୍ତି। ନିଜ ଗାଁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଥିବା ଗୋଲେଖ ସ୍କୁଲ୍ ଯାଆନ୍ତି, […]

fffff
ସାଓମୀ, ସାମ୍‌ସଙ୍ଗ୍, ଓପୋର ଏହି ୧୦ଟି ଫୋନ୍‌ ଆପଣଙ୍କ ପାଇଁ ବିପଦ ଆଣିପାରେ

ଗୁଗଲ୍ ଗବେଷକମାନେ ୧୦ଟି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଏକ ବଡ଼ ତ୍ରୁଟି ବାହାର କରିଛନ୍ତି। ସ୍ୟାମ୍‌ସଙ୍ଗ୍‌, ସାଓମୀ, ଓପ୍ପୋ ଓ ଗୁଗଲର ନିଜ ଫୋନ୍ ପିକ୍ସେଲ୍‌ ଭଳି ବ୍ରାଣ୍ଡରେ ଏହି ତ୍ରୁଟି ଦେଖାଯାଇଛି। ଏକ ରିପୋର୍ଟ ଅନୁସାରେ ଫୋନ୍‌ଗୁଡ଼ିକର ଆଣ୍ଡ୍ରେଏଡ୍‌ରେ ଥିବା kernel Codeରେ ଏହି ତ୍ରୁଟି ଦେଖାଯାଇଛି। ଯାହାଫଳରେ ହ୍ୟାକ୍‌ରମାନେ ଆପଣଙ୍କ ଫୋନ୍‌କୁ ହ୍ୟାକ୍‌ କରି ଆପଣଙ୍କ ଫୋନ୍‌ ସମ୍ପୂର୍ଣ୍ଣ ତାଙ୍କ କଣ୍ଟ୍ରୋଲ୍‌ରେ ନେଇପାରିବେ। ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଆସିଥିବା ଏହି ନୂଆ ବିପଦକୁ Zero-Day ବୋଲି କୁହାଯାଉଛି। […]

cm
ବାତ୍ୟା ‘ଫୋନି’ ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରି ପରାମର୍ଶ ଦିଆଯାଇଛି। ବିପନ୍ନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ସହ ରିଲିଫ୍ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ମୁକାବିଲା ସହ ଧନ ଜୀବନର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ, ‘ଫୋନି’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ […]

landmine blast
ଗନ୍ଧମାର୍ଦ୍ଦନ ପାହାଡ଼ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ସକାଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ଖୁରିପାଣି ଓ ବେହେରାପାଣି ରାସ୍ତା ମଝିରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଜଙ୍ଗଲ ରାସ୍ତାରେ ସୁରକ୍ଷାକର୍ମୀମାନେ କମ୍ବିଂ କରୁଥିବାବେଳେ ବିସ୍ଫୋରଣ ଘଟିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟୟୀତ ହୋଇପଡ଼ିଛନ୍ତି।

ndrf and odraf team
‘ଫୋନି’ ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପ୍ରସ୍ତୁତ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଏନ୍‌ଡିଆର୍‌ଏଫ୍‌ର ୯ଟି ଟିମ୍‌କୁ ଉପକୂଳ ଜିଲ୍ଲାକୁ ପଠାଯାଇଛି। ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌ର ୩ଟି ଲେଖାଏ ଟିମ୍ ପହଞ୍ଚି ସାରିଛନ୍ତି।  ଜଗତସିଂହପୁରରେ ପହଞ୍ଚିଥିବା ୩ଟି ଟିମ୍ ମଧ୍ୟରୁ ଏରସମା ଓ ପାରାଦୀପକୁ ଗୋଟିଏ ଲେଖାଏ ଟିମ୍ ପଠାଯାଇଥିବା ବେଳେ, ଗୋଟିଏ ଟିମ୍ ଜଗତସିଂହପୁରରେ ରହିଛି। ସେହିପରି ଭଦ୍ରକ ଜିଲ୍ଲାକୁ ୨ଟି ଟିମ୍ ଓ ବାଲେଶ୍ୱରକୁ ଗୋଟିଏ ଟିମ୍ […]

fani
ସାତପଡ଼ା-ବାଲୁଖଣ୍ଡ ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ ‘ଫୋନି’

ଭୁବନେଶ୍ୱର: ଓଡ଼ିଶାକୁ ସାମୁଦ୍ରିକ ଝଡ଼ ‘ଫୋନି’ ଭୟ। ବର୍ତ୍ତମାନ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରୁ ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ‘ଏହା ପୁରୀ ଠାରୁ ୬୮୦ କି.ମି. ଦୂରରେ ଅଛି। ଭାରତୀୟ ପାଣିପାଗ ବିଭାଗ ଓ ୟୁଏସ୍‌ ନାଭିର ସୂଚନା ଅନୁସାରେ, ୩ ତାରିଖ ଅପରାହ୍ଣରେ ଏହା ପୁରୀ ଠାରେ ଲ୍ୟାଣ୍ଡଫଲ୍‌ କରିବ। ସାତପଡ଼ା ଓ ବାଲୁଖଣ୍ଡ ମଧ୍ୟରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ। ତେବେ ଏହାର ସଠିକ୍‌ ତଥ୍ୟ […]