ଗଡ଼ଚିରୋଲି: ମହ।ର।ଷ୍ଟ୍ରର ଗଡ଼ଚିରୋଲିରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀମ।ନେ ଘଟ।ଇଥିବ। ଏକ ବଡ଼ ଧରଣର ବିସ୍ଫୋରଣରେ ୧୫ ଜଣ ସୁରକ୍ଷ।କର୍ମୀ ସହିଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଛତିଶଗଡ଼ ସୀମ।ବର୍ତ୍ତୀ ଏହି ମାଓପ୍ରବଣ ଅଞ୍ଚଳରେ ଆଇଇଡି ଯୋଗେ ଏଭଳି ଘଟଣ। ଘଟିଥିବ। ଜଣ।ପଡ଼ିଛି। କମାଣ୍ଡୋ ମାନେ ମାଓ ଅପରେସନ୍ରେ ଯାଇଥିବା ବେଳେ ମାଓବାଦୀମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ। ପୂର୍ବରୁ ମାଓବାଦୀମାନେ ଆଜି ସକାଳେ ଗଡଚିରୋଲି ଜିଲ୍ଲାରେ ୨୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲୋ ମାଓ ଅପରେସନକୁ […]
ଜେନେଭା: ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତବର୍ଷ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ। ଜନ୍ ବି ଗୁଡ୍ଏନଫ୍, ଏମ୍ ଷ୍ଟେନଲି ହ୍ୱିଟନ୍ଗାମ୍ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍ ଆୟନ୍ ବ୍ୟାଟେରି ଟେକ୍ନୋଲୋଜିର ବିକାଶ ପାଇଁ ନୋବେଲ ପ୍ରଦାନ କରାଯିବ। ଲିଥିୟମ୍ ଆୟନ୍ ବ୍ୟାଟେରି ବିକାଶ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି। କମିଟି ପକ୍ଷରୁ କୁହାଯାଇଛି, ଲିଥିଅମ୍ ବ୍ୟାଟେରି ଆମ […]
ଔରଙ୍ଗବାଦ: ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ହେଲେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ମହାରାଷ୍ଟ୍ର ବିଡ୍ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ମିଳିଥିଲା। ନିଜ କାର୍ଯ୍ୟାଳୟ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଜ ଉପରେ ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ଜିଲ୍ଲାପାଳ। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । କେଉଁ ନେତା ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ସେ ବାବଦରେ ସୂଚନା ଦେବାକୁ ଜିଲ୍ଲପାଳ ଗତକାଲି […]
ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ୫ ପ୍ରତିଶତ ମହଙ୍ଗା ଭତ୍ତା ବଢାଇବା ପାଇଁ ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ। ତା ସହିତ ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ। ଏଥିଯୋଗୁଁ ସରକାରଙ୍କ ଉପରେ ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ବୁଧବାର କେନ୍ଦ୍ର […]
କେନ୍ଦୁଝର : ବଜ୍ରାଘାତରେ ଗୁରୁତର ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ଆମ୍ବୁଲାନ୍ସ ନ ଆସିବାରୁ ତାଙ୍କୁ ଏକ ଗୋବର ଗଦାରେ ପୋତି ଦେଇଥିଲେ। ଶେଷରେ ବୃଦ୍ଧଙ୍କ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୁଧନାଳି ଗାଁରେ । ଦୁଧନାଳି ଗାଁର ପାଣ୍ଡୁ ଗତକାଲି ଅପରାହ୍ନରେ ଘର ବାରଣ୍ଡାରେ ବସିଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କୁ ମେଡିକାଲ୍ ନେବା ପାଇଁ ପରିବାର ଲୋକେ ୧୦୮ […]
ଭୁବନେଶ୍ୱର: ଏଇ ପାର୍ବଣ ଋତୁରେ ଆପଣ ନୂଆ ଘର ତୋଳିବାର ସ୍ୱପ୍ନ ଦେଖୁଛନ୍ତି କି ? ଏଥିପାଇଁ ବ୍ୟାଙ୍କରୁ ଋଣ କରିବା ପାଇଁ ଯୋଜନା କରୁଛନ୍ତି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ପୂର୍ବ ଅପେକ୍ଷା ଏବେ ଗୃହ ଋଣ ଶସ୍ତା ହେବାକୁ ଯାଉଛି। ଦେଶର ସର୍ବ ବୃହତ ବାଣିଜ୍ୟିକ ବ୍ୟାଙ୍କ SBI ଏହାର ସୁଧହାର ହ୍ରାସ ଘୋଷଣା କରିଛି। ପୂର୍ବରୁ ୧୦୦ ଟଙ୍କା ଋଣରେ ବର୍ଷକୁ ଯଦି ୮ଟଙ୍କା ୧୫ […]
ସାଇବେରିଆ: ସାଇବେରିଆର ଏକ ଖାଦାନରୁ ଅଜୀବ ପ୍ରକାରରର ହୀରା ମିଳିଛି। ଏହି ହୀରା ଅନ୍ୟ ଏକ ହୀରା ଭିତରେ ରହିଛି। କୁହାଯାଉଛି, ଏହା ୮୦ କୋଟି ବର୍ଷର ପୁରୁଣା । ଏହା ଏକ ବହୁ ପୁରାତନ ହୀରା ବୋଲି କହିଛି ଋଷର ଏକ ଖାଦାନ କମ୍ପାନୀ । କୁହାଯାଉଛି, ୦.୬୨ କ୍ୟାରେଟର ଏକ ହୀରା ଭିତରେ ରହିଛି ୦.୨୨କ୍ୟାରେଟ୍ର ଏହି ପୁରୁଣା ହୀରା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ହୀରା ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ତିଆରି […]
ଜୟପୁର: ମା’ ଦୁର୍ଗାଙ୍କୁ ମେଲାଣିବେଳେ ଗତକାଲି ପାର୍ବତୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟ ୧୦ରେ ପହଞ୍ଚିଛି। ପ୍ରଥମେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା। ପରେ ଆଉ ୩ ଜଣ ନିଖୋଜ ଥିବା ନେଇ ସୂଚନା ମିଳିବା ପରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା କୁହାଯାଉଛି। ରାଜସ୍ଥାନର ଢୋଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ଢୋଲପୁରରେ ଥିବା ପାର୍ବତୀ ନଦୀରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି […]
ବାଲେଶ୍ୱର: ଘରଭଡ଼ାକୁ ନେଇ ତୁମୁଳ କାଣ୍ଡ। ରାସ୍ତା ଉପରେ ମହିଳାମାନଙ୍କ ମଧ୍ୟରେ ମାର୍ପିଟ୍, ବିଧା,ଗୋଇଠା ମରାମରି ଓ ଚୁଟି ଟଣାଟଣି। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ। କେହି ଏହାକୁ ମୋବାଇଲରେ ରେକର୍ଡିଂ କରି ସୋଶାଲ ମିଡିଆରେ ଛାଡ଼ିବା ପରେ ଏହା ଭାଇରାଲ ହୋଇଛି। ବାରବାଟୀ ଅଞ୍ଚଳର ପଦାରବିନ୍ଦ ମହାପାତ୍ର ସହଦେବଖୁଣ୍ଟା ଅଞ୍ଚଳରେ ଘର କରି ଭଡ଼ା ଦେଇଥିଲେ। ନିଜ ଗାଁର ଜଣେ ବ୍ୟକ୍ତି ଗୋଟିଏ ଘର ଭଡ଼ା ନେଇ ଏଠାରେ ଷ୍ଟୁଡିଓ […]
ନୂଆଦିଲ୍ଲୀ: ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ପବିତ୍ର ଦଶହରାରେ ଏହି ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନା ପକ୍ଷରୁ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦକ୍ଷିଣପଶ୍ଚିମ ଫ୍ରାନ୍ସଠାରେ ଥିବା ଡାସଲ୍ଟ ଆଭିଏସନ୍ର ପକ୍ଷରୁ ମେରିନାକ୍ର ଫାସିଲିଟିଠାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତାନ୍ତର ଉତ୍ସବରେ ପ୍ରଥମ ରାଫେଲ୍ ଫାଇଟର୍ ଜେଟ୍କୁ ଗ୍ରହଣ କରିଛି ଭାରତ। ବିମାନର ଟେଲ୍ ନମ୍ବର ରହିଛି RB-001। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିମାନ ଉପରେ […]